ନୂଆଦିଲ୍ଲୀ ୦୪।୦୬: ଛୋଟ ପରଦାର ଜଣାଶୁଣା ଅଭିନେତା ଧୀରଜ ଧୋପର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ନିକଟରେ ଶୁଣିବାକୁ ମିଳିଥିଲା କି ସେ ଶୋ’ କୁଣ୍ଡଳୀ ଭାଗ୍ୟ ଛାଡୁଛନ୍ତି। ସେବେଠାରୁ ଧୀରଜଙ୍କ ପ୍ରଶଂସକଙ୍କ ମଧ୍ୟରେ ଅନେକ ନିରାଶା ଦେଖା ଦେଇଥିଲା। କିନ୍ତୁ ବର୍ତ୍ତମାନ ତାଙ୍କର ଏଭଳି କିଛି ଖବର ସାମ୍ନାକୁ ଆସିଛି । ଯାହା ଧୀରଜ ଧୂପରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଆଣିବ।

ମିଡିଆ ରିପୋର୍ଟ ଅନୁଯାୟୀ ଶୁଣିବାକୁ ମିଳିଛି କି ଯେ ଭାରତୀୟ ଟେଲିଷ୍ଟାର ଧୀରଜଙ୍କୁ ନେଇ ଦାବି ହେଉଛି ଯେ ସେ ଏହି ଟିଭି ଶୋ’ ଛାଡୁ ନାହାଁନ୍ତି ବରଂ କିଛି ଦିନ ପାଇଁ ଶୋ’ରୁ ବିରତି ନେଉଛନ୍ତି। ତାଙ୍କର ପଞ୍ଜାବୀ ଫିଲ୍ମର ଶୁଟିଂ ପାଇଁ ତିନିମାସ ବ୍ରେକ୍ ନେଇଛନ୍ତି । କାହିଁକି ନା ସେ ସେଥିରେ ବ୍ୟସ୍ତ ରହିବେ। ଆଗାମୀ ସମୟରେ, ଧୀରଜ କୁଣ୍ଡଳୀ ଭାଗ୍ୟକୁ ଫେରିବେ। ଏଭଳି ପରିସ୍ଥିତିରେ ପ୍ରଶଂସକମାନେ ପୁଣି ଥରେ ଧୀରଜ ଓ ଶ୍ରଦ୍ଧାଙ୍କ ଯୋଡିକୁ ଦେଖି ପାରିବେ ।

