ଖେଳ ଦେଶ ବିଦେଶ

ଟି୨୦ ବିଶ୍ୱକପରେ ଓପନିଂ କରିବେ ରୋହିତ-ବିରାଟ ! ତିନି ନମ୍ବରରେ ଖେଳିବେ ସୂର୍ଯ୍ୟ

ନୂଆଦିଲ୍ଲୀ, ୧୩|୦୯: ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ୧୫ ସଦସ୍ୟ ବିଶିଷ୍ଟ ଟିମର ନେତୃତ୍ୱ ନେବେ ରୋହିତ ଶର୍ମା । ସବୁଠାରୁ ବଡ କଥା ଯେ, ଜସପ୍ରିତ ବୁମରାହ ଓ ହର୍ଷଲ ପଟେଲ ଦଳକୁ ଫେରିଛନ୍ତି । ତାଙ୍କ ବ୍ୟତୀତ ଆର ଅଶ୍ୱିନ ଓ ଦିନେଶ କାର୍ତ୍ତିକଙ୍କୁ ମଧ୍ୟ ଦଳରେ ସ୍ଥାନ ମିଳିଛି ।

ଭାରତ ଟି୨୦ ବିଶ୍ୱକପ ଜିତିବାକୁ ଜୋରଦାର ପ୍ରୟାସ କରିବ । ୧୫ ସଦସ୍ୟ ବିଶିଷ୍ଟ ଟିମର ସବୁ ଖେଳାଳି ନିଜ ଦମରେ ମ୍ୟାଚ୍ ଜିତାଇବାକୁ ଦମ୍ ରଖିଥାନ୍ତି । ତେବେ ଦଳ କେଉଁ ୧୧ଜଣଙ୍କୁ ପଡିଆକୁ ଓହ୍ଲାଇବ ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ ରହିବ । ଏହାସହ ବ୍ୟାଟିଂ କ୍ରମକୁ ନେଇ ମଧ୍ୟ ଚିନ୍ତାରେ ମ୍ୟାନେଜମେଣ୍ଟ୍ ।

ରୋହିତ-କୋହଲି କରିପାରନ୍ତି ଓପନିଂ

ଏସିଆ କପ ୨୦୨୨ରେ କେଏଲ ରାହୁଲ ଓପନିଂରେ ସଙ୍ଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ଆଫଗାନିସ୍ତାନ ବିପକ୍ଷରେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିଥିଲା । ରାହୁଲଙ୍କ ସହ ବିରାଟ କୋହଲି ଓପନିଂ ପାଇଁ ଓହ୍ଲାଇଥିଲେ । ସେ ଦମଦାର୍ ବ୍ୟାଟିଂ କରି ୧୨୨ ରନ୍ କରିଥିଲେ । ତେଣୁ ବିଶ୍ୱକପରେ ରୋହିତଙ୍କ ସହ ବିରାଟ ଓପନିଂ କରିପାରନ୍ତି । ଏହାପରେ ତିନି ନମ୍ବରରେ ସୂର୍ଯ୍ୟକୁମାର ଯାଦବ କ୍ରିଜକୁ ଓହ୍ଲାଇପାରନ୍ତି ।

ଏପରି ହୋଇପାରେ ମିଡିଲ ଅର୍ଡର

ମିଡିଲ ଅର୍ଡରରେ ଚାରି ନମ୍ବରରେ ବ୍ୟାଟିଂ ପାଇଁ ଆସିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । କେଏଲ ରାହୁଲ ୫ ନମ୍ବରରେ ଆସିପାରନ୍ତି । ସେହିପରି ୬ ନମ୍ବରରେ ଦିନେଶ କାର୍ତ୍ତିକ ପଡିଆକୁ ଓହ୍ଲାଇପାରନ୍ତି । ସେ ଫିନିଶରର ରୋଲ୍ ପ୍ଲେ କରିବେ ।

ନିମ୍ନକ୍ରମରେ ଅକ୍ଷର ପଟେଲ ରବୀନ୍ଦ୍ର ଜାଡେଜାଙ୍କ ସ୍ଥାନ ନେଇପାରନ୍ତି । ଏହାପରେ ଭୁବନେଶ୍ୱର କୁମାର, ଜସପ୍ରିତ ବୁମରାହ ଓ ୟୁଜବେନ୍ଦ୍ର ଚହଲ ପଡିଆକୁ ଓହ୍ଲାଇପାରନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ