ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ଟାଇଫଏଡ ଜ୍ବରରେ କରନ୍ତୁ ଏହି ୫ଟି ଜିନିଷର ସେବନ : ତୁରନ୍ତ ମିଳିବ ଆରାମ

ସାଲମୋନେଲା ଟାଇଫି ନାମକ ବ୍ୟାକ୍ଟେରିଆ ସଂକ୍ରମଣ ଯୋଗୁଁ ଟାଇଫଏଡ ଜ୍ବର ହୋଇଥାଏ। ଏହି ରୋଗ ଯୋଗୁଁ ରକ୍ତର ଅଭାବ ହୋଇଥାଏ ଏବଂ ଲିଭର ଠିକ ଭାବେ କାମ କରିନଥାଏ। ଟାଇଫଏଡ଼ ଜ୍ବର ଯୋଗୁଁ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ ଦୁର୍ବଳ ହୋଇଯାଇଥାଏ। ଟାଇଫଏଡ଼ ରୋଗୀଙ୍କୁ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ୍। ତେବେ ଆସନ୍ତୁ ଜାଣିବା ଟାଇଫଏଡ଼ ରୋଗୀଙ୍କୁ ଡାଏଟରେ କେଉଁ କେଉଁ ଜିନିଷ ସାମିଲ କରିବା ଉଚିତ୍। ନିମ୍ନଲିଖିତ ଜିନିଷ ଗୁଡ଼ିକ ସେବନ ଟାଇଫଏଡ଼ ରୋଗୀଙ୍କ ପାଇଁ ଲାଭଦାୟକ ହୋଇଥାଏ।

SONY DSC

୧. ତରଳ ପଦାର୍ଥ କରନ୍ତୁ ସେବନ : ଟାଇଫଏଡ଼ ରୋଗୀଙ୍କୁ ଅଧିକରୁ ଅଧିକ ତରଳ ପଦାର୍ଥ ସେବନ କରିବା ଉଚିତ୍। ଟାଇଫଏଡ଼ ରୋଗୀଙ୍କୁ ପ୍ରତିଦିନ ଅତି କମରେ ୮ଗିଲାସ ପାଣି ସେବନ କରିବା ଉଚିତ୍। ଏହି ରୋଗରେ ନଡ଼ିଆ ପାଣି ସେବନ ମଧ୍ୟ ଲାଭଦାୟକ ହୋଇଥାଏ।

୨. କାର୍ବୋହାଇଡ୍ରେଟ୍ ଯୁକ୍ତ ଜିନିଷ ଖାଦ୍ୟରେ ସାମିଲ କରନ୍ତୁ : ଟାଇଫଏଡ ରୋଗୀଙ୍କୁ ଡାୟେଟରେ କାର୍ବୋହାଇଡ୍ରେଟ୍ ଯୁକ୍ତ ଜିନିଷ ସାମିଲ କରିବା ଉଚିତ୍। ଯେଉଁ ଜିନିଷ ସହଜରେ ହଜମ ହୋଇଯାଉଥିବ ସେହି ଜିନିଷଗୁଡ଼ିକ ସେବନ କରିବା ଉଚିତ୍। ଏହି ରୋଗରେ ସିଝା ଆଳୁ ଏବଂ ସିଝା ଚାଉଳ ସେବନ ଲାଭଦାୟକ ହୋଇଥାଏ।

୩. କିସମିସ୍ : ଟାଇଫଏଡ଼ ଜ୍ବରରେ କିସମିସ୍ ସେବନ କରିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଟାଇଫଏଡ ରୋଗୀଙ୍କୁ କିସମିସରେ ସୈନ୍ଧବ ଲବଣ ଲଗାଇ କିମ୍ବା ତାଓ୍ବାରେ ଭାଜି ଖାଇବା ଉଚିତ୍। ଭୀଷଣ ଜ୍ବରରେ ଆପଣ ୪ରୁ ୫ଟି କିସମିସ୍ ଭାଜି ଖାଇ ପାରିବେ।

୪. ଦୁଗ୍ଧଜାତ ଦ୍ରବ୍ୟ କରନ୍ତୁ ସେବନ : ଟାଇଫଏଡ ରୋଗୀଙ୍କୁ ଦୁଗ୍ଧଜାତ ଦ୍ରବ୍ୟ ଅଧିକରୁ ଅଧିକ ସେବନ କରିବା ଉଚିତ୍। ଏହି ରୋଗରେ ଦୁଗ୍ଧଜାତ ଦ୍ରବ୍ୟର ସେବନ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।


୫. ଡାୟେଟରେ ହାଇ କ୍ୟାଲୋରୀ ଖାଦ୍ୟ କରନ୍ତୁ ସାମିଲ : ଟାଇଫଏଡ଼ ରୋଗୀଙ୍କୁ ହାଇ କ୍ୟାଲୋରୀ ଯୁକ୍ତ ଖାଦ୍ୟ ଡାୟେଟରେ ସାମିଲ କରିବା ଉଚିତ୍। ଟାଇଫଏଡରେ ଅତ୍ୟଧିକ ଦୁର୍ବଳ ଅନୁଭବ ହୋଇଥାଏ। ଦୁର୍ବଳତା ଦୂର କରିବା ପାଇଁ ହାଇ କ୍ୟାଲୋରୀ ଯୁକ୍ତ ଖାଦ୍ୟ ସେବନ କରିବା ଅତ୍ୟନ୍ତ ଜରୁରୀ। ଟାଇଫଏଡ ରୋଗୀ କଦଳୀ,କନ୍ଦମୂଳ ଏବଂ ପିନଟ୍ ବଟର ଭଳି ଖାଦ୍ୟ ଡାୟେଟରେ ସାମିଲ କରିପାରିବେ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ