ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଝାଡ଼ଖଣ୍ଡସ୍ଥିତ ‘ସେଲ୍‌’ର ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌ରେ ଭୟାବହ ଅଗ୍ନିକାଣ୍ଡ

ବୋକାରୋ: ଗୁରୁବାର ରାତିରେ ଝାଡ଼ଖଣ୍ଡର ବୋକାରୋସ୍ଥିତ ‘ଷ୍ଟିଲ୍‌ ଅଥରିଟି ଅଫ୍‌ ଇଣ୍ଡିଆ’ର (ସେଲ୍‌) ‘ବୋକାରୋ ଷ୍ଟିଲ୍‌ ପ୍ଲାଣ୍ଟ୍‌’ର (ବିଏସ୍‌ଏଲ୍‌) ‘ଷ୍ଟିଲ୍‌ ମେଲ୍‌ଟିଙ୍ଗ୍‌ ସପ୍‌’ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିବା କଥା ଜଣେ ସରକାରୀ ଅଧିକାରୀ କହିଛନ୍ତି।

ନିଆଁ ଲିଭାଇବା ଲାଗି ୫ଟି ଦମକଳ ମୁତୟନ କରାଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ କେହି ମୃତାହତ ହୋଇଥିବାର ସୂଚନା ଏପର୍ଯ୍ୟନ୍ତ ମିଳିନାହିଁ।

ଗଣମାଧ୍ୟମକୁ ‘ବୋକାରୋ ଇସ୍ପାତ କାରଖାନାର ମୁଖ୍ୟ ଜନସମ୍ପର୍କ ଅଧିକାରୀ ମଣିକାନ୍ତ ଧନ୍‌ କହିଛନ୍ତି, ‘ଷ୍ଟିଲ୍‌ ମେଲ୍‌ଟିଙ୍ଗ୍‌ ସପ୍‌-୨’ର ‘କାଷ୍ଟର୍‌ ୨’ର ‘ଟନ୍‌ଡିସ୍‌-୩’ରେ ତରଳ ଧାତୁ ଲିକ୍‌ ହେବାରୁ ‘କାଷ୍ଟର୍‌’ରେ ନିଆଁ ଲାଗିଛି। ନିଆଁ ଲିଭାଇବା ପାଇଁ ଦମକଳ ମୁତୟନ କରାଯାଇଛି। ଏପର୍ଯ୍ୟନ୍ତ କେହି ମୃତାହତ ହୋଇଥିବାର ସୂଚନା ମିଳିନାହିଁ। ଘଟଣାର ସବିଶେଷ ବିବରଣୀ ଜାଣିବାକୁ ଅପେକ୍ଷା କରାଯାଇଛି।

Representative image of a steel smelting furnace pouring out molten metal in a foundry (photo: Mediacolors/Construction Photography/Avalon/Getty Images)
Image Courtesy of National Herald

ନିଆଁ ଲାଗିବାର ପ୍ରକୃତ କାରଣ ଜାଣିବା ଲାଗି ତଦନ୍ତ କରାଯିବ। ଉତ୍ତପ୍ତ ତରଳ ଧାତୁ ‘ଲିକ୍‌’ କରିବାରୁ ରାତି ପ୍ରାୟ ୧୧ଟା ବେଳେ ନିଆଁ ଲାଗିଥିଲା। ଏହି ଅଗ୍ନିକାଣ୍ଡ ଯୋଗୁଁ , ‘ଷ୍ଟିଲ୍‌ ମେଲ୍‌ଟିଙ୍ଗ୍‌ ସପ୍‌-୨’ର ଟନ୍‌ଡିସ୍‌ କାର୍‌ ଓ ‘କାଷ୍ଟର୍‌-୨’ର ବହୁଳାଂଶ ପୋଡ଼ି ନଷ୍ଟ ହୋଇଯାଇଛି ବୋଲି ସେ କହିଛନ୍ତି।

‘ସେଲ୍‌’ର ଆଉ ଜଣେ ଅଧିକାରୀ କହିଛନ୍ତି ଯେ, ଅଗ୍ନିକାଣ୍ଡ ସମୟରେ ‘ଅଟୋମେଟେଡ୍‌ ୟୁନିଟ୍‌’ରେ କୌଣସି ଶ୍ରମିକ ନ ଥିଲେ।

ସୂଚନାଯୋଗ୍ୟ, ୧୦,୦୦୦ ଏକର ଜମିରେ ଅବସ୍ଥିତ ଏହି ଇସ୍ପାତ କାରଖାନାରେ ପ୍ରାୟ ୧୦୦୦ ଶ୍ରମିକ କାର୍ଯ୍ୟ କରନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ