ଖେଳ

ଟୋକିଓ ଅଲିମ୍ପିକ୍ସ ଅବଗଣନା: ଆଉ ୩୨ ଦିନ, ସଂକ୍ରମଣ ବଢ଼ିଲେ ବନ୍ଦଦ୍ବାର ଭିତରେ ଅଲିମ୍ପିକ୍ସ

ଟୋକିଓ: ଉଗାଣ୍ଡାର ଜଣେ ଖେଳାଳି କରୋନା ପଜିଟିଭ୍ ଥିବା ଜଣାପଡ଼ିବା ପରେ ଟୋକିଓ ଅଲିମ୍ପିକ୍ସ ଆୟୋଜନ ସମିତିର ଚିନ୍ତା ବଢ଼ିଛି। ଚାରିଆଡ଼ୁ ବିରୋଧ ସତ୍ତ୍ବେ ସୁରକ୍ଷିତ ଭାବେ ଅଲିମ୍ପିକ୍ସ ଆୟୋଜନ କରିବାର ଦମ୍ଭ ଭରିଥିବା ଆୟୋଜନ ସମିତି ଏବେ ପ୍ଲାନ୍ ବି’ପ୍ରସ୍ତୁତ କରିବାରେ ବ୍ୟସ୍ତ ରହିଛି। ଏପରିକି ଆବଶ୍ୟକ ହେଲେ ଅଲିମ୍ପିକ୍ସକୁ ବନ୍ଦ ଦ୍ବାର ଭିତରେ କରାଯିବ ବୋଲି ସୋମବାର ସଙ୍କେତ ଦେଇଛି। ଏଥିନେଇ ଚୂଡ଼ାନ୍ତ ନିଷ୍ପତ୍ତି ଅଲିମ୍ପିକ୍ସ ଆରମ୍ଭ ହେବାର ଗୋଟିଏ କିମ୍ବା ଦୁଇଟି ସପ୍ତାହ ପୂର୍ବରୁ ନିଆଯିବ।

ସମିତି ପୂର୍ବରୁ ବିଦେଶୀ ପ୍ରଶଂସକଙ୍କ ଆଗମନ ଉପରେ ବାସନ୍ଦାଦେଶ ଜାରି କରି ସାରିଛି। ସେହିଭଳି ଗୋଟିଏ ଦିନରେ ମାତ୍ର ୧୦,୦୦୦ ସ୍ଥାନୀୟ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ଘୋଷଣା କରି ସାରିଛି। ଟୋକିଓରେ ସର୍ବସାଧାରଣ କାର୍ଯ୍ୟକ୍ରମ ଉପରେ ଜାରି ହୋଇଥିବା ଅଙ୍କୁଶ ଏବେବି ବଳବତ୍ତର ରହିଛି। ଆବଶ୍ୟକ ହେଲେ ବିନା ଦର୍ଶକରେ ଖେଳ ଆୟୋଜନ ହେବ ବୋଲି ବି ସମିତିର ଜଣେ ବରିଷ୍ଠ ସଦସ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି। ଜୁଲାଇ ୧୬ ତାରିଖରୁ ଆରମ୍ଭ ହେଉଥିବା ପାରାଲିମ୍ପିକ୍ସରେ ଦର୍ଶକଙ୍କ ଉପସ୍ଥିତ ଉପରେ ନିଷ୍ପତ୍ତି ଅଲିମ୍ପିକ୍ସ ଆରମ୍ଭ ହେବା ପରେ ଯାଇ ନିଆଯିବ। ସ୍ଥିତି ଭଲ ଥିଲେ ଅଲିମ୍ପିକ୍ସ ଶେଷ ଆଡ଼କୁ ଦର୍ଶକ ସଂଖ୍ୟା ବଢ଼ା ଯାଇପାରେ ବୋଲି ସେ କହିଛନ୍ତି। ଟୋକିଓ ସହରର କିଛି ସ୍ବାସ୍ଥ୍ୟ ବିଶେଷଜ୍ଞ ଅଲିମ୍ପିକ୍ସକୁ ବିନା ଦର୍ଶକରେ ଆୟୋଜନ କରିବାକୁ ସମିତିକୁ ପରାମର୍ଶ ଦେଇଛନ୍ତି।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ