ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଟୁଇଟର୍‌’ ‘ସିଇଓ’ ପଦରୁ ଇସ୍ତଫା ଦେବେ ଏଲନ୍‌ ମସ୍କ୍‌; ନୂଆ ‘ସିଇଓ’ ହୋଇପାରନ୍ତି ଲିଣ୍ଡା ୟାକାରିନୋ

ନ୍ୟୁୟର୍କ: ‘ଟୁଇଟର୍‌’ର ‘ସିଇଓ’ ପଦରୁ ଇସ୍ତଫା ଦେବେ ବୋଲି ମାଲିକ ଏଲନ୍‌ ମସ୍କ୍‌ ଘୋଷଣା କରିବା ପରେ ‘ଏନ୍‌ବିସି ୟୁନିଭର୍ସାଲ୍‌’ର ‘ଏକ୍‌ଜିକ୍ୟୁଟିଭ୍‌’ ଲିଣ୍ଡା ୟାକାରିନୋ ନୂଆ ‘ସିଇଓ’ ହେବେ ବୋଲି କୁହାଯାଉଥିବା କଥା ‘ଦି ୱାଲ୍‌ ଷ୍ଟ୍ରିଟ୍‌ ଜର୍ଣ୍ଣାଲ୍‌’ ରିପୋର୍ଟ କରିଛି।

ସାମାଜିକ ଗଣମାଧ୍ୟମ (ଟୁଇଟର୍‌) ପାଇଁ ଜଣେ ନୂତନ ମୁଖ୍ୟ ପାଇଛନ୍ତି, ତେଣୁ ଏବେ ସେ ନିଜେ (ମସ୍କ୍‌) ଜଣେ ‘ଚିଫ୍‌ ଟେକ୍ନୋଲିଜିଷ୍ଟ୍‌’ର ଭୂମିକା ନିର୍ବାହ କରିବେ। କୌଣସି ବ୍ୟକ୍ତିବିଶେଷଙ୍କ ନାଁ ଉଲ୍ଲେଖ ନ କରି ଗୁରୁବାର ଦିନ ଟୁଇଟ୍‌ କରି ମସ୍କ୍‌ କହିଛନ୍ତି, ପ୍ରାୟ ୬ ସପ୍ତାହ ମଧ୍ୟରେ କମ୍ପାନିର ନୂଆ ‘ସିଇଓ’ ନିଯୁକ୍ତି ପାଇବେ।

Image Courtesy of India Today

ଏବେ ୟାକାରିନୋ ‘ଏନ୍‌ବିସି ୟୁନିଭର୍ସାଲ୍‌ ମିଡିଆ’ରେ ବୈଶ୍ବିକ ବିଜ୍ଞାପନ ଏବଂ ଭାଗୀଦାରିତାର ଅଧ୍ୟକ୍ଷା ଅଛନ୍ତି। ଏ ସଂକ୍ରାନ୍ତରେ ବିବୃତି ଦେବା ପାଇଁ ତାଙ୍କୁ କରାଯାଇଥିବା ଇ-ମେଲ୍‌ର ସେ ଜବାବ ଦେଇ ନାହାନ୍ତି। ‘ଏନ୍‌ବିସି ୟୁନିଭର୍ସାଲ୍‌’ର ଜଣେ ପ୍ରତିନିଧି କହିଛନ୍ତି କି, ୟାକାରିନୋ ବିଜ୍ଞାପନଦାତାଙ୍କ ସମ୍ମୁଖରେ କରାଯିବାକୁ ଥିବା ଉପସ୍ଥାପନା ବିଷୟ ଅଭ୍ୟାସ କରୁଛନ୍ତି।

ବିଜ୍ଞାପନ ଶିଳ୍ପର ସମ୍ମାନୀୟା ନେତ୍ରୀ ୟାକାରିନୋ ଗତ ମାସରେ ମିଆମିରେ ଅନୁଷ୍ଠିତ ଏକ ବିଜ୍ଞାପନ ସମ୍ମିଳନୀରେ ମସ୍କଙ୍କଠାରୁ ସାକ୍ଷାତ୍‌କାର ନେଇଥିଲେ।

ଗତ ଅକ୍ଟୋବର ମାସରେ ୪୪ ବିଲିୟନ୍‌ ଡଲାର୍‌ ବିନିମୟରେ ‘ଟୁଇଟର୍‌’କୁ ଖରିଦ କରିଥିବା ମସ୍କ୍‌ ସୂଚନା ଦେଇଥିଲେ ଯେ, କମ୍ପାନିର ସମୃଦ୍ଧି ନିମନ୍ତେ ପରିକଳ୍ପନା କରିଥିବା ସାଙ୍ଗଠନିକ ପରିବର୍ତ୍ତନ ସମ୍ପନ୍ନ ହେବା ସମୟ ପର୍ଯ୍ୟନ୍ତ ସେ ‘ସିଇଓ’ ଦାୟିତ୍ବ ନିର୍ବାହ କରିବେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ