ମନୋରଞ୍ଜନ

ଟ୍ବିଟ୍‌ କରିବାର ୧୦ ମିନିଟ୍‌ ମଧ୍ୟରେ ରାଇନାଙ୍କ ପାଖରେ ଅକ୍ସିଜେନ୍‌ ଉପଲବ୍ଧ କରାଇଲେ ସୋନୁ ସୁଦ୍‌

ନୂଆଦିଲ୍ଳୀ: କରୋନାର ଦ୍ୱିତୀୟ ଲହର ସଂକ୍ରମଣ ହୁହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି। ଲୋକେ ଚିକିତ୍ସା ଟିକେ ପାଇବା ପାଇଁ ଡହଳବିକଳ ହୋଇଯାଉଛନ୍ତି। ଏଭଳି ସମୟରେ ବେଡ, ଅକ୍ସିଜେନ ଓ ଔଷଧର ଅଭାବ ବି ଦେଖା ଦେଇଛି। ଯେଉଁଥି ପାଇଁ ‌ମୃତ୍ୟୁ ସଂଖ୍ୟା ବି ବଢ଼ି ଚାଲିଛି। ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତ ଲୋକେ ବି ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି।

ନିକଟରେ କ୍ରିକେଟର ସୁରେଶ ରାଇନାଙ୍କ ଜଣେ ସମ୍ପର୍କୀୟଙ୍କୁ ଅକ୍ସିଜେନ ଆବଶ୍ୟକ ହୋଇଥିଲା। ଏଥିପାଇଁ ସୁରେଶ ରାଇନା ଟ୍ୱିଟ୍ କରି ଲୋକଙ୍କୁ ଓ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ସାହାଯ୍ୟ ମାଗିଥିଲେ।

ସେ ଲେଖିଥିଲେ, ‘ମିରଟରେ ମୋ ଆଣ୍ଟିଙ୍କୁ ଅକ୍ସିଜେନ ସିଲିଣ୍ଡର ଆବଶ୍ୟକ। ତାଙ୍କ ବୟସ ୬୫ ବର୍ଷ ଓ ତାଙ୍କ ଫୁସଫୁସରେ ସଂକ୍ରମଣ ହୋଇଛି। ସେ କରୋନାରେ ସଂକ୍ରମିତ। ଅକ୍ସିଜେନ ସିଲିଣ୍ଡର ବିନା ତାଙ୍କ ଅକ୍ସିଜେନ ଲେଭଲ ୭୦ ଅଛି। ଦୟାକରି ସାହାଯ୍ୟ କରନ୍ତୁ।’

ସୋସିଆଲ ମିଡ଼ିଆ ଜରିଆରେ ସାହାଯ୍ୟ ମାଗିବା ପରେ ଅଭିନେତା ସୋନୁ ସୁଦ ସୁରେଶ ରାଇନାଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। ସୋନୁ ସୁଦ୍ ସୁରେଶ ରାଇନାଙ୍କ ଟ୍ୱିଟରେ ଜବାବ ଦେଇ କହିଥିଲେ ଯେ, ୧୦ ମିନିଟରେ ଆପଣଙ୍କ ପାଖକୁ ଅକ୍ସିଜେନ ସିଲିଣ୍ଡର ପହଞ୍ଚିଯିବ। ସୋନୁ ସୁରେଶଙ୍କ ଆଣ୍ଟିଙ୍କ ପାଖକୁ ସଠିକ ସମୟରେ ଅକ୍ସିଜେନ ପଠାଇଥିଲେ। ଏହି ସହାୟତା ପାଇଁ ସୁରେଶ ରାଇନା ସୋନୁ ସୁଦଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ