ଖେଳ

ଟି-୨୦ ବିଶ୍ବକପ : ପୁଣିଥରେ ମୈଦାନରେ ମୁହାଁମୁହିଁ ହେବେ ୨ ଚିର ପ୍ରତିଦ୍ବନ୍ଦୀ, ଦେଖିବାକୁ ମିଳିବ ମହାଲଢେଇ

ନୂଆଦିଲ୍ଲୀ ୧୬/୦୭ : ଅକ୍ଟୋବର ୧୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଟ୍ବେଣ୍ଟି ଟେଣ୍ଟି ବିଶ୍ବକପ୍‌ ମହାସମର । ଏହା ପୂର୍ବରୁ ସମସ୍ତ ଦଳ ପ୍ରସ୍ତୁତି ଜୋରଦାର କରୁଛନ୍ତି । ତେବେ କ୍ରିକେଟ ପାଗଳ ଦେଶ କୁହାଯାଉଥିବା ଭାରତ ପାଇଁ ଆଉ ଏକ ରୋମାଞ୍ଚକର ଖବର ଆସିଛି । ମୋଟ ୧୨ଟି ଅଂଶ ଗ୍ରହଣ କରୁଥିବା ଟି-୨୦ ବିଶ୍ବକପରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପ୍‌ରେ ହିଁ ରହିଛନ୍ତି । ଅର୍ଥାତ ଲିଗ୍ ପର୍ଯ୍ୟାୟ ମ୍ୟାଚରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିବ । ମୁହାଁମୁହିଁ ହେବେ ଭାରତ ଏବଂ ପାକିସ୍ତାନ ।

ଆଉ ମାତ୍ର କିଛି ଦିନ ପରେ ବିଶ୍ବକପ ଟି-ଟ୍ବେଣ୍ଟି ମହାସମର ଆରମ୍ଭ ହେବାକୁ ଯାଉଛି । ଏହା ପୂର୍ବରୁ ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଭଲ ଖବର ମିଳିଛି । କ୍ରିକେଟର ୨ ମାରମ୍ପରିକ ପ୍ରତିଦ୍ବନ୍ଦୀ କୁହାଯାଉଥିବା ଭାରତ ଏବଂ ପାକିସ୍ତାନ କ୍ରିକେଟ ଟିମ ଗ୍ରୁପ୍‌-ବି ରେ ରହିଛନ୍ତି । ଉଭୟ ପାକିସ୍ତାନ ଏବଂ ଭାରତ ମଧ୍ୟରେ ମ୍ୟାଚ ହେଲେ ଦର୍ଶକ ତଥା କ୍ରିକେଟ ଫ୍ୟାନ୍‌ମାନଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳେ ।

ଓମାନ ଏବଂ ୟୁଏଇରେ ଅକ୍ଟୋବର ୧୭ ତାରିଖରୁ ନଭେମ୍ବର ୧୪ ଯାଏଁ ଆୟୋଜିତ ହେବାକୁ ଯାଉଛି ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । ତେବେ ଗ୍ରପ୍ ବି ରେ ଭାରତ ଏବଂ ପାକିସ୍ତାନ ବ୍ୟତିତ ନ୍ୟୁଜିଲାଣ୍ଡ, ଆଫଗାନିସ୍ତାନ ସମେତ ଆଉ ୨ଟି ଟିମ ରହିବେ । ଏ ନେଇ ଘୋଷଣା କରିଛି ଇଣ୍ଟରନେସନାଲ କ୍ରିକେଟ କାଉନସିଲ (ICC) ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ