ରାଜ୍ୟ

ଟାଇମ୍‍ସ ହାୟର୍‌ ଏଜୁକେସନ ୟଙ୍ଗ୍‌ ୟୁନିଭର୍ସିଟି ରୢାଙ୍କିଙ୍ଗ୍‌: କିଟ୍‍ ୧୨ତମ ଶ୍ରେଷ୍ଠ ଭାରତୀୟ ବିଶ୍ୱବିଦ୍ୟାଳୟ

ଭୁବନେଶ୍ୱର: ଟାଇମ୍‍ସ ହାୟର ଏଜୁକେସନ ପକ୍ଷରୁ ପ୍ରକାଶ ପାଇଥିବା ୟଙ୍ଗ୍‌ ୟୁନିଭର୍ସିଟି ରୢାଙ୍କିଙ୍ଗ୍‌-୨୦୨୩ରେ ସମଗ୍ର ବିଶ୍ୱରେ କିଟ୍‍ ବିଶ୍ୱବିଦ୍ୟାଳୟ ୧୫୧ରୁ ୨୦୦ ସ୍ଥାନ ମଧ୍ୟରେ ରହିଥିବା ବେଳେ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୨ତମ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି। ପୂର୍ବରୁ ନିକଟରେ ପ୍ରକାଶିତ ଟାଇମ୍‍ସ ହାୟର୍‌ ଏଜୁକେସନ ଏସିଆ ବିଶ୍ୱବିଦ୍ୟାଳୟ ରୢାଙ୍କିଙ୍ଗ-୨୦୨୩ରେ ମଧ୍ୟ କିଟ୍‍ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡିକ ମଧ୍ୟରେ ୧୩ତମ ସ୍ଥାନରେ ରହିଥିବା ବେଳେ ସମଗ୍ର ଏସିଆରେ ୧୪୭ତମ ସ୍ଥାନରେ ରହିଛି। କି

ଟ୍‍ ବିଶ୍ୱବିଦ୍ୟାଳୟ ୨୫ ବର୍ଷର ଶିକ୍ଷାନୁଷ୍ଠାନ ଓ ୧୯ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବର୍ତ୍ତମାନ ଏହା ଭାରତର ୫୦ବର୍ଷରୁ ଊର୍ଦ୍ଧ୍ୱ ବିଶ୍ୱବିଦ୍ୟାଳୟଗୁଡ଼ିକର ସମକକ୍ଷ ହୋଇପାରିଛି। ଶିକ୍ଷାଦାନ ମାନ, ଗବେଷଣା କ୍ଷେତ୍ରରେ ସଫଳତା, ସାଇଟେସନ୍‍ ଇମ୍ପାକ୍ଟ ଅନ୍ତର୍ଜାତୀୟ ଆଉଟ୍‍ଲୁକ୍‍, ଇଣ୍ଡଷ୍ଟ୍ରି ଇନ୍‍କମ୍‍ ଆଦି ମାନଦଣ୍ଡ ଆଧାରରେ ଟାଇମ୍‍ସ ହାୟର ଏଜୁକେସନ ପକ୍ଷରୁ ୟଙ୍ଗ ୟୁନିଭରର୍ସିଟି ରୢାଙ୍କିଙ୍ଗ କରାଯାଇଥାଏ। ଏହି ସଫଳତା ପାଇଁ କିଟ୍‍ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଛାତ୍ରଛାତ୍ରୀ ଓ କର୍ମଚାରୀ କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ଅଚ୍ୟୁତ ସମାନ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ କିଟ୍‍ର ଉଲ୍ଲେଖନୀୟ ସଫଳତା ପଛରେ ଶ୍ରୀ ସାମନ୍ତଙ୍କ ଦୂରଦୃଷ୍ଟି ଏବଂ ଉତ୍ସର୍ଗୀକୃତ ତ୍ୟାଗର ପ୍ରମୁଖ ଭୂମିକା ରହିଛି ବୋଲି ପ୍ରକାଶ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।