ରାଜନୀତି ରାଜ୍ୟ

ଝାରସୁଗୁଡ଼ା ଉପନିର୍ବାଚନ: ପ୍ରଥମ ରାଉଣ୍ଡରେ ବିଜେଡି ପ୍ରାର୍ଥୀ ୨୭୦୬ ଭୋଟରେ ଆଗୁଆ

ଝାରସୁଗୁଡ଼ା: ଝାରସୁଗୁଡ଼ା ଉପନିର୍ବାଚନର ପ୍ରଥମ ରାଉଣ୍ଡର ଗଣତିରେ ବିଜେଡି ପ୍ରାର୍ଥୀ ଦୀପାଳି ଦାସ ତାଙ୍କର ନିକଟତମ  ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କ ଠାରୁ ୨୭୦୬ ଭୋଟରେ ଆଗୁଆ ଅଛନ୍ତି। ପ୍ରଥମ ରାଉଣ୍ଡରେ ବିଜେଡିକୁ ୫୯୪୪ ଖଣ୍ଡ  ଭୋଟ୍ ମିଳିଥିବା ବେଳେ ବିଜେପିକୁ ମିଳିଛି ୩୨୩୮ଟି ଭୋଟ୍। ଅପରପକ୍ଷରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେଙ୍କୁ ପ୍ରଥମ ରାଉଣ୍ଡରେ ମାତ୍ର ୧୨୩ ଖଣ୍ଡ ଭୋଟ ମିଳିଛି।

ଉଲ୍ଲେଖଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଥିଲା। ପ୍ରଥମେ ପୋଷ୍ଟାଲ୍ ବାଲାଟ୍ ଗଣତି ହୋଇଥିଲା। ଏହାପରେ ଇଭିଏମ୍ ଗଣତି ଆରମ୍ଭ ହୋଇଥିଲା।

ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେଙ୍କ ସୂଚନା ଅନୁସାରେ, ମୋଟ୍ ୧୪ଟି ଟେବୁଲରେ ୧୮ ରାଉଣ୍ଡରେ ଗଣତି ହେବ। ଆଉ ଯେଉଁ ୨-୩ଟି ବୁଥ ବାକି ରହିଯିବ ‌ସେଗୁଡ଼ିକ ୧୯ତମ ରାଉଣ୍ଡରେ ଗଣାଯିବ। ପ୍ରତି ଟେବୁଲରେ ଗୋଟିଏ ଲେଖାଏ ବୁଥ କରି ଗଣତି ଆରମ୍ଭ ହେବ।

ଭୋଟ୍‌ ଗଣତି ଯେଭଳି ଶାନ୍ତି ଶୃଙ୍ଖଳାର ସହ ଓ ନିର୍ଭୁଲ ଭାବରେ ହେବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗୁରୁତ୍ବ ଦିଆଯାଉଥିବା ଜିଲ୍ଲାପାଳ ଶ୍ରୀମତୀ ନରୱଣେ ସୂଚନା ଦେଇଛନ୍ତି। ଭୋଟ୍‌ ଗଣତି ସମୟରେ ସୁରକ୍ଷା ବ୍ୟବସ୍ଥା ପ୍ରତି ମଧ୍ୟ ବିଶେଷ ଗୁରୁତ୍ବ ଦିଆଯାଉଥିବା ଏସ୍‌ପି ସ୍ମିତ୍‌ ପି. ପରମାର୍‌ କହିଛନ୍ତି। ମଧ୍ୟାହ୍ନ ସୁଦ୍ଧା ଚୂଡ଼ାନ୍ତ ଫଳାଫଳ ସ୍ପଷ୍ଟ ‌ହୋଇଯିବ ବୋଲି କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର