ଅପରାଧ ଦେଶ ବିଦେଶ

ଟିଭି ଅଭିନେତ୍ରୀଙ୍କ ହତ୍ୟାର ପ୍ରତିଶୋଧ, ୨୪ଘଣ୍ଟାରେ ୪ ଆତଙ୍କବାଦୀଙ୍କୁ ଏନ୍‌କାଉଣ୍ଟର କଲେ ସୁରକ୍ଷାକର୍ମୀ

ଶ୍ରୀନଗର ୨୭।୫: ଟିଭି ଅଭିନେତା ଅମରିନ୍ ଭଟ୍ଟଙ୍କୁ ହତ୍ୟା କରିଥିବା ଆତଙ୍କବାଦୀଙ୍କ ସମେତ ୪ଜଣଙ୍କୁ ଏନକାଉଣ୍ଟର କରିଛନ୍ତି ସୁରକ୍ଷାକର୍ମୀ । ଗୁରୁବାର ବିଳମ୍ବିତ ରାତିରେ ଏହି ଏନକାଉଣ୍ଟର ଘଟିଛି । ଅବନ୍ତିପୋରା ଏବଂ ଶ୍ରୀନଗରରେ ଦୁଇ ଆତଙ୍କବାଦୀଙ୍କୁ ନିହତ କରିବା ସହ ସେମାନଙ୍କ ନିକଟରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରାଯାଇଛି । ସେହି ଆତଙ୍କବାଦୀମାନଙ୍କୁ ଲୁଚାଇ ରଖିଥିବା ବ୍ୟକ୍ତିଙ୍କୁ ଜାମ୍ମୁକାଶ୍ମୀର ପୋଲିସ ଏବେ ଖୋଜୁଛି ।

କାଶ୍ମୀର ଜୋନ୍ ଆଇଜି ବିଜୟ କୁମାର କହିଛନ୍ତି ଯେ, ସୂଚନାଦାତାଠାରୁ ସୂଚନା ମିଳିବା ପରେ ଅବନ୍ତିପୋରା ଅଗନହାଞ୍ଜିପୋରାରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା । ଘରେ ଘରେ ଛାନଭିନ୍ ବେଳେ ଆତଙ୍କବାଦୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଗୁଳି ଚଳାଇଥିଲେ । ଫଳରେ ସୁରକ୍ଷାକର୍ମୀ ପାଲଟା ଗୁଳିଚାଳନା କରିଥିଲେ । କିଛି ସମୟ ପରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଥିଲେ ।

ସେ ଆହୁରି କହିଛନ୍ତି ଯେ, ଆତଙ୍କବାଦୀଙ୍କ ପରିଚୟ ମିଳିଛି । ଦୁଇ ଆତଙ୍କବାଦୀ ଗଡଗାମ୍ ନିବାସୀ ଶାଦି ମୁସ୍ତାକ ଭଟ୍ଟ ଏବଂ ପୁଲଓ୍ବାମା ନିବାସୀ ଫରହାନ ହବିବ । ଉଭୟ ଆତଙ୍କବାଦୀ ନିକଟରେ ଆତଙ୍କୀ ସଂଗଠନ ଲସ୍କର-ଏ-ତୋଇବାରେ ସାମିଲ ହୋଇଥିଲେ । ସେମାନେ ହିଁ ଲସ୍କର କମାଣ୍ଡର ଲତିଫର କହିବା ଅନୁସାରେ ଟିଭି ଅଭିନେତ୍ରୀ ଅମରିନ୍ ଭଟ୍ଟଙ୍କୁ ବୁଧବାର ଦିନ ଗୁଳିମାରି ହତ୍ୟା କରିଥିଲେ । ଉଭୟଙ୍କୁ ନିକଟରୁ ଗୋଟିଏ ଏକେ-୫୬ ରାଇଫଲ, ଗୋଟିଏ ପିସ୍ତଲ ଏବଂ ୪ଟି ମ୍ୟାଗାଜିନ୍ ମିଳିଛି । ସେହିଭଳି ଶ୍ରୀନଗରରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ ବେଳେ ଲସ୍କର-ଏ-ତୋଇବାର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ