ଖେଳ ଦେଶ ବିଦେଶ

ଟିମ୍ ଇଣ୍ଡିଆକୁ ଝଟକା, ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଦୁଇଟି ଟେଷ୍ଟରୁ ବାଦ୍ ପଡିଲେ ଇଶାନ୍ତ ଶର୍ମା ଓ ରୋହିତ ଶର୍ମା !

ନୂଆଦିଲ୍ଲୀ ୨୪।୧୧: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍ ଦଳକୁ ବଡ ଝଟକା ଲାଗିଛି। ଦଳର ବରିଷ୍ଠ ବ୍ୟାଟସମ୍ୟାନ ରୋହିତ ଶର୍ମା ଓ ଦ୍ରୁତ ବୋଲର ଇଶାନ୍ତ ଶର୍ମା ବର୍ତ୍ତମାନ ସଂପୂର୍ଣ୍ଣ ଫିଟ୍ ହୋଇ ନାହାନ୍ତି। ଫଳରେ ଦୁଇ ଖେଳାଳି ଟେଷ୍ଟ ଶୃଙ୍ଖଳାର ପ୍ରଥମ ଦୁଇଟି ମ୍ୟାଚ୍‌ରୁ ବାହାରି ଯାଇଛନ୍ତି। କ୍ରିକଇନଫୋର ରିପୋର୍ଟ ଅନୁଯାୟୀ, ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ବହୁତ ଶୀଘ୍ର ଏହି ବିଷୟରେ ଘୋଷଣା କରିବାକୁ ଯାଉଛି। ରୋହିତ ଓ ଇଶାନ୍ତଙ୍କୁ ଅଷ୍ଟ୍ରେଲିଆ ବିପକ୍ଷ ଶେଷ ତିନୋଟି ଟେଷ୍ଟ ଲାଗି ଦଳରେ ସାମିଲ କରାଯାଇଥିଲା। ଦୁଇ ଖେଳାଳି ସଂପ୍ରତି ବେଙ୍ଗାଲୁରୁ ସ୍ଥିତ ନ୍ୟାସନାଲ କ୍ରିକେଟ୍‌ ଏକାଡେମୀରେ ଆହତ ସମସ୍ୟାରୁ ମୁକୁଳିବା ପାଇଁ ଅଭ୍ୟାସ ଚଳାଇଛନ୍ତି। ଏନସିଏର ଡାକ୍ତରୀ ଦଳ ଉଭୟଙ୍କ ଉପରେ ନଜର ରଖିଛନ୍ତି।

ଇଶାନ୍ତ ଶର୍ମାଙ୍କ ବିଷୟରେ ବିସିସିଆଇର ଅଧିକାରୀ କହିଛନ୍ତି, ଯଦି ଟି-୨୦ ମ୍ୟାଚ୍‌ କଥା କୁହାଯାଏ ତେବେ ଇଶାନ୍ତ ଶର୍ମା ୪ ଓଭର ବୋଲିଂ କରିବାକୁ ଫିଟ୍ ଅଛନ୍ତି। ମାତ୍ର ଟେଷ୍ଟ ପରି ଲମ୍ବା ଫର୍ମାଟ୍ ପାଇଁ ଫିଟ୍ ହେବାକୁ ତାଙ୍କୁ ଆଉ କିଛି ଦିନ ସମୟ ଲାଗିବ। ତେଣୁ ଇଶାନ୍ତଙ୍କୁ ନେଇ ଦଳ ପ୍ରବନ୍ଧକ କୌଣସି ରିସ୍କ ନେବାକୁ ଚାହୁଁ ନାହାନ୍ତି। ଅନ୍ୟପଟେ ରୋହିତ ଶର୍ମାଙ୍କୁ ଡିସେମ୍ବର ଦ୍ଵିତୀୟ ସପ୍ତାହରେ ହିଁ ଅଷ୍ଟ୍ରେଲିଆ ଗସ୍ତ କରିବାକୁ ଅନୁମତି ମିଳି ପାରିବ। କାରଣ ସେ ସଂପୂର୍ଣ୍ଣ ଫିଟ୍‌ନେସ୍‌ ହାସଲ କରି ପାରି ନାହାନ୍ତି। ରୋହିତଙ୍କୁ ଆଉ ଦୁଇ ସପ୍ତାହ ରିହାବିଲିଟେନସରେ ରହିବାକୁ ପଡିବ। ଏହା ପରେ ଯାଇ ଏନସିଏ କୌଣସି ନିର୍ଣ୍ଣାୟକ ନିଷ୍କର୍ସରେ ପହଞ୍ଚି ପାରିବ।

ରୋହିତ ଯଦି ଡିସେମ୍ବର ୮ରେ ଅଷ୍ଟ୍ରେଲିଆ ଗସ୍ତ କରନ୍ତି ତେବେ ଦୁଇ ସପ୍ତାହ ତାଙ୍କୁ କ୍ଵାରେଣ୍ଟାଇନ୍‌ରେ ରହିବାକୁ ପଡିବ। ଏହା ପରେ ଯାଇ ସେ ଡିସେମ୍ବର ୨୨ରେ ଅଭ୍ୟାସ କରି ପାରିବେ। ଅପରପକ୍ଷେ ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ପିତୃତ୍ଵ ଅବକାଶରେ ସ୍ଵଦେଶ ଫେରିବେ। କୁହାଯାଉଛି, ଶ୍ରେୟସ ଆୟରଙ୍କୁ ଟେଷ୍ଟ ଦଳରେ ସାମିଲ କରାଯାଇପାରେ। ଶ୍ରେୟସ ଦିନିକିଆ ଓ ଟି-୨୦ ଦଳରେ ଅଛନ୍ତି।

ରିପୋର୍ଟ ଅନୁଯାୟୀ, ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କ ଫିଟ୍‌ନେସ୍‌ ଟେଷ୍ଟ ଉପରେ ନିକଟରେ ଏନସିଏର ଦଳ ସହିତ ବୈଠକ ହୋଇଥିଲା। ବୈଠକରେ ସୂଚନା ଦିଆଯାଇଥିଲା ଯେ, ଦୁଇ ଖେଳାଳିଙ୍କ ଫିଟ୍‌ନେସ୍‌ରେ ଆଶାନୁରୂପ ସୁଧାର ଆସିନାହିଁ। ଏହି ବିଷୟରେ ଦଳ ପ୍ରବନ୍ଧକ, ଚୟନକର୍ତ୍ତା ଓ ବିସିସିଆଇକୁ ଅନଔପଚାରିକ ଭାବେ ସୂଚିତ କରାଯାଇଛି। ଏହା ମଧ୍ୟ ଦଳ ପାଇଁ ବଡ ଝଟକା ଯେ, ପ୍ରଥମ ଟେଷ୍ଟ ପରେ ବିରାଟ କୋହଲି ସ୍ଵଦେଶ ଫେରିବେ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ