ଖେଳ

କ୍ବାର୍ଟର ଫାଇନାଲ୍‌ରେ ମହିଳା ହକି ଦଳ

ଟୋକିଓ: ଭାରତୀୟ ମହିଳା ହକି ଦଳ ଟୋକିଓ ଟର୍ଫରେ ସଫଳତାର ନୂଆ ଅଧ୍ୟାୟ ଲେଖିଛି। ଲିଗ୍ ପର୍ଯ୍ୟାୟର ଅନ୍ତିମ ତଥା ନିର୍ଣ୍ଣାୟକ ମୁକାବିଲାରେ ଦକ୍ଷିଣ ଆଫ୍ରିକାକୁ ଉତ୍କଣ୍ଠାପୂର୍ଣ୍ଣ ଭାବେ ୪-୩ ଗୋଲ୍‌ରେ ପରାସ୍ତ କରି ୧୯୮୦ ମସ୍କୋ ଅଲିମ୍ପିକ୍ସ ପରେ ନିଜ ଶ୍ରେଷ୍ଠ ସଫଳତା ଲାଭ କରି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଛି। କ୍ବାର୍ଟର ଫାଇନାଲ୍‌ରେ ଭାରତ ପ୍ରତିଯୋଗିତାର ସବୁଠାରୁ ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ଭେଟିବ।

ତୃତୀୟ ଥର ପାଇଁ ଅଲିମ୍ପିକ୍ସ ଖେଳୁଥିବା ଭାରତୀୟ ହକି ଦଳ ପୁଲ-ଏ’ର ପ୍ରଥମ ତିନିଟି ମ୍ୟାଚ୍ ହାରି ବିଦାୟର ଦ୍ବାର ଦେଶରେ ଥିଲା। ତେବେ ପରବର୍ତ୍ତୀ ଦୁଇ ମୁକାବିଲାରେ ନାଟକୀୟ ପ୍ରତ୍ୟାବର୍ତ୍ତନ ସହ ଆ‌ୟର୍ଲାଣ୍ଡ ଓ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରି ଶେଷ ୮ଟି ଶ୍ରେଷ୍ଠ ଦଳ ମଧ୍ୟରେ ସ୍ଥାନ ସୁରକ୍ଷିତ କରିବା ଦୌଡ଼ରେ ସାମିଲ ହୋଇଥିଲା। ତେବେ ଭାରତର କ୍ବାର୍ଟର ଫାଇନାଲ୍‌ ପ୍ରବେଶ ଗ୍ରେଟ୍ ବ୍ରିଟେନ୍-ଆୟର୍ଲାଣ୍ଡ ମ୍ୟାଚ୍‌ର ଫଳାଫଳ ଉପରେ ନିର୍ଭରଶୀଳ ଥିଲା। ଗ୍ରୁପ୍ ଏ’ ସମୀକରଣ ଅନୁଯାୟୀ ଏହି ମ୍ୟାଚ୍‌ରେ ଆୟର୍ଲାଣ୍ଡ ବିଜୟୀ ‌ହୋଇଥିଲେ ଭାରତ ଲିଗ୍ ପର୍ଯ୍ୟାୟରୁ ବିଦାୟ ନେଇଥା’ନ୍ତା। ତେବେ ଶୁଭ ଶନିବାରରେ ଭାଗ୍ୟ ଭାରତୀୟ ଦଳକୁ ପୂରା ସାଥ୍ ଦେଇଥିଲା।

ଗ୍ରେଟ୍ ବ୍ରିଟେନ୍ ଏକତରଫା ଭାବେ ପଡ଼ୋଶୀ ଆୟର୍ଲାଣ୍ଡକୁ ୨-୦ରେ ହରାଇ ଦେଇଥିଲା। ଫଳରେ ଭାରତ ସୌଭାଗ୍ୟ ବଶତଃ ଚତୁର୍ଥ ସ୍ଥାନରେ ରହି କ୍ବାର୍ଟର ଫାଇନାଲ୍‌ରେ ପ୍ରବେଶ କରିଥିଲା। ଏହା ପୂର୍ବରୁ ଖେଳାଯାଇଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳ ଅପୂର୍ବ ତାଳମେଳର ପରିଚୟ ଦେଇ ଏକ ସ୍ମରଣୀୟ ବିଜୟ ହାସଲ କରିଥିଲା। ବିଶେଷ କରି ବନ୍ଦନା କଟାରିଆଙ୍କ ହ୍ୟାଟ୍ରିକ୍ (୪, ୧୭, ୪୯ ମିନିଟ୍) ଭାରତକୁ ବିଜୟୀ କରାଇଥିଲା। ଭାରତର ଅନ୍ୟ ଗୋଲ୍‌ଟି ନେହା ଗୋୟଲ (୩୨ ମିନିଟ୍) ଦେଇଥିଲେ। ଏହି ରୋମାଞ୍ଚକ ଭରା ମ୍ୟାଚ୍‌ରେ ଉଭୟ ଦଳ ପ୍ରଥମ ତିନି କ୍ବାର୍ଟରରେ ଗୋଟିଏ ଲେଖାଏଁ ଗୋଲ୍ ଦେଇ ୩-୩ ସ୍ଥିତିରେ ଥିଲେ। ତେବେ ଚତୁର୍ଥ କ୍ବାର୍ଟରର ଚତୁର୍ଥ ମିନିଟ୍‌ରେ କଟାରିଆ ଦେଇଥିବା ବ୍ୟକ୍ତିଗତ ଭାବେ ତୃତୀୟ ଓ ଦଳର ଚତୁର୍ଥ ଗୋଲ୍ ଭାରତକୁ ବିଜୟୀ କରାଇଥିଲା।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ