ଖେଳ ଦେଶ ବିଦେଶ

ଝୁଲଣ ଗୋସ୍ବାମୀଙ୍କ ବାୟୋପିକ୍‌ ପାଇଁ ପ୍ରସ୍ତୁତ ହେଉଛନ୍ତି ଅନୁଷ୍କା ଶର୍ମା, ସାମ୍ନାକୁ ଆସିଲା ଫଟୋ…

ମୁମ୍ବାଇ ୨୬।୦୨: କ୍ରିକେଟ୍ ମଇଦାନକୁ ଓହ୍ଲାଇଲେ ବଲିଉଡ୍ ଅଭିନେତ୍ରୀ ତଥା କ୍ରିକେଟର୍ ବିରାଟ୍ କୋହଲିଙ୍କ ପତ୍ନୀ ଅନୁଷ୍କା ଶର୍ମା! ବାସ୍ତବରେ ସେ ଖେଳିବା ପାଇଁ ନୁହେଁ ବରଂ ଅନୁଷ୍କା କିମ୍ବଦନ୍ତୀ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ରିୟଲ୍‌ ଷ୍ଟୋରୀକୁ ନେଇ ଆଧାରିତ ଫିଲ୍ମ ‘ଚକଦା ଏକ୍ସପ୍ରେସ’ ପାଇଁ ପ୍ରସ୍ତୁତ ହୋଇଛନ୍ତି। ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର୍ ଝୁଲଣ ଗୋସ୍ୱାମୀଙ୍କ ଭୂମିକାରେ ନଜର ଆସିବେ। ନିଜକୁ ଝୁଲଣଙ୍କ ଭୂମିକାରେ ଖାପ ଖୁଆଇବା ପାଇଁ ଖୁବ୍ ପରିଶ୍ରମ କରୁଛନ୍ତି। ଏପରିକି ସେ ନେଟ୍ସରେ ପ୍ରାକ୍ଟିସ୍ ମଧ୍ୟ କରୁଛନ୍ତି। ଏହାର ଏକ ଫଟୋ ଏବେ ସାମ୍ନାକୁ ଆସିଛି।

ଯେଉଁଥିରେ ଭାରତୀୟ ମହିଳା କ୍ରିକେଟ୍ ପେସ୍ ବୋଲର ଝୁଲଣଙ୍କ ପରି ପରଫେକ୍ଟ ବୋଲିଂ ସ୍କିଲ୍ସ ପାଇଁ କଠିନ ପରିଶ୍ରମ କରୁଥିବା ଦେଖିବାକୁ ମିଳିଛ।
ଅନୁଷ୍କାଙ୍କର ଏହି ପୋଷ୍ଟରେ ଝୁଲଣ ଗୋସ୍ବାମୀ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି। ଝୁଲଣ ଲେଖିଛନ୍ତି, ବହୁତ ବଢ଼ିଆ। ଏହାବ୍ୟତୀତ ନୀନା ଗୁପ୍ତା ମଧ୍ୟ ଅନୁଷ୍କାଙ୍କ ପୋଷ୍ଟରେ କମେଣ୍ଟ ଦେଇଛନ୍ତି। ବିରାଟ୍ କୋହଲିଙ୍କର ଜଣେ ଫ୍ୟାନ୍ ପ୍ରତିକ୍ରିୟା ଦେଇ କହିଛନ୍ତି, ଭଉଣୀ ୨-୩ ଓଭର ଭାଇଙ୍କ ସହ ଖେଳିନିଅ, ଭଲ ପ୍ରାକ୍ଟିସ୍ ହୋଇଯିବ। ଫ୍ୟାନ୍ସମାନେ ମଧ୍ୟ ଅନୁଷ୍କାଙ୍କୁ ଏହି ଫିଲ୍ମ ପାଇଁ ଶୁଭେଚ୍ଛା ମଧ୍ୟ ଦେଇଛନ୍ତି।

ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟରେ ସର୍ବାଧିକ ୱିକେଟ୍ ନେଇଥିବା ଭାରତୀୟ ମହିଳା ତଥା ଟିମର ପେସର୍ ଝୁଲଣଙ୍କ ନାଁରେ ଏକାଧିକ ରେକର୍ଡ ରହିଛି। ଝୁଲଣ ମହିଳା ଦିନିକିଆ କ୍ରିକେଟରେ ସର୍ବାଧିକ ୱିକେଟ୍ (୧୯୬) ହାସଲକାରୀ ବୋଲର।ଝୁଲଣ ଟେଷ୍ଟରେ ୪୪ ୱିକେଟ୍‌ ନେଇ୍‌ଥିବା ବେଳେ ଓଡିଆଇରେ ୨୪୫ ୱିକେଟ୍‌ ନେଇଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ