ଖେଳ ଦେଶ ବିଦେଶ

ଟି-ଟ୍ବେଣ୍ଟିରେ ମଧ୍ୟ ଭାରି ପଡିବେ ରବିଚନ୍ଦ୍ରନ ଅଶ୍ବିନ ! ଜାଣନ୍ତୁ ଆଉ କଣ କହିଲେ ପୂର୍ବତନ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ ୧୯/୧୧ : ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ତଥା ଆଇପିଏଲ ଫ୍ରାଞ୍ଚାଇଜ୍ ଦିଲ୍ଲୀ କ୍ୟାପିଟାଲ୍ସର ସହକାରୀ କୋଚ୍ ମହମ୍ମଦ କୈଫ, ଅଶ୍ବିନଙ୍କୁ ନେଇ ଏକ ବଡ ବୟାନ ଦେଇଛନ୍ତି । କୈଫ କହିଛନ୍ତି ରବିଚନ୍ଦ୍ରନ ଅଶ୍ବିନ ଏବେ ଟି-ଟ୍ବେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚରେ ଚମତ୍କାର ପ୍ରଦର୍ଶନ ଦେଖାଇପାରିବେ । ଏବେ ଅଶ୍ବିନଙ୍କୁ ଅଷ୍ଟେ୍ରଲିଆ ଗସ୍ତରେ କେବଳ ଟେଷ୍ଟ ଟିମରେ ସାମିଲ କରାଯାଇଛି ।

ମହମ୍ମଦ କୈଫ କହିଛନ୍ତି ଆଇପିଏଲ ସିଜିନ-୧୩ରେ, ବିରାଟ କେହାଲି, ରୋହିତ ଶର୍ମା, ପୋଲାର୍ଡ, ଗେଲ, ଓ୍ବାର୍ଣ୍ଣର, ଡି କକ୍, ଜୋସ ବଟଲର, ଷ୍ଟେଭ ସ୍ମିଥ୍, ପାଡିକଲ ଏବଂ ପୁରନଙ୍କ ଭଳି ବ୍ୟାଟ୍ସମ୍ୟାନଙ୍କ ଓ୍ବିକେଟ ନେବାରେ ସଫଳ ହୋଇଛନ୍ତି ଅଶ୍ବିନ । ସେଥିମଧ୍ୟରୁ ଅନେକଙ୍କ ଓ୍ବିକେଟ ପାଓ୍ବାର ପ୍ଲେରେ ନେବାରେ ସଫଳ ହୋଇଛନ୍ତି । ସେଥିପାଇଁ ରବିଚନ୍ଦ୍ରନ ଅଶ୍ବିନ ଟି-ଟ୍ବେଣ୍ଟିରେ ବହୁମୂଲ୍ୟ ସାମ୍ୟସ୍ତ ହୋଇପାରନ୍ତି ।

ସଦ୍ୟ ସମାପ୍ତ ହୋଇଥିବା ଆଇପିଏଲ ସିଜିନ ୧୩ରେ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳି ଚମତ୍କାର ବୋଲତଂ ପ୍ରଦର୍ଶନ କରିଥିଲେ । ସୂଚନାଯୋଗ୍ୟ, ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ବିନ ତାଙ୍କ ଶେଷ ଟି-ଟ୍ବେଣ୍ଟି ଅନ୍ତରାଷ୍ଟ୍ରୀୟ ମ୍ୟାଚ୍ ୨୦୧୭ରେ ଓ୍ବେଷ୍ଟଇଣ୍ଡିଜ୍ ବିପକ୍ଷ​‌ରେ ଖେଳିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ