ଖେଳ

ଟ୍ବେଣ୍ଟି-୨୦ ବିଶ୍ବକପ୍ ପରେ ଭୁବିଙ୍କ ଟେଷ୍ଟ୍ ଭବିଷ୍ୟତ ନିଷ୍ପତ୍ତି

ନୂଆଦିଲ୍ଲୀ : ଚଳିତବର୍ଷ ଅକ୍ଟୋବର-ନଭେମ୍ବରରେ ଖେଳାଯିବାକୁ ଥିବା ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପରେ ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କ ‌ଟେଷ୍ଟ୍ କ୍ରିକେଟ୍ ଭବିଷ୍ୟତ ବିଷୟରେ ଚୟନକର୍ତ୍ତା ଚୂଡ଼ାନ୍ତ ନିଷ୍ପତ୍ତି ନେବେ। ଇଂଲଣ୍ଡ ଶୃଙ୍ଖଳାରେ ତାଙ୍କୁ ଦଳରେ ନେବା ଲାଗି ଅଧିନାୟକ ବିରାଟ କୋହଲି ଏବଂ ମୁଖ୍ୟ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଢେର ଆଗ୍ରହୀ ଥିଲେ। ତେବେ ଶୁବମନ ଗିଲ୍, ୱାସିଂଟନ୍ ସୁନ୍ଦର ଓ ଅଭେସ ଖାନ୍‌ଙ୍କ ବଦଳ ଖେଳାଳି ଭାବେ ଚୟନକର୍ତ୍ତା କେବଳ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ ଓ ସୂର୍ଯ୍ୟକୁମାର ଯାଦବଙ୍କୁ ପଠାଇବାକୁ ନିଷ୍ପତ୍ତି ନେବା ପରେ ଭୁବିଙ୍କ ଟେଷ୍ଟ୍ ଅଂଶଗ୍ରହଣ ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଥିନେଇ ଭୁବିଙ୍କ ସହ ବିସିସିଆଇ ଅଧିକାରୀମାନେ ଆଲୋଚନା ବି କରିଛନ୍ତି।

ଟ୍ବେଣ୍ଟି-୨୦ ବିଶ୍ବକପ୍ ପୂର୍ବରୁ ତାଙ୍କୁ ଟେଷ୍ଟ୍ ଖେଳିବାକୁ ବାଧ୍ୟ କରାଯିବ ନାହିଁ ବୋଲି ଉଭୟ ପକ୍ଷ ମଧ୍ୟରେ ବସିଥିବା ବୈଠକରେ ସମ୍ମତିପ୍ରକାଶ ପାଇଛି। ‘‘ଟେଷ୍ଟ୍ କ୍ରିକେଟ୍‌କୁ ଫେରିବା ପୂର୍ବରୁ ତାଙ୍କୁ ଅନ୍ୟୂନ ତିନି ଚାରିଟି ପ୍ରଥମଶ୍ରେଣୀ ମ୍ୟାଚ୍ ଖେଳିବାକୁ ହେବ। କାରଣ ତିନି ବର୍ଷରୁ ଅଧିକ ସମୟ ଧରି ସେ ଟେଷ୍ଟ୍ କ୍ରିକେଟ୍ ‌ଖେଳିନାହାନ୍ତି। ହଠାତ୍ ଟେଷ୍ଟ୍ କ୍ରିକେଟ୍‌କୁ ଫେରିଲେ ଭୁବି ପୁଣି ଥରେ ଆହତ ହେବାର ଆଶଙ୍କା ରହିଛି। ପୃଥ୍ବୀ ଓ ସୂର୍ଯ୍ୟଙ୍କୁ ଇଂଲଣ୍ଡ ପଠାଇବାର ସବୁ ବ୍ୟବସ୍ଥା ସରିଛି। ଇଂଲଣ୍ଡ ପହଞ୍ଚିବା ପରେ ବାଧ୍ୟତାମୂଳକ ସଙ୍ଗରୋଧ ଅବଧି କଟାଇବା ପରେ ଦ୍ବିତୀୟ ଟେଷ୍ଟ୍‌ରୁ ଚୂଡ଼ାନ୍ତ ଦଳରେ ସ୍ଥାନ ପାଇବା ଦୌଡ଼ରେ ସାମିଲ ହୋଇ ପାରିବେ’’ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ସୋମବାର କହିଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ