ଅପରାଧ ଦେଶ ବିଦେଶ

ଝିଆରୀ ପ୍ରେମିକର ମୁଣ୍ଡ କାଟି ପକାଇଲେ ଦାଦା; କଟାମୁଣ୍ଡ ଧରି ଥାନାରେ କଲେ ଆତ୍ମସମର୍ପଣ

ଈଟାନଗର: ଝିଆରୀ ପ୍ରେମିକର ମୁଣ୍ଡ କାଟିବା ପରେ ଉକ୍ତ କଟାମୁଣ୍ଡକୁ ଧରି ଅରୁଣାଚଳ ପ୍ରଦେଶର ଜଣେ ୨୨ ବର୍ଷିୟ ବ୍ୟକ୍ତି ଥାନାକୁ ଯାଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି

ଘଟଣାଟି ସୀମାନ୍ତବର୍ତ୍ତୀ ଜିଲ୍ଲା ପୂର୍ବ ସିଆଙ୍ଗ୍‌ ଅନ୍ତର୍ଗତ ରସ୍କିନ୍‌ ଅଞ୍ଚଳରେ ବୁଧବାର ଦିନ ଘଟିଥିବା କଥା ପୁଲିସ କହିଛି।

ଅଭିଯୁକ୍ତ ଦାଦା ଶିବୁ ବୈଶ୍ୟ ଝିଆରୀ ସହିତ ଉକ୍ତ ଯୁବକଙ୍କର ପ୍ରେମ ସମ୍ପର୍କକୁ ବରଦାସ୍ତ କରି ପାରୁ ନ ଥିଲେ। ଶିବୁ ଓ ତାଙ୍କ ଝିଆରୀର ପ୍ରେମିକ ୧୯ ବର୍ଷିୟ ଅଜୟ ଦାସ ହେଉଛନ୍ତି ଆସାମରୁ ଆସିଥିବା ଦାଦନ ଶ୍ରମିକ।

Image Courtesy of Times of India

ପୁଲିସ କହିଛି, ଆସାମ ସୀମାକୁ ଲାଗିଥିବା ଅରୁଣାଚଳ ପ୍ରଦେଶର ରସ୍କିନ୍‌ ଅଞ୍ଚଳର ଗୋଟାଏ ବିଲରେ ୨୨ ବର୍ଷିୟ ଶିବୁ ବୈଶ୍ୟ ୧୯ ବର୍ଷିୟ ଅଜୟ ଦାସଙ୍କ ମୁଣ୍ଡକାଟ କରିଥିଲେ। ତା’ପରେ ଅଜୟର କଟାମୁଣ୍ଡକୁ ଧରି ଶିବୁ ରସ୍କିନ୍‌ ଥାନାକୁ ଯାଇ ପୁଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ।

ଥାନାର ‘ଅଫିସର୍‌-ଇନ୍‌-ଚାର୍ଜ’ ସି. ଜୋସେଫ୍‌ ଘଟଣା ଘଟିଛି ବୋଲି ସୁନିଶ୍ଚିତ କରିବ‌‌ା ସହିତ କହିଛନ୍ତି ଯେ, ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ‘ଆଇପିସି’ ଧାରା ୩୦୨ ଅନୁଯାୟୀ ତାଙ୍କ ନାମରେ ମାମଲା ମଧ୍ୟ ରୁଜୁ କରାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ