ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଟାଇଟାନିକ୍‌’ ଦର୍ଶନ: ନିଖୋଜ ବୁଡ଼ାଜାହାଜ ଉଦ୍ଧାରକାରୀଙ୍କୁ ପାଣି ଭିତରୁ ଶବ୍ଦ ଶୁଭିଛି: ଆମେରିକୀୟ ତଟରକ୍ଷୀ

ୱାସିଂଟନ୍‌: ‘ଟାଇଟାନିକ୍‌’ର ଭଗ୍ନାଂଶ ଦେଖାଇ ନେବା ପାଇଁ ୫ଜଣ ପର୍ଯ୍ୟଟକଙ୍କୁ ନେଇଯାଇଥିବା ନିଖୋଜ ବୁଡ଼ାଜାହାଜ ସନ୍ଧାନ ନେଉଥିବା ଉଦ୍ଧାରକାରୀ ଦଳ ଉତ୍ତର ଆଟ୍‌ଲାଣ୍ଟିକ୍‌ ସାଗର ପାଣି ଭିତରେ ଶବ୍ଦ ଶୁଣିଥିବା କଥା ଆଜି ଯୁକ୍ତରାଷ୍ଟ୍ର ଆମେରିକାର ତଟରକ୍ଷୀ ବାହିନୀ ସୁନିଶ୍ଚିତ କରି କହିଛି।

ଦୁଇ ଦିନ ପୂର୍ବରୁ ଜଳରାଶିର ଯେଉଁ ଅଞ୍ଚଳ‌ରୁ ବୁଡ଼ା ଜାହାଜଟି ନିଖୋଜ ହୋଇଯାଇଥିଲା ସେ ଅଞ୍ଚଳରୁ ସେମାନେ ଏହି ଶବ୍ଦ ଶୁଣିଥିବା କଥା କହିଛନ୍ତି।

ଅଫିସିଆଲ୍‌ ଟୁଇଟର୍‌ ପେଜ୍‌ରେ ‘ୟୁଏସ୍‌ କୋଷ୍ଟ୍‌ ଗାର୍ଡ’ର ‘ଫାଷ୍ଟ୍‌ ଡିଷ୍ଟ୍ରିକ୍ଟ୍‌’ କହିଛି, ତଲାସ ଚାଲିଥିବା ଅଞ୍ଚଳରେ ନାନାଡିୟାନ୍‌ ପି-୩ ବିମାନ ପାଣି ଭିତରୁ ଶବ୍ଦ ଶୁଭୁଥିବା ବାରିପାରିଛି। ଫଳତଃ, ଏହି ଶବ୍ଦ କେଉଁଠୁ ଶୁଭୁଛି ତାହା ଜାଣିବା ଲାଗି ଚେଷ୍ଟା କରିବା ପାଇଁ ପୁଣି ଉକ୍ତ ଅଞ୍ଚଳରେ ‘ରି‌ମୋଟ୍‌ଲି ଅପରେଟେଡ୍‌ ଭେଇକ୍ଲ୍‌’ ମୁତୟନ କରାଯାଇଛି।

Underwater noises detected in search for sub lost near Titanic, Coast Guard says - Washington Times
Image Courtesy of Washington Times

ଆମେରିକୀୟ ସେନାର ଶାଖା ମଧ୍ୟ କହିଛି, ସଫଳତା ଦେଇ ନ ଥିଲେ ବି ‘ଆର୍‌ଓଭି’ ତଲାସ ଜାରି ରହିଛି।

ଉଲ୍ଲେଖଯୋଗ୍ୟ, ସମୁଦ୍ର ଶଯ୍ୟାରେ ଥିବା ପ୍ରକାଣ୍ଡ ପୋତ ‘ଟାଇଟାନିକ୍‌’ର ଭଗ୍ନାଂଶ ଦେଖାଇବା ପାଇଁ ରବିବାର ଦିନ ପର୍ଯ୍ୟକଟମାନଙ୍କୁ ନେଇ ଯାଇଥିବା ଗୋଟାଏ ୨୧ ଫୁଟ୍‌ବିଶିଷ୍ଟ କ୍ଷୁଦ୍ର ବୁଡ଼ାଜାହାଜ ନିଖୋଜ ହୋଇ ଯାଇଥିବା ଜଣାପଡ଼ିଥିଲା। ବାୟୁ ଯୋଗଣା ଶେଷ ହେବା ପୂର୍ବରୁ ଉକ୍ତ ବୁଡ଼ାଜାହାଜରୁ ପର୍ଯ୍ୟଟକମାନଙ୍କୁ ଉଦ୍ଧାର କରି ଆଣିବା ପାଇଁ ଉଦ୍ଧାକାରୀ ଦଳ ପାରୁପର୍ଯ୍ୟନ୍ତ ଉଦ୍ୟମ ଚଳାଇଛନ୍ତି।

କ୍ଷୁଦ୍ର ବୁଡ଼ାଜାହାଜଟିକୁ ଠାବ କରିବା ଲାଗି ଆମେରିକା ଓ କାନାଡାର ତଟରକ୍ଷକ ଯୁଦ୍ଧପୋତ ଓ ବିମାନ ସବୁ ସମୁଦ୍ର ଜଳରାଶି ଓ ବକ୍ଷରେ ପ୍ରାୟ ୨୦,୦୦୦ ବର୍ଗ କିଲୋମିଟର୍‌ ତଲାସ କରିସାରିଲେଣି।

ବୁଡ଼ାଜାହାଜଟି ନିଖୋଜ ହୋଇଯାଇଥିବା ଅଞ୍ଚଳରେ ପ୍ରତି ଅଧଘଣ୍ଟାରେ ଥରେ କିଛି ଫୁଟିବା ଭଳି ଶବ୍ଦ ଶୁଭୁଥିବା କଥା ତଲାସ କାର୍ଯ୍ୟରେ ନିୟୋଜିତ କାନାଡାର ବିମାନ ସଙ୍କେତ ଦେଉଥିବା କଥା ‘ରୋଲିଙ୍ଗ୍‌ ଷ୍ଟୋନ୍‌’ ପତ୍ରିକା ରିପୋର୍ଟ କରିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ