ରାଜ୍ୟ

ଟିଭି, ଫ୍ରିଜ୍‌ ପ‌ରେ କମ୍ପ୍ୟୁଟର, ପ୍ରିଣ୍ଟର କିଣାରେ ଦୁର୍ନୀତି: ନାମୀ କମ୍ପାନିର ମନିଟର; ଭିତର ସାମଗ୍ରୀ ଚାଲୁ!

କଟକ : ସରକାରୀ ଅଫିସ୍‌ ଆସବାବପତ୍ର କିଣା ପାଇଁ ବ୍ୟବହୃତ ଜିଇଏମ୍‌ ପୋର୍ଟାଲକୁ ଆଳ କରି କିଛି ଅଧିକାରୀ ଆଖିବୁଜା ଦୁର୍ନୀତି କରୁଛନ୍ତି। ସମାନ ଦ୍ରବ୍ୟକୁ ବଜାର ଦରଠାରୁ ଦୁଇ/ତିନି ଗୁଣା ଦରରେ କିଣିବାକୁ ଅନୁମତି ଦେଉଛନ୍ତି। ସମସ୍ତ ସରକାରୀ କାର୍ଯ୍ୟ‌ାଳୟରେ ଏବେ ଏ ପ୍ରକାର ଜାଲିଆତି ସାମ୍ନାକୁ ଆସିଛି। କଟକ ଜିଲ୍ଲା ସିଡିଏମଓ ଅଫିସରେ ଆସବାବପତ୍ର, ଟିଭି, ଫ୍ରିଜ୍ ପରେ ଏବେ କମ୍ପ୍ୟୁଟର କିଣାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଜିଲ୍ଲା ପାଇଁ କିଣାଯାଇଥିବା ପାଖାପାଖି ୪୦୦ କମ୍ପ୍ୟୁଟର କିଣାରେ ଏହି ଦୁର୍ନୀତି ହୋଇଥିବା ଅଭିଯୋଗ ‌ହୋଇଛି। କିଛି ନିର୍ଦିଷ୍ଟ ଅଧିକାରୀ ଏବେ ଜିଇଏମ୍ ପୋର୍ଟାଲକୁ ନିୟନ୍ତ୍ରଣ‌ରେ ରଖି ନିର୍ଦ୍ଦିଷ୍ଟ ସ୍ପେସିଫିକେସନ୍ (ଦ୍ରବ୍ୟ ଜନିତ ବୈଶିଷ୍ଟ୍ୟ) ପ୍ରଦାନ କରି ଟେଣ୍ଡର୍‌ ଫିକ୍ସିଂ କରୁଥିବା ଅଭିଯୋଗ ହୋଇଛି। ଟେଣ୍ଡର ସର୍ତ୍ତରେ ଏକ ନିର୍ଦିଷ୍ଟ କଂପାନିର କମ୍ପ୍ୟୁଟର ଯୋଗାଇବାକୁ ନିୟମ ଥିବା ବେଳେ କେବଳ ମିନିଟରଟିକୁ ନାମୀ କଂପାନିର ଦେବା ପ‌ରେ ଅନ୍ୟ ସରଂଜାମକୁ ଆସେମ୍ବଲ୍‌ ବା କମ ଦରରେ ମିଳୁଥିବା ଉପକରଣ ଯୋଡ଼ି ଦିଆଯାଉଥିବା ଅଭିଯୋଗ ହୋଇଛି। କଂପାନି କମ୍ପ୍ୟୁଟର ଦର ଠାରୁ ପ୍ରାୟ ଅଧା ଦରରେ ଆସେମ୍ବଲ୍‌ କମ୍ପ୍ୟୁଟର ମିଳୁଥିବାରୁ ଏଥିରେ ଚଂଚକତା କରାଯାଇଛି।

ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଏନ୍‌ଏଚ୍‌ଏମ୍‌ (ଜାତୀୟ ସ୍ବାସ୍ଥ୍ୟ ମିସନ୍‌) ଅନ୍ତର୍ଗତ କଟକ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ କାର୍ଯ୍ୟାଳୟରେ ଏଭଳି ଅନିୟମିତତା ବାରମ୍ବାର ସାମ୍ନାକୁ ଆସୁଥିଲେ ବି ଏହାର ତଦନ୍ତ କରାଯାଉନାହିଁ। ପୂର୍ବରୁ ଫ୍ରିଜ୍‌ ଓ ଟିଭି କିଣାରେ ଏଭଳି ଅନିୟମିତତା ହୋଇଥିବା ଅଭିଯୋଗ ହୋଇଥିଲା। କଟକ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ବା ଅନୁ୍ଷ୍ଠାନ ପାଇଁ କିଣାଯାଇଥିବା ୩୯୧ଟି ଫ୍ରିଜ୍‌କୁ ଦୁଇ ଗୁଣା ଦରରେ କିଣାଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସେହି ଏକା ସ୍ପେସିଫିକେସନ୍ ଥିବା ଫ୍ରିଜ୍ ବା ତାଠୁ ଅଧିକ ଷ୍ଟାର୍‌ ରେଟିଂ ଥିବା ଫ୍ରିଜ୍‌କୁ କମ୍‌ ଦର‌ରେ କିଣିଥିବା ବେଳେ କଟକରେ କମ୍ ରେଟିଂ ଥିବା ଫ୍ରିଜ୍ ପାଖାପାଖି ଦେଢ଼ଗୁଣା ଦରରେ କିଣାଯାଇଥିଲା। ଏହି ଘଟଣାର ମଧ୍ୟ ତଦନ୍ତ କରାଯାଇନଥିଲା। ଏବେ କମ୍ପ୍ୟୁଟର ଡେସ୍କଟପ୍ ଓ ପ୍ରିଣ୍ଟର କିଣାରେ ହୋଇଥିବା ଅନିୟମିତତାର ତଦନ୍ତ କରିବାକୁ ଦାବି ହୋଇଛି। ୪୦୦ ଡେସ୍କ୍‌ଟପର ଯେଉଁ ବୈଶିଷ୍ଟ୍ୟ ଥିଲା ବା ଏଜେନ୍ସି ଯେଉଁ କମ୍ପ୍ୟୁଟର ଯୋଗାଣ କରିଛି ତାହା ନିର୍ଦିଷ୍ଟ କଂପାନିର ଜିନିଷ କି ନୁହେଁ ତାହାର ଯାଞ୍ଚ କଲେ ସତ୍ୟାସତ୍ୟ ସାମନାକୁ ଆସି ଯିବ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।