ଖେଳ

ଟୋକିଓ ଅଲିମ୍ପିକରେ ଲାଗିଲା କରୋନା ଗ୍ରହଣ, କ୍ରୀଡା ଗ୍ରାମରେ ଆଉ ୨ଆଥଲେଟ୍ କରୋନା ପଜିଟିଭ୍

ଟୋକିଓ ୧୮/୭ : ଟୋକିଓ ଅଲିମ୍ପିକ୍ସରେ ଲାଗିଯାଇଛି କରୋନା ଗ୍ରହଣ । ଟୋକିଓ ଅଲିମ୍ପିକ୍ସର କ୍ରୀଡା ଗ୍ରାମରେ ଆଉ ଦୁଇଜଣ ଆଥଲେଟ୍ କରୋନା ସଂକ୍ରମିତ ହୋଇଛନ୍ତି । କରୋନା ସଂକ୍ରମଣର ଏହା ହେଉଛି ତୃତୀୟ ମାମଲା । ଏହା ପୂର୍ବରୁ ମଧ୍ୟ ଜଣେ ଆଥଲେଟ୍ କରୋନା ପଜିଟିଭ୍ ହୋଇଥିଲେ । ଟୋକିଓ ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ଆଥଲେଟମାନଙ୍କୁ ୧୪ ଦିନିଆ ସଂଗରୋଧରେ ରହିବାକୁ ପଠାଯାଇଛି ।

ଆୟୋଜକ କମିଟିର ଅଧ୍ୟକ୍ଷ ସେଇକୋ ହାସିମୋଟୋଙ୍କ ସମେତ ଅନ୍ୟ ଅଧିକାରୀମାନେ ଏହି ମାମଲାକୁ ନିଶ୍ଚିତ କରିଛନ୍ତି । ଆୟୋଜକ କମିଟିର ସିଇଓ ତୋଷିରୋ ମୁଟୋ କହିଛନ୍ତି, ଯଦି ସାମ୍ପ୍ରତିକ ପରିସ୍ଥିତିରେ ସଂକ୍ରମଣ ମାମଲା ବଢେ ତାହେଲେଲ ଅନିଶ୍ଚିତତା ଭିତରେ ରହିପାରେ । ଅଲିମ୍ପିକ୍ କ୍ରୀଡା ଗ୍ରାମରେ ଅଲିମ୍ପିକ୍ସ ସମୟରେ ପ୍ରାୟ ୧୧,୦୦୦ ଆଥଲେଟ୍ ଏବଂ ହଜାର ହଜାର କର୍ମଚାରୀ ରହିବାର ବ୍ୟବସ୍ଥା ହୋଇଛି ।

ସେପଟେ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ସଭାପତି ଥୋମାସ୍ ବାଚ୍ ଏହି ସପ୍ତାହ ପୂର୍ବରୁ କହିଥିଲେ ଯେ ଜାପାନର ଗେମ୍ସ ଗ୍ରାମରେ ଖେଳାଳି କିମ୍ବା ଗାଁର ଅନ୍ୟ ବାସିନ୍ଦାଙ୍କ ଦ୍ୱାରା ଭୂତାଣୁ ସଂକ୍ରମଣ ହେବାର ଆଶଙ୍କା କମ୍ ଅଛି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ