ଦେଶ ବିଦେଶ ସ୍ୱାସ୍ଥ୍ୟ

ଟିକା ନେବା ପରେ ବି ଫାରୁକ ଅବଦୁଲା କରୋନା ସଂକ୍ରମିତ, ସଂଗରୋଧରେ ରହିଲେ

କାଶ୍ମୀର ୩୦/୦୩: ଜାତୀୟ କନଫରେନ୍ସ ଅଧ୍ୟକ୍ଷ ଫାରୁକ୍ ଅବଦୁଲା କରୋନା ସଂକ୍ରମିତ । ଟିକା ନେବା ପରେ ବି ତାଙ୍କ ଶରୀରରେ ଭୂତାଣୁ ଚିହ୍ନଟ ହୋଇଛି । ଟ୍ୱିଟ୍ କରି ସୂଚନା ଦେଇଛନ୍ତି ପୁଅ ତଥା ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲା ।

ସେହିପରି ଓମାର କହିଛନ୍ତି, ଯେ ପର୍ଯ୍ୟନ୍ତ ସମସ୍ତ ପରିବାର ଲୋକଙ୍କ ଟେଷ୍ଟ ହୋଇନି , ସେ ଯାଏ ସମସ୍ତେ କ୍ୱାରାଣ୍ଟାଇନରେ ରହିବେ । ଯେଉଁମାନେ ଆମ ପରିବାର ସଂସ୍ପର୍ଶରେ ଆସିଛନ୍ତି ସେମାନେ ସମସ୍ତେ ଟେଷ୍ଟ କରାଇନେବା ଉଚିତ୍ । ତେବେ ଆଶ୍ଚର୍ଯ୍ୟକର କଥା ହେଉଛି କି ଫାରୁକ୍ ଏଇ ମାସରେ ଟିକା ନେବା ପରେ ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ସେ ସଂଗରୋଧରେ ଅଛନ୍ତି । ଓମାର କହିଛନ୍ତି ପିତାଙ୍କ ନିକଟରେ କିଛି ଲକ୍ଷଣ ଦେଖାଦେବାରୁ ତାଙ୍କର ଟେଷ୍ଟ କରାଯାଇଥିଲା ।

ସୂଚନାଥାଉକି ଜାମ୍ମୁ କାଶ୍ମୀରରେ ଗତ ୨୪ ଘଣ୍ଟାରେ ଭାଇରସର ୨୩୫ ନୂଆ ମାମଲା ସାମ୍ନାକୁ ଆସିଛି । ଗତକାଲି ୨୩୫ ନୂଆ କେସ୍ ସହ ୧୨୬ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ମୋଟ୍ ୧ ଲକ୍ଷ ୩୦ ହଜାର ୨୨୮ ପଜିଟିଭ ସଂଖ୍ୟା ରହିଛି । ତେବେ ମୋଟ୍ ୧ ଲକ୍ଷ ୨୬ ହଜାର ୧୨୯ ଜଣ ସୁସ୍ଥ ହେଲେଣି । ସେହିପରି ଏଯାବାତ୍ ୧୯୮୯ ଜଣଙ୍କ ମୃତ୍ୟୁ ହୋଇହେବା ସହ ୨୧୧୦ ଜଣଙ୍କ ଚିକିତ୍ସା ଜାରି ରହିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ