ଦେଶ ବିଦେଶ

ଟିକେଟ୍ ନ ମିଳିବାରୁ ସାଂସଦଙ୍କ ଆତ୍ମହତ୍ୟା

କୋଏମ୍ବାଟୁର: କୀଟନାଶକ ପିଇଥିବା ଇରୋଡ଼ ସାଂସଦ ଏ ଗଣେଶମୂର୍ତ୍ତିଙ୍କର ଗୁରୁବାର କୋଏମ୍ବାଟୁର ସହରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଆଗାମୀ ଲୋକସଭା ନିର୍ବାଚନରେ ଲଢ଼ିବା ପାଇଁ ଏମ୍‌ଡିଏମ୍‌କେ (ଭାଇକୋ ପାର୍ଟି) ତାଙ୍କୁ ଟିକେଟ ନ ଦେବାରୁ ସେ ଏହି ଚରମ ପଦକ୍ଷେପ ନେଇଛନ୍ତି। ଶବ ବ୍ୟବଚ୍ଛେଦ ପାଇଁ ଇରୋଡ୍‌ର ପେରୁନ୍ଦୁରାଇସ୍ଥିତ ସରକାରୀ ଡାକ୍ତରଖାନାକୁ ପଠାଯାଇଛି। ଗଣେଶମୂର୍ତ୍ତି ଏମ୍‌ଡିଏମ୍‌କେର ଅନ୍ୟତମ ବରିଷ୍ଠ ନେତା ଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ସେ ଡିଏମ୍‌କେର ଉଦୀୟମାନ ସୂର୍ଯ୍ୟ ଚିହ୍ନରେ ଇରୋଡ ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ଆଗାମୀ ନିର୍ବାଚନ ପାଇଁ ଦଳ ତାଙ୍କୁ ବାଦ୍ ଦେବା ପରେ ସେ ଗଭୀର ମାନସିକ ଅବସାଦରେ ଥିଲେ। ରବିବାର (ମାର୍ଚ୍ଚ ୨୪) ସେ ଇରୋଡ୍ ସହରରେ ଥିବା ତାଙ୍କ ବାସଭବନରେ କୀଟନାଶକ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ ଏବଂ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ଯେଉଁଠାରେ ତାଙ୍କୁ ପ୍ରାଥମିକ ଚିକିତ୍ସା ଦିଆଯାଇଥିଲା। ପରେ ତାଙ୍କୁ କେଏମ୍‌ସିଏଚ୍‌କୁ ସ୍ଥାନାନ୍ତର କରାଯାଇଥିଲା, ଯେଉଁଠାରେ ଗୁରୁବାର ସକାଳେ ତାଙ୍କର ମୃତ୍ୟୁ ଘଟିଛି।

ଏମ୍‌ଡିଏମ୍‌କେ ସାଧାରଣ ସମ୍ପାଦକ ଭାଇକୋ ଏବଂ ଦଳୀୟ ନେତାମାନେ ଆଜି ଅପରାହ୍ଣରେ ତାଙ୍କ ବାସଭବନକୁ ଯାଇଥିଲେ। ଏମ୍‌ଡିଏମ୍‌କେ ସାଧାରଣ ସମ୍ପାଦକ ଭାଇକୋ ରବିବାର ରାତିରେ ଡାକ୍ତରଖାନାରେ ଗଣେଶମୂର୍ତ୍ତିଙ୍କୁ ଭେଟିଥିଲେ। ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ସେ କହିଥିଲେ ଯେ ଯେତେବେଳେ ଆମ ଦଳର କର୍ମକର୍ତ୍ତାମାନେ ସଂସଦୀୟ ନିର୍ବାଚନ ପାଇଁ ଦୁରାଇ ଭାଇକୋଙ୍କ ନାମ ପ୍ରସ୍ତାବ ଦେଇଥିଲେ, ମୁଁ ଏହାକୁ ଗ୍ରହଣ କରି ନ ଥିଲି। ଯଦି ତାଙ୍କୁ ଲୋକସଭା ନିର୍ବାଚନରେ ପ୍ରାର୍ଥୀ କରାଯାଇ ପାରିବ ନାହିଁ ତେବେ ଆମେ ତାଙ୍କୁ ଆଗାମୀ ବିଧାନସଭା ନିର୍ବାଚନରେ ପ୍ରାର୍ଥୀ କରିବାକୁ ଯୋଜନା କରିଥିଲୁ। ତେବେ ସେ ଏକ ଚରମ ପଦକ୍ଷେପ ନେଲେ ବୋଲି ଭାଇକୋ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ