ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

‘ଟାଇଟନ୍‌’ର ଭଗ୍ନାଂଶ ନେଇ କାନଡା ବନ୍ଦରରେ ପହଞ୍ଚିଲା ଜାହାଜ; ଥାଇପାରେ ମାନବ ଦେହାବଶେଷ

ସେଣ୍ଟ୍‌ ଜନ୍‌ସ୍‌: ବିଧ୍ବସ୍ତ ହୋଇଯାଇଥିବା କ୍ଷୁଦ୍ର ବୁଡ଼ାଜାହାଜ ‘ଟାଇଟନ୍‌’ର ଭଙ୍ଗାରୁଜା ଅଂଶ ନେଇ ବୁଧବାର ଦିନ ଏକ ଜାହାଜ କାନଡାର ନିୟୁଫାଉଣ୍ଡ୍‌ଲାଣ୍ଡ୍‌ସ୍ଥିତ ସେଣ୍ଟ୍‌ ଜନ୍‌ସ୍‌ ବନ୍ଦରକୁ ଫେରିଥିବା କଥା ‘ଦି ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ କରିଛି।

ଅନେକ ବର୍ଷ ପୂର୍ବରୁ ବୁଡ଼ିଯାଇଥିବା ପ୍ରକାଣ୍ଡ ଜାହାଜ ‘ଟାଇଟାନିକ୍‌’ର ଭଗ୍ନାବଶେଷ ନିକଟ ସମୁଦ୍ର ଶଯ୍ୟାରେ କାନଡୀୟ ପୋତ ‘ହରାଇଜନ୍‌ ଆର୍କଟିକ୍‌’ ଗୋଟାଏ ‘ରି‌ମୋଟ୍‌ଲି ଅପରେଟେଡ୍‌ ଭେଇକ୍ଲ୍‌’ ବା ‘ଆର୍‌ଓଭି’ଦ୍ବାରା ‘ଟାଇଟନ୍‌’ର ଭଗ୍ନାଂଶ ଖୋଜାଖୋଜି କରିଥିଲା।

ଏହି ‘ଆର୍‌ଓଭି’ର ମାଲିକ ଯୁକ୍ତରାଷ୍ଟ୍ର ଆମେରିକାର ‘ପେଲ୍‌ଗାଜିକ୍‌ ରିସର୍ଚ  ସର୍ଭିସ୍‌’ ସୁନିଶ୍ଚିତ କରି କହିଛି ଯେ, ତା’ର ଟିମ୍‌ ସଫଳତାର ସହିତ ସମୁଦ୍ର ଅଭିଯାନ ସମାପ୍ତ କରିଛି। ଦୀର୍ଘ ୧୦ ଦିନ କାଳ ଦିନରାତି କାର୍ଯ୍ୟରେ ଲାଗି ଟିମ୍‌ ଏହି ଭଗ୍ନାଂଶ ସବୁ ଉଦ୍ଧାର କରିଛି।

Ship carrying debris from Titan submersible returns to land
Image Courtesy of India Today

ଯୁକ୍ତରାଷ୍ଟ୍ର ଆମେରିକାର ତଟରକ୍ଷୀ କହିଛି ଯେ, ଏହି ଭଗ୍ନାଂଶ ସହିତ ମାନବ ଶରୀରର ଅବଶେଷ ମଧ୍ୟ ଥାଇପାରେ। ସେଥିପାଇଁ ଆମେରିକାର ଡାକ୍ତରୀ ବ‌ିଶେଷଜ୍ଞମାନେ ଉକ୍ତ ଭଗ୍ନାଂଶ ସବୁ ବିଶ୍ଳେଷଣ କରିବେ।

ଟେଲିଭିଜନ୍‌ରେ ପ୍ରସାରିତ ଫଟୋରେ ଦେଖାଯାଇଛି ଯେ, ସେଣ୍ଟ୍‌ ଜନ୍‌ସ୍‌ ବନ୍ଦରସ୍ଥିତ କାନଡୀୟ ତଟରକ୍ଷୀ ଟର୍ମିନାଲ୍‌ରେ ‘ଟାଇଟନ୍‌’ର ସମ୍ମୁଖ ଅଂଶ ଏବଂ ଇଲେକ୍ଟ୍ରୋନିକ୍‌ସ୍‌ ଓ ତାର ଓହଳି ଥିବା ସାଇଡ୍‌ ପାନେଲ୍‌ ସବୁ ଜାହାଜରୁ ଓହ୍ଲାଯାଇ ଟ୍ରକ୍‌ରେ ଲଦା ଯାଉଛି।

ସୂଚନାଯୋଗ୍ୟ, ବିଧ୍ବସ୍ତ ‘ଟାଇଟନ୍‌’ରେ ଯାତ୍ରା କରୁଥିଲେ ବ୍ରିଟିସ୍‌ ଅଭିଯାତ୍ରୀ ହେମିସ୍‌ ହାର୍ଡିଙ୍ଗ୍‌, ଫରାସୀ ବୁଡ଼ାଜାହାଜ ବିଶେଷଜ୍ଞ ପଲ୍‌-ହେନ୍‌ରି ନେର୍ଜିଓଲେଟ୍‌, ପାକିସ୍ତାନୀ-ବ୍ରିଟିସ୍‌ ବ୍ୟବସାୟୀ ଶାହଜାଦା ଦାଉଦ୍‌, ତାଙ୍କ ପୁତ୍ର ସୁଲେମାନ୍‌ ଏବଂ ବୁଡ଼ାଜାହାଜର ପରିଚାଳନା କରୁଥିବା ‘ଓସେନ୍‌ଗେଟ୍‌ ଏକ୍ସପେଡିସନ୍‌’ର ‘ସିଇଓ’ ଷ୍ଟକ୍‌ଟନ୍‌ ରସ୍‌।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ