ମନୋରଞ୍ଜନ

ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କଲା ମୁମ୍ବାଇ ପୋଲିସ

ମୁମ୍ବାଇ ୦୩/୦୬: ମୁମ୍ବାଇ ପୋଲିସ ବଲିଉଡ ଅଭିନେତା ଟାଇଗର ଶ୍ରଫ ଏବଂ ଦିଶା ପଟାନୀଙ୍କ ବିରୋଧରେ ଏଫଆଇଆର ପଞ୍ଜିକରଣ କରିଛି। ସୂଚନା ଅନୁଯାୟୀ, କରୋନା ପ୍ରତିବନ୍ଧକକୁ ଉଲ୍ଲଂଘନ କରି ଉଭୟଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମୁମ୍ବାଇ ପୋଲିସର ଜଣେ ଅଧିକାରୀ ଏହି ସୂଚନା ଦେଇଛନ୍ତି।

ପୋଲିସ କହିଛି ଯେ ମୁମ୍ବାଇରେ ଅପରାହ୍ନ ୨ ଟା ପରେ ବିନା କାରଣରେ ବୁଲାବୁଲି କରୁଥିବା ଲୋକଙ୍କ ଉପରେ ନିଷେଧାଦେଶ ରହିଛି, କିନ୍ତୁ ଟାଇଗର ଶ୍ରଫ ଏବଂ ଦିଶା ପଟାନୀ ବାନ୍ଦ୍ରା ବସଷ୍ଟାଣ୍ଡ ନିକଟରେ ସନ୍ଧ୍ୟା ପର୍ଯ୍ୟନ୍ତ ବୁଲୁଥିବା ଦେଖିବାକୁ ମିଳିଥିଲା । କେବଳ ଏତିକି ନୁହେଁ, ଉଭୟ ପୋଲିସକୁ ଘରୁ ବାହାରକୁ ଆସିବାର କୌଣସି କାରଣ କହିପାରି ନଥିଲେ । ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନର ଧାରା ୧୮୮ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ବୋଲି ଅଧିକାରୀ କହିଛନ୍ତି।

ମହାରାଷ୍ଟ୍ର ସରକାର ଦେଇଥିବା ନିର୍ଦ୍ଦେଶାବଳୀ ଅନୁଯାୟୀ ବର୍ତ୍ତମାନ ରାଜ୍ୟରେ ଜରୁରୀ ଦୋକାନଗୁଡ଼ିକୁ ସକାଳ ୭ ଟାରୁ ରାତି ୨ ଟା ପର୍ଯ୍ୟନ୍ତ ଖୋଲିବାକୁ ଅନୁମତି ଦିଆଯାଇଛି । ଜୁନ୍ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ୍ ହୋଇଛି ।

ଉଭୟ ଡ୍ରାଇଭରେ ଯାଇଥିବାର କିଛି ଫଟୋ ବାହାରିଥିଲା, ଯାହା ଖୁବ୍ ଶୀଘ୍ର ଭାଇରାଲ୍ ହୋଇଥିଲା । ଏହି ସମୟରେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଦିଶା କାରର ଆଗ ସିଟରେ ଏବଂ ଟାଇଗର ପଛ ସିଟରେ ବସିଥିଲେ। ଡ୍ରାଇଭକୁ ଉପଭୋଗ କରୁଥିବାବେଳେ ଦ୍ୱିତୀୟ ରାଉଣ୍ଡ ସମୟରେ ଉଭୟଙ୍କୁ ମୁମ୍ବାଇ ପୋଲିସ ଅଟକାଇଥିଲା। ତେବେ ପୋଲିସ ସେମାନଙ୍କ ଆଧାର କାର୍ଡ ଯାଞ୍ଚ କରି ବାକି ଫରମାଲିଟିଜ୍ ପୂରଣ କରିବା ପରେ ଉଭୟଙ୍କୁ ଛାଡି ଦିଆଯାଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ