ରାଜ୍ୟ

ଟାଟା-ବାଦାମପାହାଡ଼ ମେମୁ ପାସେଞ୍ଜର ଟ୍ରେନକୁ ଅଟକାଇଲେ ଗ୍ରାମବାସୀ

ରାଇରଙ୍ଗପୁର/ଗୋରୁମହିଷାଣି: ଟାଟା-ବାଦାମପାହାଡ଼ ମେମୁ ପାସେଞ୍ଜର ଟ୍ରେନକୁ ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣି ଷ୍ଟେସନ ନିକଟସ୍ଥ ବଡ଼ମୌଦା ଗ୍ରାମରେ ଶତାଧିକ ଗ୍ରାମବାସୀ ଅଟକାଇଥିବାର ଖବର ମିଳିଛି। ଗୋଳାପୋଲରେ ପାଣି ଜମି ରହୁଥିବା ଅଭିଯୋଗ ନେଇ ପାସେଞ୍ଜର ଟ୍ରେନ ଏକ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଅଟକି ରହିଥିବା ଜଣାଯାଇଛି।

ଗୋଳା ପୋଲରେ ୫ ଫୁଟ ଉଚ୍ଚର ପାଣି ଜମୁଥିବାରୁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛନ୍ତି ଅଞ୍ଚଳବାସୀ। ଡିଆରଏମ ଆସି କିଛି ବ୍ୟବସ୍ଥା ନ କରିବା ଯାଏ ଟ୍ରେନକୁ ଛାଡ଼ିବେ ନାହିଁ ବୋଲି ଲୋକେ ଚେତାବନୀ ଦେଇଛନ୍ତି। ଖବର ପାଇ ଷ୍ଟେସନ ମାଷ୍ଟର ଘଟଣା ସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।