ଖେଳ ଦେଶ ବିଦେଶ

ଟି୨୦ରେ ଅଷ୍ଟ୍ରେଲିଆ ଉପରେ ଭାରି ପଡିବ ଭାରତ ! ନଜର ପକାନ୍ତୁ ରେକର୍ଡ ଉପରେ

ସିଡନୀ, ୦୪।୧୨: ଅଷ୍ଟ୍ରେଲିଆ ବିପକ୍ଷରେ ତୃତୀୟ ଦିନିକିଆ ଜିତିବା ପରେ ଭାରତର ଆତ୍ମବିଶ୍ୱାସ ଅଧିକ ରହିଛି । ଶୁକ୍ରବାରଠୁ ଉଭୟ ଦଳ ମଧ୍ୟରେ ଆରମ୍ଭ ହେବ ଟି୨୦ ସିରିଜ । ପ୍ରଥମ ଟି୨୦ କାନବେରାରେ ଖେଳାଯିବ ।

ଭାରତର ରେକର୍ଡ ଅଷ୍ଟ୍ରେଲିଆ ବିପକ୍ଷରେ ଟି୨୦ରେ ଭଲ ରହିଛି । ଭାରତ ଅଷ୍ଟ୍ରେଲିଆରେ ୯ଟି ଟି୨୦ ମ୍ୟାଚ୍ ଖେଳିଛି । ଏଥିରେ ଦଳକୁ ୫ ଥର ବିଜୟ ମିଳିଛି । ଅଷ୍ଟ୍ରେଲିଆ ୩ ଥର ଜିତିଥିବା ବେଳେ ଗୋଟିଏ ମ୍ୟାଚ୍ ଫଳାଫଳଶୂନ୍ୟ ରହିଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ ଭାରତ ଅଷ୍ଟ୍ରେଲିଆରେ କେବେବି ଟି୨୦ ସିରିଜ ଜିତିନାହିଁ ।


ଅଧିନାୟକ ବିରାଟ କୋହଲି ପ୍ରଥମ ଦିନିକିଆ ହାରିବା ପରେ ଖେଳାଳିଙ୍କୁ ଟି୨୦ ମୋଡରୁ ଦିନିକିଆ ମୋଡକୁ ନ ଆସିଥିବାରୁ କଟାକ୍ଷ କରିଥିଲେ । ଏହସହ ଉଭୟ ଦଳର ଖେଳାଳି କିପରି ଭାବେ ୪୮ ଘଣ୍ଟା ମଧ୍ୟରେ ଟି୨୦ ଫର୍ମକୁ ଆସିବା ତାହା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ । ତେବେ ଉଭୟ ଦଳର ଅନେକ ଖେଳାଳି ନିକଟରେ ଆଇପିଏଲ ଖେଳିଛନ୍ତି ।

ଭାରତ ପାଖରେ ଟି୨୦ ପାଇଁ ଭିନ୍ନ ଯୋଜନା ରହିଛି । ଖେଳାଳିରେ ମଧ୍ୟ ପରିବର୍ତ୍ତନ ହୋଇପାରେ । ଦୀପକ ଚହର ଓ ଓ୍ୱାଶିଂଟନ ସୁନ୍ଦର ଟି୨୦ ଦଳରେ ଖେଳିପାରନ୍ତି । କିନ୍ତୁ ଅଷ୍ଟ୍ରେଲିଆର ଦିନିକିଆ ଓ ଟି୨୦ ଦଳ ସମାନ ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ