ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଟିକା ନେଇ ବି ପଜିଟିଭ ହେଲେ କଣ୍ଠଶିଳ୍ପୀ, ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କୁ ଦେଲେ ବାର୍ତ୍ତା

ମୁମ୍ୱାଇ ୧୧/୪: ବଲିଉଡକୁ ଘାରିଛି ସଂକ୍ରମଣ ଚିନ୍ତା । ସୁଟିଂ ସେଟରୁ ଆରମ୍ଭ କରି ରିୟଲିଟି ସୋ ଯାଏଁ ସବୁଠି କାୟା ମେଲାଇଛି କରୋନା ଭୂତାଣୁ । ଏମିତିକି ଟିକା ନେବା ପରେ ସଂକ୍ରମିତ ହେଉଛନ୍ତି ଷ୍ଟାର କାଷ୍ଟ । ଏବେ କରୋନାର ଶିକାର ହୋଇଛନ୍ତି ୟୁଫୋରିଆ ବ୍ରାଣ୍ଡ କ୍ୟାପଟେନ୍ ତଥା କଣ୍ଠଶିଳ୍ପୀ ପଲାସ ସେନ୍ ।

ଟିକାର ପ୍ରଥମ ଡୋଜ୍ ନେବା ପରେ ସେ ଭୂତାଣୁର କବଳରେ ପଡିଯାଇଛନ୍ତି । ସେ ନିଜ ଇନଷ୍ଟା ଆକାଉଣ୍ଟରେ ସେୟାର କରି ଫ୍ୟାନ୍ସକୁ ଜଣାଇଛନ୍ତି । ସେ କହିଛନ୍ତି ମୋର ଦୁର୍ଭାଗ୍ୟ ମୁଁ କୋଭିଡ-୧୯ର ଶିକାର ହୋଇଗଲି । ମୋତେ ଗୋଟେ ନୂଆ ଲଢେଇର ସାମ୍ନା କରିବାକୁ ପଡିବ । ତେବେ ମୁଁ ନିଜେ ମୋ ଘରେ କ୍ୱାରେଣ୍ଟାଇନରେ ରହୁଛି । ତେବେ ଯେଉଁମାନେ ନିକଟରେ ମୋ କଣ୍ଟାକ୍ଟରେ ଆସିଛନ୍ତି ସେମାନେ ନିଜର ପରୀକ୍ଷା କରାଇନିଅନ୍ତୁ । ଦରକାର ପଡିଲେ ନିଜ ଘରେ ସଂଗରୋଧରେ ରୁହନ୍ତୁ । କାରଣ ଏହି ମହାମାରୀ ଅତି ଭୟଙ୍କର, ମୁଁ ନିଜେ ଭୁକ୍ତଭୋଗୀ । ଟିକା ନେବା ପରେ ବି ସଂକ୍ରମିତ ହୋଇଛନ୍ତି । ସେଥିପାଇଁ ସମସ୍ତଙ୍କୁ ଅନୁରୋଧ ଯଥାସମ୍ଭବ ନିଜକୁ କରୋନା କବଳରୁ ରକ୍ଷା କରନ୍ତୁ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ