ରାଜ୍ୟ ସ୍ପେଶାଲ ରିପୋର୍ଟ

ଟଲିଉଡରେ ଆଦିବାସୀ ଝିଅ ସୁମନଙ୍କ କମାଲ: ଛୁଟୁଛି ଶୁଭେଚ୍ଛାର ସୁଅ

ମାଲକାନଗିରି: ଅବିଭକ୍ତ କୋରାପୁଟ ଜିଲ୍ଲାର ଆଦିବାସୀ ଝିଅ ସୁମନ ଖୀଲ ଟଲିଓଡରେ ପାଦ ଦେଇ କମାଲ ଅଭିନୟ କରିଛନ୍ତି। ତେଲୁଗୁ ଚଳଚ୍ଚିତ୍ର ମଙ୍ଗଳବାରମ୍ ସିନେମା ୫ଟି ଭାଷାରେ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କ ମନ ମୋହିପାରିଛନ୍ତି ଓଡ଼ିଆ ଝିଅ। ଗାଦବା ସମ୍ପ୍ରଦାୟର ଝିଅ ହୋଇ ସିନେମା ଜଗତରେ ପାଦଥାପି ନିଜର ସ୍ବତନ୍ତ୍ର ପରିଚୟ ପାଇଁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି।
ସୁମନଙ୍କ ଘର କୋରାପୁଟ ଜିଲ୍ଲା ସେମିଳିଗୁଡାର ତଳ ସାହିରେ। ଘରେ ମା ବୃନ୍ଦାବତୀ ଚପାଡି ଓ ଭାଇ ଶୁଭଲ ଖୀଲ ରହୁଛନ୍ତି। ସେ ସେମିଳିଗୁଡା ସ୍ଥିତ ନେତାଜୀ ଇଂରାଜୀ ମିଡିୟମ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ। ଏହାପରେ ଜାନିଗୁଡା ସ୍ଥିତ ସିତମ୍ ଇଞ୍ଜିନିୟରିଂ କଲେଜରେ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଥିଲେ। ଏହାପରେ ସେ ଭୁବନେଶ୍ବର ସ୍ଥିତ ଏନଆଇଏଫଡି (ନ୍ୟାସନାଲ ଇନସଚ୍ୟୁଟ ଅଫ ଫେସନ ଡିଜାଇନିଙ୍ଗ୍) ଠାରେ ୪ ବର୍ଷ ଫେସନ ଶିକ୍ଷା ଗ୍ରହଣ କରିଥିଲେ। ଏଥିସହ ସେ ୨୦୧୬ ମସିହାରେ ଓଡିଶା ଫ୍ୟାସନ ଭିଲା ପକ୍ଷରୁ ଆୟୋଜିତ ଫ୍ୟାସନ ସୋରେ ସୋ ସୁମନ ‘ମିସ୍ ପ୍ରିଟି ଓଡିଶା’ ଟାଇଟଲ ହାସଲ କରିଥିବା ବେଳେ ୨୦୧୭ ମସିହାରେ ସେ ‘ମିସ୍ ସର୍ପୋର୍ଟ ଓଡିଶା’ ଟାଇଟଲ ବିଜେତା ହୋଇଥିଲେ। ସେ ହାଇଦ୍ରାବାଦରେ ରହି ଫେସନ ଡିଜାଇନ କରିବା ସହ ବିଭିନ୍ନ ବିଜ୍ଞାପନ ପାଇଁ ମଡେଲିଂ କରୁଥିଲେ। ନିଜେ କାମ କରିବା ସେ ଆଦିବାସୀ ଅଧୁଷିତ ଅଞ୍ଚଳରେ ଥିବା ବିଭିନ୍ନ ପୋଷାକ ଓ ପରମ୍ପରାକୁ ବିଶ୍ବ ଦରବାରକୁ ନେବା ପାଇଁ ସେ ଚେଷ୍ଟା କରିଛନ୍ତି। ଏଥସହ ଅବିଭକ୍ତ କୋରାପୁଟ ଜିଲ୍ଲାର ଫେସନ କ୍ଷେତ୍ରରେ ଇଚ୍ଛା ରଖିଥିବା ନବାଗତକୁ ସେ ତାଲିମ ମଧ୍ୟ ପ୍ରଦାନ କରୁଛନ୍ତି। ଏଥିପାଇଁ ସେ ଜଣେ ମ୍ୟାନେଜର ରଖିବା ସହ ପିଲାଙ୍କୁ ଭିଏତନାମ, ଇଣ୍ଡୋନେସିଆ ଓ ଦୁବାଇ ପଠାଇଛନ୍ତି, ସେଠାରେ ଆଦିବାସୀ କଳା ଓ ସଂସ୍କୃତିକୁ ପରିବେଷଣ କରି ସେଠାରେ ପୁରସ୍କାର ଜିତିଛନ୍ତି।

ହାଇଦ୍ରାବଦରେ ତାଙ୍କର ନିର୍ଦ୍ଦେଶକ ଅଜୟ ଭୁପତିଙ୍କ ସାକ୍ଷାତ ହୋଇଥିଲା। ତାଙ୍କର ଗୋଟିଏ ଚଳଚ୍ଚିତ୍ରରେ ଅଭିନୟ କରିବା ପାଇଁ ସେ କହିଥିଲେ। ଏହାପରେ ଚଳଚ୍ଚିତ୍ର ପାଇଁ ହୋଇଥିବା ଅଡିସନରେ ସେ ଅଂଶ ଗ୍ରହଣ କରି ଯୋଗ୍ୟ ବିବେଚିତ ହୋଇଥିଲେ। ଏହାପରେ ଅଜୟ ଭୁପତିଙ୍କ ନିର୍ଦ୍ଦେଶନାରେ ମଙ୍ଗଳବାରମ୍ ଚଳଚ୍ଚିତ୍ରରେ ସେ ଅଭିନୟ କରିଥିଲେ। ସେଥିରେ ସେ ଜଣେ ପୁରୋହିତଙ୍କ ପତ୍ନୀ ଭୂମିକାରେ ଅତି ନିଖୁଣ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଆନ୍ଧ୍ରପ୍ରଦେଶର ଅତ୍ରେୟପୁରମ ଠାରେ ଅଧିକାଂଶ ଦୃଶ୍ୟ ସୁଟିଂ କରାଯାଇଥିଲା। ଏହା ୨୦୨୨ ମସିହା ଡିସେମ୍ବର ମାସରୁ ସୁଟିଂ ଆରମ୍ଭ ହୋଇ ୨୦୨୩ ମସିହା ଏପ୍ରିଲ ମାସରେ ଶେଷ ହୋଇଥିଲା। ସେହି ଚଳଚ୍ଚିତ୍ରରେ ସେ ପାୟଲ ରାଜପୁର, ଶ୍ରବଣ ରେଡ୍ଡୀ, ପ୍ରିୟଦର୍ଶୀ ପୁଲିକୋଣ୍ଡା, ଦୟାନନ୍ଦ ରେଡ୍ଡୀ, ଶ୍ରୀତିଜ୍, ଅଜୟ ଘୋଷ ଓ ଚୈତ୍ୟନ ସେହି ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ୫ଟି ଭାଷା ତେଲୁଗୁ, ତାମିଲ, ହିନ୍ଦୀ, କନ୍ନଡ ଓ ମାଲାୟଲାମ ଭାଷାରେ ନଭେମ୍ବର ୧୭ ତାରିଖରେ ମୁକ୍ତିଲାଭ କରିଛି।

ଏଥିସହ ଆଗକୁ ୨ଟି ତାମିଲ ଓ ତେଲୁଗୁ ସିନେମା ସୁଟିଂ ପାଇଁ ସାଇନ୍ ହୋଇଥିବା ପ୍ରକାଶ କରିଛନ୍ତି। ଏଥିସହ ସେ କୋରାପୁଟ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭିଡିଓ କରି ବ୍ଲଗ କରିଥିବା ବେଳେ ତାହାକୁ ଦେଖି ହାଇଦ୍ରାବାଦର ଜଣେ ନିର୍ଦ୍ଦେଶକ କୋରାପୁଟ ଜିଲ୍ଲକୁ ଆସି ‘ୱିଣ୍ଡୋରସିଆନ୍’ ୱେବ ସିରିଜ ସୁଟିଂ କରିଛନ୍ତି। ସେଥିରେ ମଧ୍ୟ ସୁମନ ଅଭିନୟ କରିଥିବା ନେଇ ପ୍ରକାଶ କରିଛନ୍ତି। ଏଥିସହ ସେ ଏବେ ମାଲକାନଗିରି ଜିଲ୍ଲାରେ ଥିବା ବିଭିନ୍ନ ସ୍ଥାନ ବୁଲି ତାହାକୁ ଏକ୍ସେପ୍ଲୋର ପାଇଁ ଆସିଥିବା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।