ଖେଳ

ଟୋକିଓ ଅଲିମ୍ପିକରେ କୋଭିଡ-୧୯ ନିୟମ ଉଲ୍ଲଂଘନ, ବିନା ମାସ୍କରେ ଉଦଘାଟନୀ ସମାରୋହରେ ସାମିଲ ହେଲେ ପାକିସ୍ତାନୀ ଆଥଲେଟ୍

ଟୋକିଓ ୨୪/୭: ବିବାଦରେ ଫସିଗଲେ ପାକିସ୍ତାନୀ ଆଥଲେଟ । ଟୋକିଓ ଅଲିମ୍ପିକ୍ସର ଉଦଘାଟନୀ ସମାରୋହରେ କୋଭିଡ ନିୟମର ଖୋଲାଖୋଲି ଉଲ୍ଲଙ୍ଘନ । ବିନା ମାସ୍କରେ ଉଦଘାଟନୀ ସମାରୋହରେ ଯୋଗ ଦେଇଥିଲେ । ଯାହାକି ସାମାଜିକ ଗଣମଧ୍ୟାମରେ ବେଶି ଟ୍ରୋଲ ହେଉଛି । କୋଭିଡ ନିୟମ ଅନୁସାରେ ଆଥଲେଟଙ୍କୁ ଉଦଘାଟନୀ ସମାରୋହରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯଇଥିଲା । ହେଲେ ବ୍ୟାଡମିଣ୍ଟନ ଖେଳାଳି ମହୂର ଶହଜାଦ କିନ୍ତୁ ମୁହଁରେ ଠିକ ରୂପେ ମାସ୍କ ପିନ୍ଧିନଥିଲେ ।

କିନ୍ତୁ ସୁଟର ଖଲୀଲ ଅଖତାର ମାସ୍କରେ ନିଜର ମୁହଁ ଢାଙ୍କିଥିଲେ । କେବଳ ପାକିସ୍ତାନ ନୁହେଁ । ପାକିସ୍ତାନ ବ୍ୟତୀତ କିର୍ଗିଜସ୍ତାନ ଓ ତାଜିକସ୍ତାନ ମଧ୍ୟ ଟୋକିଓ ଅଲିମ୍ପିକ୍ସରେ କୋଭିଡ ନିୟମ ଉଲ୍ଲଂଘନ କରିଥିବା ଦୃଷ୍ଟିଗୋଚର ହୋଇଛି । ସୂଚନାଯୋଗ୍ୟ କରୋନା ମହାମାରୀ ମଧ୍ୟରେ ଶୁକ୍ରବାର ଟୋକିଓ ଅଲିମ୍ପିକ ଆରମ୍ଭ ହୋଇଯାଇଛି । କ୍ରୀଡ଼ାକୁମ୍ଭରେ ୨୦୬ ଟି ଦେଶରୁ ପ୍ରାୟ ୧୧ ହଜାର ଖେଳାଳି ଅଂଶଗ୍ରହଣ କରିଛନ୍ତି । ଭାରତରୁ ୧୨୭ ଜଣ କ୍ରୀଡ଼ାବିତ୍ ଏଥର ଅଂଶଗ୍ରହଣ କରିଛନ୍ତି ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ