ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଝଡ଼ର ରୂପ ନେଲା ବାତ୍ୟା ‘ବିପର୍ଯ୍ୟୟ’: ମହାରାଷ୍ଟ୍ର, କର୍ଣ୍ଣାଟକ ଓ ଗୋଆ ପ୍ରଭାବିତ ହେବ

ନୂଆଦିଲ୍ଲୀ: ବାତ୍ୟା ‘ବିପର୍ଯ୍ୟୟ’ ଘନୀଭୂତ ହୋଇ ଏକ ବିରାଟ ଝଡ଼ର ରୂପ ନେଇଛି ଏବଂ ଏହା ଗତ ୬ ଘଣ୍ଟା ହେଲା ଉତ୍ତର ଆଡ଼କୁ ଗତି କରୁଥିବା ଭାରତୀୟ ପାଣିପାଗ ବିଭାଗ ବୁଧବାର ପ୍ରକାଶ କରିଛି। ବିଭାଗର କହିବା ଅନୁସ‌ାରେ ଆସନ୍ତା ୨୪ ଘଣ୍ଟା ଭିତରେ ବାତ୍ୟା ଉତ୍ତରମୁହାଁ ହୋଇ ଗତି କରିବ। ତା’ପରେ ଏହା ଆସନ୍ତା ୩ ଦିନ ଭିତରେ ଉତ୍ତର-ଉତ୍ତରପଶ୍ଚିମ ଆଡ଼କୁ ଗତି କରିବ। ଭାରତର ଦକ୍ଷିଣପଶ୍ଚିମ ରାଜ୍ୟଗୁଡ଼ିକର ସଂଲଗ୍ନ ସମୁଦ୍ର ଅଶାନ୍ତ ରହିବ। ବାୟୁର ବେଗ ଘଣ୍ଟା ପ୍ରତି ୧୩୫ରୁ ୧୪୫ କିଲୋମିଟରରେ ପହଞ୍ଚିବ। ଆସନ୍ତା ୩ରୁ ୪ ଦିନରେ ଭିତରେ ଏହା ଘଣ୍ଟା ପ୍ରତି ୧୬୦ କିମି ବେଗରେ ବି ପ୍ରବାହିତ ହୋଇପାରେ। ତେଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନ ଯିବା ପାଇଁ ପାଣିପାଗ ବିଭାଗ ପକ୍ଷରୁ ବାରଣ କରାଯାଇଛି।

ବାତ୍ୟା ‘ବିପର୍ଯ୍ୟୟ’ ଭାରତର ଦକ୍ଷିଣ-ପଶ୍ଚିମ ରାଜ୍ୟଗୁଡ଼ିକୁ ମାଡ଼ କରିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ଜୁନ ୭ ତାରିଖରେ ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣପୂର୍ବ ଆରବ ସାଗରରେ ୮୦-୯୦ କିମି/ଘ ବେଗରେ ପବନ ବହୁଥିବା ବେଳେ ଏହା ଘଣ୍ଟା ପ୍ରତି ୧୦୦ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ଆଜି ସନ୍ଧ୍ୟା ପରେ କେତେକ ଅଞ୍ଚଳରେ ୯୫-୧୦୫ କିମିରୁ ୧୧୫ କିମି ପର୍ଯ୍ୟନ୍ତ ବେଗରେ ପବନ ବହିପାରେ। ପଶ୍ଚିମ-କେନ୍ଦ୍ରୀୟ ଓ ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ ଏବଂ କେରଳର ଉତ୍ତର ଉପକୂଳ, କର୍ଣ୍ଣାଟକ ଓ ଗୋଆରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ। ଜୁନ ୮ରେ ୧୧୫-୧୨୫ କିମି ବେଗରେ ଏବଂ ସଂଧ୍ୟା ସୁଦ୍ଧା ସ୍ଥଳବିଶେଷରେ ୧୪୦ କିମି ବେଗରେ ପବନ ବହିବ। କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ବାତ୍ୟାର ପ୍ରଭାବ ଅନୁଭୂତ ହେବ। ଜୁନ ୯ ତାରିଖରେ ୧୩୫-୧୪୫ କିମି ଏବଂ ସନ୍ଧ୍ୟାରୁ ୧୬୦ କିମି ପର୍ଯ୍ୟନ୍ତ ବେଗରେ ପବନ ବହିବ। ଦକ୍ଷିଣ ଆରବ ସାଗରର ସଂଲଗ୍ନ ଅଞ୍ଚଳ, କର୍ଣ୍ଣାଟକ, ଗୋଆ ଓ ମହାରାଷ୍ଟ୍ର ଉପକୂଳରେ ଏହା ଅନୁଭୂତ ହେବ। ଜୁନ ୧୦ ତାରିଖରେ ୧୪୫-୧୫୫ କିମି ବେଗରେ ପବନ ବହିବା ସହ ଏହା ୧୭୦ କିମି/ଘ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ