ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଟିକା ନେବାକୁ ଦ୍ୱନ୍ଦ୍ୱରେ ନେତା: କଂଗ୍ରେସ ବିଧାୟକ କହିଲେ; ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ନିଅନ୍ତୁ ଟିକା

ଭୁବନେଶ୍ବର: ଆଉ ଦିନ କେଇଟା ପରେ ଓଡ଼ିଶାକୁ ଟିକା ଆସିବ । ଟିକାକରଣ ପାଇଁ ସବୁ କିଛି ପ୍ରସ୍ତୁତି ବି ସରିଛି । ଆଉ ଯେତେବେଳେ ପ୍ରଶ୍ନ କରାଯାଉଛି, ଆପଣ ଟିକା ନେବେ ନା ନାହିଁ, ନେତାଙ୍କ ବୟାନ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କରୋନା ଟିକାକୁ ନେଇ ସାରା ବିଶ୍ୱ ସନ୍ଦେହ କରୁଛି ବୋଲି କହିବା ସହ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଟିକା ନିଅନ୍ତୁ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଏବଂ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ସମାନ ଢ଼ଙ୍ଗରେ ଟିକାକୁ ନେଇ କହିଛନ୍ତି ଯେ, ଟିକା ଆସିଲେ ଚିନ୍ତା କରିବୁ ।

କଂଗ୍ରେସ ବିଧାୟକଙ୍କ ଏହି ବୟାନରୁ ଯେଉଁ କଥାଟି ସ୍ପଷ୍ଟ ବାରି ହେଉଛି, ତାହା ହେଉଛି ଟିକାକୁ ନେଇ ସନ୍ଦେହ । ଟିକାକୁ ନେଇ ସାରା ଦେଶରେ ଉତ୍ସାହ ଥିବା ବେଳେ ଟିକାକରଣକୁ ନେଇ ବିଧାୟକ ସୁର ରାଉତରାୟଙ୍କ ସନ୍ଦେହ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି । କଂଗ୍ରେସ ବିଧାୟକ କହୁଛନ୍ତି, ପ୍ରଥମେ ପ୍ରଧାନମନ୍ତ୍ରୀ, ଦ୍ୱିତୀୟରେ ମୁଖ୍ୟମନ୍ତ୍ରୀ, ତୃତୀୟରେ ତାଙ୍କୁ ଟିକା ଦେବା ପରେ ସ୍ୱାସ୍ଥ୍ୟକର୍ମୀ ଏବଂ ସର୍ବସାଧାରଣଙ୍କୁ ଦିଆଯାଉ ।

କେବଳ ଯେ ସୁର ରାଉରତରାୟ ଟିକାକୁ ନେଇ ଭିନ୍ନମତ ରଖୁଛନ୍ତି ତାହା ନୁହେଁ, ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ମଧ୍ୟ ନିଜେ ଟିକା ନେବା କଥାକୁ ଏଡାଇ ଯାଇଛନ୍ତି । ଆପଣ ଟିକା ଆସିଲେ ନେବେ କି ବୋଲି ପ୍ରଶ୍ନ କରାଯିବାରୁ ମନ୍ତ୍ରୀ ଉତ୍ତରରେ କହିଛନ୍ତି, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ଆସିନି, ଆସିଲେ ଚିନ୍ତା କରିବୁ । ସମାନ ଢ଼ଙ୍ଗରେ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି, ଟିକା ଆସୁ ତା’ପରେ ଦେଖିବା ।

ଏସବୁ ଭିତରେ ଆଶ୍ୱସ୍ତିକର ବୟାନଟିଏ ଦେଇଛନ୍ତି ପରିବହନ ମନ୍ତ୍ରୀ । ଟିକାକୁ ନେଇ ଭୟଭୀତ ହେବାର କ’ଣ ଅଛି । ସମସ୍ତେ ନେବେ ଆମେ ବି ନେବୁ । କାରଣ, ବିଭିନ୍ନ ପର୍ଯ୍ୟାୟରେ ଟିକା ପରୀକ୍ଷଣ ହୋଇ ଆସୁଛି, ଅସୁବିଧା କ’ଣ?

ବଡ଼ କଥା ହେଉଛି ଟିକାକୁ ନେଇ ସନ୍ଦେହ ଓ ରାଜନୈତିକ ବୟାନବାଜୀ, ସେବେଠୁ ଆରମ୍ଭ ହୋଇଗଲାଣି, ଯେବେଠୁ ଭାରତରେ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି । କଂଗ୍ରେସ ନେତା ଶଶୀ ଥରରୁ ଏହା ପୂର୍ବରୁ କହିଥିଲେ, କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ କରି ନଥିବା ବେଳେ ଟିକାକୁ ଅନୁମତି ଦେବା ବିପଦପୂର୍ଣ୍ଣ ହୋଇପାରେ ।

ସମାନ ଢଙ୍ଗରେ ସନ୍ଦେହ କରିବା ସହ କଂଗ୍ରେସ ନେତା ମିଲିନ୍ଦ ଦୋରା କହିଛନ୍ତି-ସାଧାରଣ ଜନତାଙ୍କ ଭିତରେ ବିଶ୍ୱାସ ସୃଷ୍ଟି କରିବା ପାଇଁ ପ୍ରଧାନମନ୍ତ୍ରୀ ସାମ୍ନାକୁ ଆସିବା ଆବଶ୍ୟକ । ଜୟରାମ ରମେଶ କହିଛନ୍ତି-କୋଭାକ୍ସିନ୍ ଟିକା କ୍ଷେତ୍ରରେ ଅର୍ନ୍ତଜାତୀୟ ପ୍ରଟୋକଲର ଉଲଂଘନ ହୋଇଛି । ଆଉ ଏସବୁ ଭିତରେ ସୀମା ଟପି ଯାଇଥିଲା, ଯେତେବେଳେ ଅଖିଳେଶ ଯାଦବଙ୍କ ବୟାନ ଆସିଥିଲା ।

ଟିକାକୁ ନେଇ ଯେତେବେଳେ ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ସାଧାରଣ ଜନତା ଆଶାବାଦୀ ଅଛନ୍ତି, ଠିକ୍ ସେତିକି ବେଳେ ନେତାଙ୍କ ବୟାନବାଜୀ, ଏକ ବଡ଼ ଆହ୍ୱାନକୁ ଦିଗହରା କରିବାର ଆଶଙ୍କା ସୃଷ୍ଟି କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ