ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ା: ମୁରବିବିହୀନ ବିଜେଡି ଓ ବିଜେପି

ଝାରସୁଗୁଡ଼ା : ୨୦୨୪ ନିର୍ବାଚନ ପାଇଁ ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେଡି ଓ ବିଜେପି ତୃଣମୂଳସ୍ତରରୁ ସଂଗଠନ ସଜାଡ଼ିବା ସାଙ୍ଗକୁ ଭୋଟରଙ୍କ ପାଖରେ ଦଳର ସଫଳତାର କାହାଣୀ ପହଞ୍ଚାଉଛନ୍ତି। ମାତ୍ର ଝାରସୁଗୁଡ଼ା ଜିଲ୍ଲାରେ ଏହି ଦୁଇ ଦଳରେ ସଭାପତି ପଦ ଖାଲି ପଡ଼ିଛି। ନିକଟ ଭବିଷ୍ୟତରେ ଏହି ପଦବି ପୂରଣ ହେବା ଭଳି ବି କୌଣସି ସୂଚନା ମିଳୁନାହିଁ। ଏଭଳି ସ୍ଥିତିରେ ବିନା ସେନାପତିରେ ଉଭୟ ଦଳ ୨୦୨୪ ନିର୍ବାଚନ କିଭଳି ଲଢ଼ିବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ବ୍ରଜରାଜନଗରର ବିଧାୟକ କିଶୋର ମହାନ୍ତିଙ୍କର ୨୦୨୧ ଡିସେମ୍ବର ୩୦ରେ ଦେହାନ୍ତ ହେଲା। ସେତେବେଳେ ଶ୍ରୀ ମହାନ୍ତି ଜିଲ୍ଲା ବିଜେଡିର ସଭାପତି ମଧ୍ୟ ରହିଥିଲେ। ତାଙ୍କ ଦେହାନ୍ତ ପରଠାରୁ ଜିଲ୍ଲା ସଭାପତି ପୂରଣ ହୋଇନାହିଁ। ୨୦୨୧ ଡିସେମ୍ବର ପରଠାରୁ ଝାରସୁଗୁଡ଼ା ଜିଲ୍ଲା ୨ଟି ଉପନିର୍ବାଚନ ଓ ଗୋଟିଏ ପଞ୍ଚାୟତ ନିର୍ବାଚନ ଦେଖି ସାରିଲାଣି। ବ୍ରଜରାଜନଗର ଉପନିର୍ବାଚନ ଓ ପଞ୍ଚାୟତ ନିର୍ବାଚନରେ ଦିବଙ୍ଗତ ମନ୍ତ୍ରୀ ନବକିଶୋର ଦାସ ନେତୃତ୍ବ ନେଇ ଦଳକୁ ବିଜୟୀ କରାଇଥିଲେ। କିନ୍ତୁ ଗତ ଜାନୁଆରିରେ ଶ୍ରୀ ଦାସଙ୍କୁ ଗୁଳି କରି ହତ୍ୟା କରାଯିବା ପରେ ଝାରସୁଗୁଡ଼ା ଜିଲ୍ଲା ବିଜେଡି ମୁରବିଶୂନ୍ୟ ହୋଇ ରହିଛି। ଫଳରେ ନିର୍ବାଚନ ପରିଚାଳନା ହେଉ କି ଜିଲ୍ଲାରେ ଦଳଗତ କାର୍ଯ୍ୟକ୍ରମ ହେଉ ସବୁଠି ବାହାର ନେତାଙ୍କ ପ୍ରଭାବ ଦେଖିବାକୁ ମିଳୁଛି। ଯାହାର ଜ୍ବଳନ୍ତ ଉଦାହରଣ ହେଉଛି ନିକଟରେ ଅନୁଷ୍ଠିତ ଝାରସୁଗୁଡ଼ା ଉପନିର୍ବାଚନ। ସେପଟେ, ବାହାର ନେତାଙ୍କ ଉପରେ ଦାୟିତ୍ବ ରହୁଥିବାରୁ ସେମାନେ ଜିଲ୍ଲାରେ ନବ- କିଶୋର ଗୋଷ୍ଠୀଙ୍କ ମଧ୍ୟରେ ରହିଥିବା ତିକ୍ତତାର ସମାଧାନ ପ୍ରତି ସେତେଟା ଗୁରୁତ୍ବ ଦେଉନାହାନ୍ତି।

ଏଭଳି ସ୍ଥିତିରେ ୨୦୨୪ ନିର୍ବାଚନରେ ଜିଲ୍ଲା ବିଜେଡିର ମଙ୍ଗ କିଏ ଧରିବ ତାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଝାରସୁଗୁଡ଼ା ଉପନିର୍ବାଚନ ପୂର୍ବରୁ ଜିଲ୍ଲା ବିଜେପି ସଭାପତି ଚଉକି ବି ଖାଲିପଡ଼ିଛି। ଉପନିର୍ବାଚନର ସପ୍ତାହକ ପୂର୍ବରୁ ଜିଲ୍ଲା ବିଜେପିର ସଭାପତି ଥିବା ମଙ୍ଗଳ ସାହୁ ଦଳ ପରିବର୍ତ୍ତନ କରି ବିଜେଡି ଶିବିରରେ ଯୋଗ ଦେଇଥିଲେ। ତେବେ ବିଜେପି ବିନା ସଭାପତିରେ ଯଦିଓ ଉପନିର୍ବାଚନ ଲଢ଼ିଥିଲା, ଦଳକୁ ବିଶେଷ ସଫଳତା ମିଳି ପାରିନଥିଲା। ଅବଶ୍ୟ ଉପନିର୍ବାଚନ ପୂର୍ବରୁ ଓ ପରେ ଜିଲ୍ଲା ବିଜେପିରେ ରହିଥିବା ୨ ଗୋଷ୍ଠୀଙ୍କ ଆନ୍ତଃକନ୍ଦଳ ଧୀରେଧୀରେ ହ୍ରାସ ପାଇବାକୁ ଯାଉଥିବା ଚର୍ଚ୍ଚା ହେଉଛି। ସେପଟେ, ଜିଲ୍ଲା କଂଗ୍ରେସର ସବୁ ଚୌକି ପୂର୍ଣ୍ଣ ରହିଥିଲେ ହେଁ, ଗତ ଉପନିର୍ବାଚନରେ ପ୍ରାର୍ଥୀ ଅମାନତ ହରାଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।