ଖେଳ

ଟୋକିଓ ଅଲମ୍ପିକ କ୍ରୀଡା ଗ୍ରାମକୁ ଗ୍ରାସିଲା ମହାମାରୀ, ସାମ୍ନାକୁ ଆସିଲା ପ୍ରଥମ କେସ୍

ଟୋକିଓ ୧୭।୦୭: ଟୋକିଓ ଅଲିମ୍ପିକ୍ସ ଉପରେ ବଢିବାରେ ଲାଗିଛି ସଂକଟର କଳାବାଦଲ । ଖାସ୍ କରି ଏଠାରେ ଦାଉ ସାଧିଛି କରୋନାର ଗ୍ରହଣ । ସ୍ପୋର୍ଟସ୍ ଭିଲେଜ କମ୍ପ୍ଲେକ୍ସରେ ପ୍ରଥମ କରି କରୋନା କେସ ନଜର ଆସିଥିବା ଅଲିମ୍ପିକ୍ ଆୟୋଜକମାନେ ନିଶ୍ଚିତ କରିଛନ୍ତି । ଫଳରେ ବଢିଛି ଏଠାରେ କରୋନା ସଂକ୍ରମଣ ମାମଲା । ଆସନ୍ତା ୨୩ରେ ଆରମ୍ଭ ହେବାକୁ ଅଛି ଖେଳର ମହାକୁମ୍ଭ ।

ଯାହାକୁ ନେଇ ଏବେଠାରୁ ଦେଖାଦେଲାଣି ଅନିଶ୍ଚିତତା । କ୍ରୀଡା ଗ୍ରାମରେ କରୋନା ମାମଲା ନଜର ଆସିବା ପରେ ଅଲିମ୍ପିକ୍ସର ଆୟୋଜନ ଉପରେ ଅନେକ ପ୍ରଶ୍ନ ଉଠିଛି । କୋଭିଡ -୧୯ ବିଶ୍ୱ ମହାମାରୀକୁ ଦୃଷ୍ଟିରେ ରଖି ଟୋକିଓରେ ୬ ସପ୍ତାହ ଧରି ଜରୁରୀକାଳୀନ ପରିସ୍ଥିତି ବଳବତ୍ତର ରହିଛି । ତଥାପି ଗତ କିଛି ଦିନ ମଧ୍ୟରେ ଟୋକିଓରେ ସଂକ୍ରମିତ କରୋନା ସଂଖ୍ୟା ଯଥେଷ୍ଟ ବୃଦ୍ଧି ପାଇଛି ।

ଅଲିମ୍ପିକ୍ କ୍ରୀଡା ଗ୍ରାମରେ ଏହି କରୋନା ମାମଲା ଏପରି ଏକ ସମୟରେ ଆସିଛି ଯେତେବେଳେ ଖେଳ ଆରମ୍ଭ ପାଇଁ ମାତ୍ର ୬ ଦିନ ବାକି ଅଛି । ଟୋକିଓରେ କରୋନା ପ୍ରଭାବ ଅତ୍ୟଧିକ ନହେବା ପାଇଁ ଜାପାନ ସରକାର ସମସ୍ତ ଆବଶ୍ୟକୀୟ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହା ସତ୍ତ୍ୱେ ରାଜଧାନୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ଯାହା ଏକ ଚିନ୍ତାର ବିଷୟ । ଏହି ସପ୍ତାହରେ, ଟୋକିଓରେ ଗତ ୬ ମାସ ମଧ୍ୟରେ ସର୍ବାଧିକ କରୋନା ମାମଲା ରହିଥିଲା। ଏହାପୂର୍ବରୁ, ଅନେକ ଦେଶ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଟୋକିଓକୁ ସେମାନଙ୍କ ଆଥଲେଟ୍ ପଠାଇବାକୁ ମନା କରିଦେଇଥିଲେ ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ