ଖେଳ

ଟୋକିଓ ପାରାଅଲିମ୍ପିକ୍ସରେ ପଦକ ବର୍ଷା: ଜାଭେଲିନ୍‌ରେ ଦେବେନ୍ଦ୍ର-ସୁନ୍ଦରଙ୍କ କମାଲ, ଭାରତକୁ ଦେଲେ ଡବଲ ପଦକ

ଟୋକିଓ ୩୦/୦୮: ଟୋକିଓ ପାରାଅଲିମ୍ପିକ୍ସର ଷଷ୍ଠ ଦିନରେ ପଦକ ବର୍ଷା । ସକାଳୁ ସକାଳୁ ୨ଟି ପଦକ ମିଳିବା ପରେ ଜାଭେଲିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ସେହିପରି ଭାରତୀୟ ଆଥ୍‌ଲେଟ୍‌ ଦେବେନ୍ଦ୍ର ଝାଝରିୟା ଜାଭେଲିନ୍‌ରେ ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂହ ଗୁର୍ଜାର ରୌପ୍ୟ ପଦକ ଜିତିଛନ୍ତି । ଦୁଇ ଖେଳାଳିଙ୍କ ସଫଳତା ପରେ ରାଷ୍ଟ୍ରପତି, ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି ।

ଶ୍ରୀଲଙ୍କା ଖେଳାଳି ହେରାଥ ୬୭.୭୯ ପଏଣ୍ଟ ସହ ଜାଭେଲିନ୍‌ ଥ୍ରୋରେ ସ୍ବର୍ଣ୍ଣ ପଦକ ଜିତିଥିବା ବେଳେ ଭାରତର ରିଓରେ ବିଶ୍ବ ରେକର୍ଡ ସ୍ଥାପନ କରିଥିବା ଦେବେନ୍ଦ୍ର ଝଝରିୟା ୬୪.୩୫ ପଏଣ୍ଟ ସହ ରୌଗ୍ୟ ପଦକ ବିଜେତା ହୋଇଛନ୍ତି । ସେହିପରି ସୁନ୍ଦର ସିଂ ଗୁର୍ଜର ୬୪.୦୧ ସ୍କୋର ବ୍ରୋଞ୍ଜ ମେଡାଲ ଜିତିଛନ୍ତି । ସୋମବାର ଦିନ ସକାଳୁ ସକାଳୁ ଭାରତୀୟ ଦଳ ୪ଟି ମେଡାଲ ହାତେଇଛି ।

ସୋମବାର ସକାଳୁ ସକାଳୁ ଅବନୀ ପ୍ରଥମେ ସ୍ବର୍ଣ୍ଣ ପଦକ ଜିତିଥିଲେ ତାଙ୍କ ପରେ ପରେ ଡିସକସ୍‌ ଥ୍ରୋରେ ଯୋଗେଶ ରୌପ୍ୟ ପଦକ ହାତେଇଥିଲେ। ପରେ ଜାଭେଲିନରେ ଦେବେନ୍ଦ୍ର ଓ ସୁନ୍ଦର ଡବଲ ପଦକ ହାତେଇଛନ୍ତି। ସେହିପରି ରବିବାର ଭାବିନା ପଟେଲ ମହିଳା ସିଙ୍ଗଲ୍ସ ଟେବୁଲ୍ ଟେନିସରେ ରୌପ୍ୟ ପୁରୁଷ ହାଇ ଜମ୍ପ୍ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିଲେ । ​ଏଥିସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଭାରତୀୟ ଦଳ ଗୋଟିଏ ସ୍ବର୍ଣ୍ଣ ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଏପର୍ଯ୍ୟନ୍ତ ହାସଲ କରିଛି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ