ରାଜ୍ୟ ସ୍ପେଶାଲ ରିପୋର୍ଟ

ଟିପିସିଓଡିଏଲ୍‌ର ‘ୱାନ୍‌ ଟାଇମ୍‌ ସେଟେଲ୍‌ମେଣ୍ଟ’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ୱର : ଟିପିସିଓଡିଏଲ୍ ପକ୍ଷରୁ ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ୱାନ୍‌ ଟାଇମ୍‌ ସେଟେଲ୍‌ମେଣ୍ଟ(ଓଟିଏସ୍‌) ବ୍ୟବସ୍ଥା କରାଯାଇଛି। ଅତୀତର ବକେୟା ବିଲ୍ ପ୍ରଦାନ ଉପରେ ଉପଭୋକ୍ତାମାନଙ୍କୁ ଆଶ୍ୱସ୍ତି ପ୍ରଦାନ କରିବା ପାଇଁ ଏହି ଯୋଜନାକୁ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ଙ୍କ ଅନୁମୋଦନ କରିଛନ୍ତି। ଏହି ସ୍ୱତନ୍ତ୍ର ଯୋଜନାରେ ୨୦୨୦ ମେ’ ୩୧ ପର୍ଯ୍ୟନ୍ତ ବାକି ଥିବା ବିଦ୍ୟୁତ୍ ଦେୟ ଉପରେ ୩୦% ପର୍ଯ୍ୟନ୍ତ ରିହାତି ପ୍ରଦାନ କରାଯିବାକୁ ଘୋଷଣା କରାଯାଇଛି। ‘ଲୋ ଟେନ୍‌ସନ୍’ ଉପଭୋକ୍ତାଙ୍କ ପାଇଁ ୩୦% ପର୍ଯ୍ୟନ୍ତ, ବିଳମ୍ବିତ ପେମେଣ୍ଟ ସରଚାର୍ଜ (ଡିପିଏସ୍‌) ଉପରେ ୮୦% ଓ ସମସ୍ତ ଏଚ୍‌ଟି/ ଇଏଚ୍‌ଟି ଉପଭୋକ୍ତାମାନେ ବିଳମ୍ବିତ ସରଚାର୍ଜ ଉପରେ ୬୦% ପର୍ଯ୍ୟନ୍ତ ରିହାତି ପାଇବେ ବୋଲି ଘୋଷଣା କରାଯାଇଛି।

ଉପଭୋକ୍ତାମାନେ ଟିପିସିଓଡିଏଲ୍‌ର ଗ୍ରାହକ ସେବା କେନ୍ଦ୍ର, ସବ୍‌-ଡିଭିଜନ, ଡିଭିଜନ, ସେକ୍ସନ ଅଫିସ ଜରିଆରେ କିମ୍ବା ୧୯୧୨/ ୧୮୦୦-୩୪୫-୭୧୨୨ ଟୋଲ୍‌ ଫ୍ରି ନମ୍ବର ଡାଏଲ୍ କରି ପଞ୍ଜୀକରଣ କରିପାରିବାକୁ ଟିପିସିଓଡିଏଲ୍‌ ପରାମର୍ଶ ଦେଇଛି। ଏହା ବ୍ୟତୀତ ୯୧୨୪୯୯୮୭୨୯ ନମ୍ବରରେ ହ୍ୱାଟସ୍‌ଆପ୍ କରି ପଞ୍ଜୀକରଣ କରିପାରିବେ। ଟିପିସିଓଡିଏଲ୍‌ ଏଥିପାଇଁ ‘ଗାଁ ଚାଲ ଶିବିର’ ମଧ୍ୟ ଆୟୋଜନ କରୁଛି। ଏହାର ସୁବିଧା ମଧ୍ୟ ଉପଭୋକ୍ତା ନେଇ ପାରିବେ। ଏହି (ଓଟିଏସ୍‌)ସ୍କିମ୍ ସୀମିତ ଅବଧି ଲାଗି ଉପଲବ୍ଧ ଥିବାରୁ ବିଦ୍ୟୁତ୍ ବିଲ୍ ବକେୟା ରଖିଥିବା ଉପଭୋକ୍ତାମାନେ ଏହାର ସୁଯୋଗ ନେବାକୁ ଟିପିସିଓଡିଏଲ୍‌ ନିବେଦନ କରିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।