ରାଜ୍ୟ

ଝାରସୁଗୁଡ଼ାରେ ୭୯.୨୧ ପ୍ରତିଶତ ମତଦାନ, ଶନିବାର ସକାଳ ୮ଟାରୁ ଭୋଟ୍‌ ଗଣତି

ଝାରସୁଗୁଡ଼ା : ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନରେ ୭୯.୨୧ ପ୍ରତିଶତ ମତଦାନ ହୋଇଛି। ଏହା ଚୂଡ଼ାନ୍ତ ଭୋଟ ହାର। ମୋଟ ୨,୨୧,୭୧୯ ଭୋଟରଙ୍କ ମଧ୍ୟରୁ ୧,୭୫,୬୧୬ ଜଣ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି। ଏମାନଙ୍କ ମଧ୍ୟରେ ୮୯ ହଜାର ୪୪ ଜଣ ପୁରୁଷ, ୮୬ ହଜାର ୫୬୦ ଜଣ ମହିଳା ଓ ୧୨ ଜଣ କିନ୍ନର ଅଛନ୍ତି। ଏହାବାଦ୍‌ ୩୨୧ ଜଣ ଭୋଟର ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ମତଦାନ କରିଛନ୍ତି। ପର୍ଯ୍ୟବେକ୍ଷକ, ରାଜନୈତିକ ଦଳର ପ୍ରତିନିଧିଙ୍କ ଉପସ୍ଥିତିରେ ଷ୍ଟ୍ରଙ୍ଗ୍‌ ରୁମ୍‌ ସିଲ୍‌ କରାଯାଇଥିବା ଆଜି ଯାନ୍ତ୍ରିକ ବିଦ୍ୟାଳୟ ପରିସରରେ ଜିଲ୍ଲାପାଳ ଅବୋଲୀ ସୁନୀଲ ନରୱଣେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଶନିବାର ସକାଳ ୮ଟାରୁ ଭୋଟ୍‌ ଗଣତି

ଭୁବେନଶ୍ବର : ଶନିବାର ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍‌ ଗଣତି ହେବ। ଗୁରୁବାର ଦିନ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସମୀକ୍ଷା କରିଛନ୍ତି। ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ପରିସରରେ ସକାଳ ୮ଟାରୁ ଭୋଟ୍‌ ଗଣତି ହେବ। ପ୍ରଥମେ ପୋଷ୍ଟାଲ ବାଲାଟ୍ ଓ ୮ଟା ୩୦ରେ ଇଭିଏମ୍ ଗଣତି ଆରମ୍ଭ ହେବ। ଭୋଟ୍‌ ଗଣତି କେନ୍ଦ୍ର ତଥା ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲ ଚତୁଃପାର୍ଶ୍ବରେ ଭୋଟ୍‌ ଗଣତି ଦିନ ସମ୍ଭାବ୍ୟ ଜନଗହଳିକୁ ପରିଚାଳନା ସହ ଶାନ୍ତିଶୃଙ୍ଖଳା ରକ୍ଷା ନିମନ୍ତେ ମୁଖ୍ୟ ନିର୍ବାଚନ ଅଧିକାରୀ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।