ନୂଆଦିଲ୍ଲୀ ୩୦/୭: ଟିମ୍ ଇଣ୍ଡିଆର ସ୍ପିନର ୟୁଜବେନ୍ଦ୍ର ଚହଲ ଏବଂ କୃଷ୍ଣପ୍ପା ଗୌତମ କରୋନା ସଂକ୍ରମିତ । ଏହି ୨ ଖେଳାଳି ଶ୍ରୀଲଙ୍କା ଗସ୍ତରେ ଟିମ ଇଣ୍ଡିଆର ଅଂଶୀଦାର ଥିଲେ । ତେବେ ଏମାନେ କୃଣାଲ ପାଣ୍ଡ୍ୟାଙ୍କ ସଂସ୍ପର୍ଶରେ ଆସି ସଂକ୍ରମିତ ହୋଇଥିବା ଜଣାପଡିଛି । ଅଲରାଉଣ୍ଡର ପାଣ୍ଡ୍ୟା ଗତ ୨୭ ତାରିଖରେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ ହୋଇଥିଲେ ।

ଚହଲ ଏବଂ ଗୌତମଙ୍କ ବ୍ୟତୀତ ହାର୍ଦ୍ଦିକ, ସୂର୍ଯ୍ୟକୁମାର, ପୃଥ୍ୱୀ ଶ, ମନୀଷ ପାଣ୍ଡେ ଏବଂ ଇଶାନ ଶିଷନ ପାଣ୍ଡ୍ୟାଙ୍କ ସଂପର୍କରେ ଆସିଥିଲେ । ହେଲେ ଏମାନଙ୍କ ରିପୋର୍ଟ ନେଗେଟିଭ ଆସିଥିଲା । ତଥାପି ଏହି ଖେଳାଳୀମାନେ ଶ୍ରୀଲଙ୍କା ବିପକ୍ଷରେ ତୃତୀୟ ଟି-୨୦ରୁ ବାଦ ପଡିଥିଲେ ।