ଖେଳ

ଟୋକିଓ ପାରାଲିମ୍ପିକ୍ସ୍‌ ପୁରୁଷ ସିଙ୍ଗଲ୍‌ସ୍‌ ବ୍ୟାଡ୍‌ମିଣ୍ଟନ୍‌ ଫାଇନାଲରେ ଭାରତର କୃଷ୍ଣ ନାଗର

ଟୋକିଓ: ଟୋକିଓରେ ଚାଲିଥିବା ପାରାଲିମ୍ପିକ୍ସ୍‌ରେ ଆୟୋଜିତ ଅନ୍ୟ ଏକ ‘ପୁରୁଷ ସିଙ୍ଗଲ୍‌ସ୍‌ (ଏସ୍‌ଏଚ୍‌୬) ବ୍ୟାଡ୍‌ମିଣ୍ଟନ୍‌ ପ୍ରତିଯୋଗିତାରେ ଫାଇନାଲ୍‌କୁ ଉତ୍ତୀର୍ଣ୍ଣ ହୋଇ ଭାରତର କୃଷ୍ଣ ନାଗର ଅନ୍ୟୂନ ରୌପ୍ୟ ପଦକଟିଏ ସୁନିଶ୍ଚିତ କରିଛନ୍ତି।

ସେମି-ଫାଇନାଲ୍‌ରେ ସେ ପ୍ରତିଦ୍ବନ୍ଦ୍ବୀ ଖେଳାଳି ଗ୍ରେଟ୍‌ ବ୍ରିଟେନ୍‌ର କ୍ରିଷ୍ଟେନ୍‌ କୁମ୍‌ଙ୍କୁ ୨୧-୧୦, ୨୧-୧୧ରେ ପରାସ୍ତ କରିଛନ୍ତି। କୋର୍ଟ ନମ୍ବର ୧ରେ ଅନୁଷ୍ଠିତ ଏହି ମ୍ୟାଚ୍‌ରେ କୃଷ୍ଣ ନାଗର ମାତ୍ର ୨୬ ମିନିଟ୍‌ରେ କୁମ୍‌ସ୍‌ଙ୍କ ଠାରୁ ଆଗୁଆ ରହିଥିଲେ। ବିଚକ୍ଷଣ ଦକ୍ଷତା ପ୍ରଦର୍ଶନ କରି ୨୨ ବର୍ଷିୟ ନାଗର ଖେଳର ମଧ୍ୟାନ୍ତର ବେଳକୁ ୧୧-୬ରେ ଅଗ୍ରଣୀ ରହିଥିଲେ। ମ୍ୟାଚ୍‌ର ପ୍ରଥମାର୍ଦ୍ଧରେ ମାତ୍ର ୧୧ ମିନିଟ୍‌ରେ ୨୧-୧୦ ହାସଲ କରି ସେ ଅଗ୍ରଣୀ ରହିବା ବଜାୟ ରଖିଥିଲେ।

ରବିବାର ଦିନ ହେବାକୁ ଥିବା ଫାଇନାଲ୍‌ ତଥା ସ୍ବର୍ଣ୍ଣ ପଦକ ପ୍ରତିଯୋଗିତାରେ ନାଗର ହଙ୍ଗ୍‌କଙ୍ଗ୍‌ର ଚୁ’ ମାନ୍‌ କାଇଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।

ସେହିପରି, କାଂସ୍ୟ ପଦକ ପାଇଁ କ୍ରିଷ୍ଟେନ୍‌ କୁମ୍‌ସ୍‌ ବ୍ରାଜିଲ୍‌ର ଭିକ୍ଟର୍‌ ଗନ୍‌କାଲ୍‌ଭେସ୍‌ ଟାଭାରେଜ୍‌ଙ୍କ ସହ ପ୍ରତିଦ୍ବନ୍ଦ୍ବିତା କରିବେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ