ରାଜ୍ୟ

ଝାରସୁଗୁଡ଼ାରେ ମଦମୃତ୍ୟୁ ଅଭିଯୋଗ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ ଗୋଟିଏ ଦିନରେ ୨ଟି ଅପମୃତ୍ୟୁ ଅଭିଯୋଗ ହୋଇଛି। ଉଭୟ ମାମଲାରେ ମୃତ୍ୟୁର କେଇଘଣ୍ଟା ପୂର୍ବରୁ ମୃତକ ଦେଶୀ ମଦ ପିଇଥିବା ନେଇ ଅଭିଯୋଗ କରିଛନ୍ତି ଖୋଦ୍‌ ପରିବାର ଲୋକେ। ଏହି ଘଟଣା ତୀବ୍ର ଆଲୋଡ଼ନ ସୃଷ୍ଟି କରିଛି। ମଦ ଯୋଗୁ ଉଭୟ ଯୁବକଙ୍କର ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ ଘଟଣା ସାମ୍ନାକୁ ଆସିବ ବୋଲି ପୁଲିସ କହିଛି। ଘଟଣା ସମ୍ପର୍କରେ ଲଇକେରା ଥାନାଧିକାରୀ କେ. ସମାରିଆ ଓ ଓରିଏଣ୍ଟ ଥାନାଧିକାରୀ କଲ୍ୟାଣୀ ବେହେରାଙ୍କୁ ପଚାରିବାରେ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଯାଇ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କହିଥିଲେ।

ପରିବାର ଲୋକେ ଆଣିଲେ ଅଭିଯୋଗ
ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ଜଣାପଡ଼ିବ: ପୁଲିସ

ସୂଚନା ଅନୁସାରେ, ଲଇକେରା ଥାନା ରଙ୍ଗିଆଟିକ୍ରା ଗ୍ରାମର ଗିରୀଶ ରଣବିଡ଼ା (୩୪ ବର୍ଷ) ଡ୍ରାଇଭର ଭାବେ କାମ କରୁଥିଲେ। ଗ୍ରାମରେ ଏକ ବିବାହ ଉତ୍ସବ ଥିବାରୁ ସେ ୨ ଦିନ ହେବ କାମକୁ ଯାଇ ନଥିଲେ। ଗିରୀଶଙ୍କ ପିଉସୀ ପୁଅ ଭାଇ ପ୍ରବୀଣ ରଣବିଡ଼ାଙ୍କ କହିବାନୁସାରେ ବୁଧବାର ସକାଳୁ ଗିରୀଶ ଗ୍ରାମର ଏକ କୁଚିଆ ଭାଟିରୁ ‘ଚିଲ ଛାପ ଦେଶୀ ମଦ ପିଇଥିଲେ। ଏହାପରେ ସେ ଘରେ ଆସି ଶୋଇଥିଲେ। ବରଯାତ୍ରୀ ଯିବା ପାଇଁ ସମ୍ପର୍କୀୟମାନେ ତାଙ୍କୁ ରାତିରେ ଡାକିବାକୁ ଆସିବା ବେଳକୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ନଥିଲା। ଆଜି ସକାଳୁ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ସେଠାରେ ସକାଳ ୮.୨୧ ମିନିଟ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦ୍ବିତୀୟ ଘଟଣାରେ ପୁଲିସଠାରୁ ମିଳିଥିବା ସୂଚନା ଅନୁସାରେ, ଓରିଏଣ୍ଟ ଥାନା ଚୁଆକାନି ଗ୍ରାମର ଅଜୟ ଖଡ଼ିଆ(୨୫ ବର୍ଷ) ବୁଧବାର କାମରୁ ବିଳମ୍ବିତ ରାତିରେ ନିଶାସକ୍ତ ଅବସ୍ଥାରେ ଫେରିଥିଲେ। ଅଧିକ ନିଶା ଯୋଗୁ ସେ ଘର ଭିତରକୁ ଯାଇ ନପାରି ବାରଣ୍ଡାରେ ହିଁ ଶୋଇ ପଡ଼ିଥିଲେ। ତେବେ ରାତି ପ୍ରାୟ ୩ଟାରେ ପରିବାର ଲୋକେ ଦେଖିବା ବେଳକୁ ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିଲା। ପରିବାର ଲୋକେ ତୁରନ୍ତ ତାଙ୍କୁ ଆଣି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତରଖାନାରେ ଭୋର୍‌ ୪.୨୦ ମିନିଟ୍‌ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଏହି ମାମଲାରେ ବି ଅଜୟ ଦେଶୀ ମଦ ପିଇଥିବା ନେଇ ତାଙ୍କ ସମ୍ପର୍କୀୟମାନେ ପୁଲିସକୁ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ାରେ ବେଧଡ଼କ ଭାବେ ଚୋରା ମଦ କାରବାର ଚାଲିଥିବା ବେଳେ ଗାଁ ଗାଁରେ କୁଚିଆ ମଦ ଭାଟି ଖୋଲୁଥିବା ନେଇ ବିଭିନ୍ନ ସମୟରେ ଅଭିଯୋଗ ହେଉଛି। ଏପରିକି ପଡ଼ୋଶୀ ରାଜ୍ୟର ବିଦେଶୀ ମଦ ଆଣି ଅପମିଶ୍ରଣ କରାଯିବା ପରେ ବିକ୍ରି କରାଯାଉଥିବା ଘଟଣା ବି ଗତମାସରେ ସାମ୍ନାକୁ ଆସିଥିଲା। ତେବେ ଏହି ୨ ମାମଲାରେ ମଦ ବିଷାକ୍ତ ରହିଥିଲା ନା ମଦ ପିଇବା ପରେ ଅନ୍ୟ କୌଣସି କାରଣରୁ ମୃତ୍ୟୁ ଘଟିଛି ତାହା ବ୍ୟବଚ୍ଛେଦ ପରେ ଯାଇ ଜଣାପଡ଼ିବ ବୋଲି ପୁଲିସ ପକ୍ଷରୁ କୁହାଯାଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।