ଖେଳ ଦେଶ ବିଦେଶ

ଟି-୨୦ ବିଶ୍ୱକପ୍‌ : ଆଜି ଘୋଷଣା ହେବ ଭାରତୀୟ ଟିମ୍‌, ଏହି ଷ୍ଟାର ଖେଳାଳିଙ୍କୁ ମିଳିପାରେ ସ୍ଥାନ

ମୁମ୍ବାଇ ୦୮।୦୯: ଆଗାମୀ ଟି-୨୦ ବିଶ୍ୱକପ୍‌ ପାଇଁ ବୁଧବାର ଘୋଷଣା ହେବ ଭାରତୀୟ ଟିମ୍‌ । ମୁଖ୍ୟ ଚୟନକର୍ତ୍ତା ଚେତନ ଶର୍ମାଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଚୟନ କମିଟି ଆଜି ନାମ ଘୋଷଣା କରିବେ । ମୁମ୍ବାଇ ସ୍ଥିତ ବିସିସିଆଇ ହେଡ୍ ଅଫିସରେ ବସିବ ଏହି ବୈଠକ । ଏହି ସମୟରେ ମୁଖ୍ୟ ଚୟନକର୍ତ୍ତା ଅଧିନାୟକ ବିରାଟ କୋହଲିଙ୍କ ସହିତ ମଧ୍ୟ କଥା ହେବ । ବିରାଟ କୋହଲି ମାଞ୍ଚେଷ୍ଟରରୁ ଭର୍ଚୁଆଲ୍‌ ଯୋଗେ ଏହି ବୈଠକରେ ଭାଗ ନେବେ । ସେହିପରି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ଓ ସଚିବ ଜୟ ଶାହା ( ଚୟନ କମିଟିର ସଂଯୋଜକ ) ମଧ୍ୟ ଏହି ମହତ୍ତ୍ୱପୂର୍ଣ୍ଣ ବୈଠକରେ ସାମିଲ ହେବେ ।

ସୂଚନାଯୋଗ୍ୟ ଯେ, ୨୦୨୧ ଟି -୨୦ ବିଶ୍ୱକପ୍‌ ପାଇଁ ସମସ୍ତ ଟିମ୍‌ ସେପ୍ଟେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ନିଜର ଦଳ ଘୋଷଣା କରିବେ । ଟି-୨୦ ବିଶ୍ୱକପ୍‌ ପାଇଁ ବିସିସିଆଇ ନିଜର ୧୫ ଜଣିଆ ଭାରତୀୟ ଟିମ୍‌ ଘୋଷଣା କରିପାରେ । ଏହାସହିତ ପାଞ୍ଚ ଜଣ ଖେଳାଳିଙ୍କୁ ରିଜର୍ଭ ଭାବେ ଟିମ୍‌ରେ ସାମିଲ କରାଯାଇପାରେ । ତେବେ ଆଇସିସି କେବଳ ୧୫ ଜଣ ଖେଳାଳିଙ୍କ ଖର୍ଚ୍ଚ ବହନ କରିବ , ବାକି ରିଜର୍ଭ ଖେଳାଳିଙ୍କ ଖର୍ଚ୍ଚ ସଂପୃକ୍ତ ବୋର୍ଡ ବହନ କରିବେ ।

ସେହିପରି ଓ୍ୱେକଟ୍‌ କିପର ବ୍ୟାଟସମ୍ୟାନ ଇଶାନ କିଷନ ଗତ ଶ୍ରୀଲଙ୍କା ଗସ୍ତରେ କିଛି ଭଲ ପାରି ଖେଳିଥିଲେ । ଏହାକୁ ଦୃଷ୍ଟିରେ ରଖି ତାଙ୍କୁ ମଧ୍ୟ ଟିମ୍‌ରେ ସାମିଲ କରାଯାଇପାରେ । ସେହିପରି ସଞ୍ଜୁ ସାମ୍‌ସନ୍‌, ଯୁବ ସ୍ପିନର ବରୁଣ ଚକବର୍ତ୍ତୀ ଓ ରାହୁଲ ଚହର ମଧ୍ୟ ଟିମ୍‌ରେ ସାମିଲ ହେବା ଦୌଡରେ ରହିଛନ୍ତି । ସେପଟେ ଅଲ୍‌ରାଉଣ୍ଡରଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶର୍ଦ୍ଦୁଲ ଠାକୁରଙ୍କ ମଧ୍ୟରେ ବିଚାର କରୁଛନ୍ତି ଚୟନକର୍ତ୍ତା । ଉଭୟଙ୍କ ମଧ୍ୟରୁ ଜଣଙ୍କୁ ଚୟନ କରାଯିବାର ସୂଚନା ମିଳିଛି ।

ସେହିପରି ମଧ୍ୟକ୍ରମରେ ସୁର୍ଯ୍ୟକୁମାର ଯାଦବ ଓ ଶ୍ରେୟସ ଅୟରଙ୍କ ଚୟନ ପ୍ରାୟତଃ ସ୍ପଷ୍ଟ ହେବା ଭଳି ଲାଗୁଛି । ଅଲ୍‌ରାଉଣ୍ଡର ଓ୍ୱାସିଂଟନ ସୁନ୍ଦର ଆଘାତ କାରଣରୁ କୌଣସି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍‌ ଖେଳିନାହାନ୍ତି । ଏପିରିକି ୟୁଏଇରେ ହେବାକୁ ଥିବା ବାକି ଆଇପିଏଲ୍‌ ସିଜିନ୍‌ରୁ ବାଦ୍‌ ମଧ୍ୟ ପଡିଛନ୍ତି ।ଆଗାମୀ ବିଶ୍ୱକପ୍‌ ପାଇଁ ସୁନ୍ଦରଙ୍କୁ ଟିମ୍‌ରେ ଚୟନ କରିବା ବହୁ କଷ୍ଟ ହେବା ଭଳି ଲାଗୁଛି ।

ଟି-୨୦ ବିଶ୍ୱକପ୍‌ରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ଆଫଗାନିସ୍ତାନ ଗ୍ରୁପ-୨ରେ ସାମିଲ ଅଛନ୍ତି । ଗ୍ରୁପ-୧ରେ ଚମ୍ପିଅନ୍‌ ଓ୍ୱେଷ୍ଟଇଣ୍ଡିଜ୍‌, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ଅଛନ୍ତି । କ୍ୱାଲିଫାଇଂ ରାଉଣ୍ଡରେ ପ୍ରତ୍ୟେକ ଟିମ୍ ୨-୨ ଟି ମ୍ୟାଚ୍‌ ଖେଳିବେ । ଭାରତୀୟ ଟିମ୍‌ ଅକ୍ଟୋବର ୨୪ରେ ପାକିସ୍ତାନକୁ ଭେଟିବ । ସମ୍ଭାବିତ ଟିମ୍‌- ବିରାଟ କୋହଲି (ଅଧିନାୟକ), ରୋହିତ ଶର୍ମା ( ଉପ-ଅଧିନାୟକ ), କେଏଲ୍‌ ରାହୁଲ, ସୁର୍ଯ୍ୟକୁମାର ଯାଦବ, ରିଷଭ ପନ୍ଥ (ଓ୍ୱିକେଟ୍‌ କିପର ), ରବିନ୍ଦ୍ର ଜାଡ଼େଜା, ହାର୍ଦ୍ଦିକ ପାଣ୍ଡ୍ୟା, ମହମ୍ମଦ ସାମି, ଜସପ୍ରୀତ ବୁମ୍‌ରାହ, ଦୀପକ ଚହର, ଯୁଜବେନ୍ଦ୍ର ଚହଲ, ଶ୍ରେୟସ ଆୟର, ଇଶାନ କିଷାନ(ଓ୍ୱିକେଟ୍‌ କିପର ), ଭୁବନେଶ୍ୱର କୁମାର, ଶର୍ଦ୍ଦୁଲ ଠାକୁର

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ