ରାଜ୍ୟ ସ୍ପେଶାଲ ରିପୋର୍ଟ

ଝାରସୁଗୁଡ଼ାରେ ଭୂତ ଆମ୍ବୁଲାନ୍ସ! ଖଣିଜ ପାଣ୍ଠିରୁ କିଣାଯାଇଛି

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟରେ ଅଚଳ ହୋଇ ପଡ଼ିଥିବା ଆମ୍ବୁଲାନ୍ସରୁ ରାତିହେଲେ ବିକଟାଳ ଶବ୍ଦ ବାହାରୁଛି। କେତେବେଳେ ଦୀର୍ଘ ସମୟ ଧରି ହର୍ଣ୍ଣ ବାଜୁଛି ତ ଆଉ କେତେବେଳେ ଇଣ୍ଡିକେଟର ଲାଇଟ୍‌ ଜଳୁଛି। ବେଳେବେଳେ ହଠାତ୍‌ ଆମ୍ବୁଲାନ୍ସର କବାଟ ବି ଆପେ ଆପେ ଖୋଲିଯାଉଛି। ଏହି ଘଟଣା ଏକ ଭ୍ରମ କିମ୍ବା ଲୋକଙ୍କ ଭିତରେ କୌତୂହଳ ସୃଷ୍ଟି କରିବାପାଇଁ କାହାରି ଏକପ୍ରକାର ଦୁଷ୍ଟାମି ବୋଲି ସ୍ପଷ୍ଟ ହୋଇନାହିଁ। ତେବେ, ଏସବୁ ଦୃଶ୍ୟ ଦେଖି ସ୍ଥାନୀୟ କୁମାରପଡ଼ାବାସୀ ଆତଙ୍କିତ ହୋଇପଡ଼ିଛନ୍ତି। ଝାରସୁଗୁଡ଼ା‌ରେ ଖଣି ପ୍ରଭାବିତ ଲୋକଙ୍କ ସ୍ବାସ୍ଥ୍ୟାବସ୍ଥାର ଯାଞ୍ଚ କରିବା ପାଇଁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ଖଣିଜ ପାଣ୍ଠିରୁ ପ୍ରତିବର୍ଷ ଆମ୍ବୁଲାନ୍ସ ତଥା ମୋବାଇଲ୍‌ ଡାକ୍ତରୀ ଟିମ୍‌ ଭ୍ୟାନ୍‌ କିଣାଯାଉଛି। କିନ୍ତୁ, ସେଗୁଡ଼ିକ ଲୋକଙ୍କ ସେବାରେ ଲାଗିପାରୁନି। କେବେ କାଳୀ ମନ୍ଦିର ରୋଡ଼ ତ କେବେ ବମ୍ବେ ଛକ, ଆଉ କେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ନିକଟରେ ପଡ଼ିପଡ଼ି ଏହି ଆମ୍ବୁଲାନ୍ସଗୁଡ଼ିକ ଖତ ଖାଉଛି।

ସ୍ଥାନୀୟ ଲୋକଙ୍କ କହିବାନୁସାରେ, ପ୍ରତି ୬ ମାସରେ ଥ‌ରେ ଏହି ଆମ୍ବୁଲାନ୍ସଗୁଡ଼ିକୁ ମରାମତି ପାଇଁ ନିଆଯାଇଥାଏ। ମରାମତି ସରିବାପରେ ପୁଣି ଆଣି ସେଗୁଡ଼ିକୁ ଏହି ସ୍ଥାନରେ ଛିଡ଼ା କରି ଦିଆଯାଏ। ତେବେ, ଏହି ସ୍ଥାନରେ ଖତ ଖାଉଥିବା ୬ଟି ଆମ୍ବୁଲାନ୍ସ ମଧ୍ୟରୁ ୨ଟିର ସିଟ୍‌ରୁ ଜରି ବି ଖୋଲାଯାଇନି। ଅର୍ଥାତ୍‌ ଉକ୍ତ ଆମ୍ବୁଲାନ୍ସଗୁଡ଼ିକ ଦିନକ ପାଇଁ ହେଲେ ରୋଗୀ ସେବାରେ ଲାଗିପାରିନି। ଗୋଟିଏପଟେ, ଜିଲ୍ଲା ପ୍ରଶାସନ ଖଣିଜ ପାଣ୍ଠିର ଟଙ୍କାର ଅପବ୍ୟୟ କରୁଥିବା ବେଳେ ସେଗୁଡ଼ିକ ଲୋକଙ୍କ ସେବାରେ ଲଗାଉନି। ଆଉ ଗୋଟିଏପଟେ ଏହି ଆମ୍ବୁଲାନ୍ସଗୁଡ଼ିକ ଲୋକଙ୍କୁ ଭୟଭୀତ କରୁଥିବା ବେଳେ ସେ ବାବଦ ବି କୌଣସି ପ୍ରତିକାର କରାଯାଉନି। ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଜୟକୃଷ୍ଣ ନାୟକଙ୍କୁ ପ୍ରତିକ୍ରିୟ‌ା ପାଇଁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନାହିଁ। ତେବେ ଏହି ଆମ୍ବୁଲାନ୍ସଗୁଡ଼ିକର ମାଲିକାନା ଓ କାର୍ଯ୍ୟକାରିତା ଡିଏମ୍‌ଏଫ୍‌ ଏଜେନ୍ସି ବୁଝୁଥିବା ବେଳେ ଏଥିରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର କୌଣସି ସମ୍ପର୍କ ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।