ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଟିମ୍ ଇଣ୍ଡିଆର ବିଶ୍ବ ରେକର୍ଡ : ଘରୋଇ ମାଟିରେ ଲଗାତାର ଜିତିଛି ୧୨ଟି ଟେଷ୍ଟ ସିରିଜ୍, ପଢନ୍ତୁ ପୁରା ରିପୋର୍ଟ…

ଅହମ୍ମଦାବାଦ ୦୨/୦୩ : ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚତୁର୍ଥ ଟେଷ୍ଟ ମ୍ୟାଚ୍‌ ଗୁରୁବାର ଠାରୁ ଅହମ୍ମଦାବାଦର ମୋଟେରା ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି । ୪ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ସିରିଜ୍‌କୁ ୨-୧ରେ ଆଗୁଆ ଅଛି ଟିମ୍ ଇଣ୍ଡିଆ । ଭାରତକୁ ବିଶ୍ବ ଟେଷ୍ଟ୍‌ ଚାମ୍ପିୟନ୍‌ସିପ୍‌ରେ ପ୍ରବେଶ କରିବା ପାଇଁ ଇଂଲଣ୍ଡ ବିପକ୍ଷ ଚତୁର୍ଥ ତଥା ଶେଷ ଟେଷ୍ଟ ବିଜୟ ହେଉଛି ସୁବର୍ଣ୍ଣ ସୁଯୋଗ । ଯଦି ଭାରତ ଚତୁର୍ଥ ଟେଷ୍ଟରେ ବିଜୟୀ କିମ୍ବା ମ୍ୟାଚ୍‌କୁ ଡ୍ର ରଖିବାରେ ସଫଳ ହୁଏ ତେବେ ଟେଷ୍ଟ ଚାମ୍ପିୟନ୍‌ସିପ୍‌ରେ ଫାଇନାଲ ସ୍ଥାନ ପକ୍କା କରିବ ଭାରତ ।

କେବଳ ସେତିକି ନୁହେଁ ଯଦି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ମ୍ୟାଚ୍‌କୁ ଭାରତ ଜିତିବାରେ କିମ୍ବା ଡ୍ର ରଖିବାରେ ସଫଳ ହୁଏ ତେବେ ଘରୋଇ ମାଟିରେ ଆଉ ଏକ ରେକର୍ଡ କରିବ ଟିମ୍‌ ଇଣ୍ଡିଆ । ଏହି ବିଜୟ ସହିତ ଘରୋଇ ମାଟିରେ ଲଗାତାର ୧୩ଟି ଟେଷ୍ଟ୍‌ ସିରିଜ୍‌ ଜିତିବାର ରେକର୍ଡ କରିବ ଭାରତ । ୨୦୧୨ ମସିହାରେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ପରାଜୟ ପରେ ଘରୋଇ ମାଟିରେ ଗୋଟିଏ ବି ସିରିଜ୍‌ ହାରିନି ଭାରତ । ୨୦୧୯ରେ ବାଂଲାଦେଶକୁ ୨-୦ରେ ହରାଇ ଘରୋଇ ମାଟିରେ ଲଗାତାର ୧୨ଟି ଟେଷ୍ଟ ସିରିଜ୍‌ ଜିତିଥିଲା ଭାରତ ।

ଘରୋଇ ମାଟିରେ ଟେଷ୍ଟ ସିରିଜ୍‌ ବିଜୟ :

ଭାରତ-୧୨ ସିରିଜ୍ ବିଜୟ, ଫେବୃଆରୀ ୨୦୧୩ରୁ ଏପର୍ଯ୍ୟନ୍ତ…

ଅଷ୍ଟ୍ରେଲିଆ-୧୦ ସିରିଜ୍‌ ବିଜୟ,ନଭେମ୍ବର ୧୯୯୪ରୁ ନଭେମ୍ବର ୨୦୦୦

ଅଷ୍ଟ୍ରେଲିଆ-୧୦ ସିରିଜ୍‌ ବିଜୟ,ଜୁଲାଇ ୨୦୦୪ରୁ ନଭେମ୍ବର ୨୦୦୮

ଅଷ୍ଟ୍ରେଲିଆ-୮ ସିରିଜ୍ ବିଜୟ,ମାର୍ଚ୍ଚ ୧୯୭୬ରୁ ଫେବୃଆରୀ ୧୯୯୬

ଇଂଲଣ୍ଡ- ୭ ସିରିଜ୍ ବିଜୟ, ମେ ୨୦୦୯ରୁ ମେ ୨୦୧୨

ଦକ୍ଷିଣ ଆଫ୍ରିକା- ୭ ସିରିଜ୍‌ ବିଜୟ, ମାର୍ଚ୍ଚ ୧୯୯୮ରୁ ନଭେମ୍ବର ୨୦୦୧

ଲଗାତାର ଟେଷ୍ଟ ସିରିଜ୍‌ ବିଜୟ ସଫର୍ :‌

୨୦୧୩ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ୪-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୩ ନଭେମ୍ବରରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୫ ନଭେମ୍ବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୬ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୬ ନଭେମ୍ବରରେ ଇଂଲଣ୍ଡ ବିପକ୍ଷରେ ୪-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୭ ଫେବୃଆରୀରେ ବାଂଲାଦେଶ ବିପକ୍ଷରେ ୧-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୭ ଫେବୃଆରୀରେ ଅଷ୍ଟ୍ରେଲିଆ ବିପକ୍ଷରେ ୨-୧ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୭ ନଭେମ୍ବରରେ ଶ୍ରୀଲଙ୍କା ବିପକ୍ଷରେ ୧-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୮ ଜୁନ୍‌ରେ ଆଫ୍‌ଗାନିସ୍ତାନ ବିପକ୍ଷରେ ୧-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୮ ଅକ୍ଟୋବରରେ ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍‌ ବିଜୟ

୨୦୧୯ ଅକ୍ଟୋବରରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩-୦ରେ ଟେଷ୍ଟ ସିରିଜ୍‌ ବିଜୟ
୨୦୧୯ ନଭେମ୍ବରରେ ବାଂଲାଦେଶ ବିପକ୍ଷରେ ୨-୦ରେ ଟେଷ୍ଟ ସିରିଜ୍‌ ବିଜୟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ