ରାଜ୍ୟ ସ୍ପେଶାଲ ରିପୋର୍ଟ

ଟୋପାଏ ପାଣି ପାଇଁ ସଂଘର୍ଷ

ନୂଆପଡ଼ା: ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ୍‌ ନଗପଡ଼ା ପଞ୍ଚାୟତ ଅପହଞ୍ଚ ଇଲାକାରେ ସିର୍ଲି ମାକରଖଲିଆ ଗାଁରେ ଦେଖିବାକୁ ମିଳିଛି ସରକାରୀ ଯୋଜନାର ବିକଳ ଚିତ୍ର। ଏଠିକାର ଲୋକେ ପାଣି ମୁନ୍ଦାଏ ପାଇଁ ଡହଳବିକଳ ହେଉଥିବା ବେଳେ ଗାଁର ମହିଳା ପୁରୁଷ ସହ ଛୋଟପିଲାମାନେ ମଧ୍ୟ ସକାଳୁ ଗରା, ବାଲଟି ଧରି ୧ କିମି ଦୂର ଏକ ଚହଲା କୂଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଥିବା ଦେଖିବାକୁ ମିଳୁଛି। ନୂଆପଡ଼ା ଜିଲ୍ଲା ସଦର ମହୁକମାଠାରୁ ୧୨୦ କିମି ଦୂରରେ ଅବସ୍ଥିତ ସିର୍ଲିମାକରଖଲିଆ ଗାଁ। ଗାଁରେ ସରକାରଙ୍କ ବସୁଧା ଯୋଜନା ଏବଂ ହରଘର ନଳ ଯୋଜନା ବାଟବଣା ହୋଇଥିବା ଦେଖିବାକୁ ମିଳିଛି। ଗାଁରେ ଥିବା ନଳକୂପରୁ ଫ୍ଲୋରାଇଡମିଶା ପାଣି ବାହାରୁଥିବାରୁ ବିଭାଗ ପକ୍ଷରୁ ଉକ୍ତ ନଳକୂଅରେ ନଲିରଙ୍ଗରେ ଛକି ଚିହ୍ନ ମରାଯାଇଛି। ଫଳରେ ପାଣି ପାଇଁ ଲୋକେ ପ୍ରତିବର୍ଷ ସଂଘର୍ଷ କରୁଥିବା ଦେଖିବାକୁ ମିଳୁଛି।

ଏହି ସମସ୍ୟାର ସମାଧାନ ପାଇଁ ଲୋକେ ସରପଞ୍ଚଠୁ ଆରମ୍ଭ କରି ବିଡିଓଙ୍କୁ ବାରମ୍ବାର ଜଣାଇଥିଲେ ବି କିଛି ସୁଫଳ ପାଇ ନଥିବା ଗାଁର ମାଲ ଜଗତ, ମାଳତୀ ଜଗତ ଅଭିଯୋଗ କରିଛନ୍ତି। ଆଗକୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆଶଙ୍କା ଥିବାରୁ ପିଇବା ପାଣି ପାଇଁ ଗାଁ ଲୋକଙ୍କୁ ଚିନ୍ତା ମାଡ଼ି ବସିଲାଣି। ଏନେଇ ଜନସ୍ବାସ୍ଥ୍ୟ ବିଭାଗ ଜେଇ ଅକ୍ଷୟ ସାମଲଙ୍କୁ ପଚାରିବାରୁ ମେଗା ପ୍ରକଳ୍ପ କାମ ଚାଲିଛି, ପାଣି ସମସ୍ୟା ଶୀଘ୍ର ସମାଧାନ ହେବ ବୋଲି ସେ କହିଥିଲେ। ଜିଲ୍ଲାପାଳ ତୁରନ୍ତ ସିର୍ଲି ମାକରଖଲିଆ ଗ୍ରାମବାସୀଙ୍କୁ ପାଣି ଯୋଗାଇବା ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି। ଅନ୍ୟଥା ଆଗାମୀ ଦିନରେ ଆନ୍ଦୋଳନ କରିବାକୁ ମୁଖ ଜଗତ, କେଶବ ଜଗତ ପ୍ରମୁଖ ଗ୍ରାମବାସୀ ଧମକ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।