ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୟଲଳିତାଙ୍କଠାରୁ ସ୍ମୃତି ଇରାନୀ ପର୍ଯ୍ୟନ୍ତ, ଅଭିନେତ୍ରୀରୁ ନେତ୍ରୀ ହେବା ପରେ କଟୁ ମନ୍ତବ୍ୟର ଶିକାର

ନୂଆଦିଲ୍ଲୀ: ଭାରତରେ ରାଜନୀତି କ୍ଷେତ୍ର ଏବେ ବି ପୁରୁଷପ୍ରଧାନ ହୋଇ ରହିଥିବା ବେଳେ ଏହି କ୍ଷେତ୍ରକୁ ଆସୁଥିବା ନାରୀମାନଙ୍କୁ, ବିଶେଷତଃ ଅଭିନୟ କ୍ଷେତ୍ରରୁ ଆସୁଥିବା ମହିଳାଙ୍କୁ ଯୌନବାଦୀ ଓ ନାରୀବିଦ୍ବେଷୀଙ୍କ କଟୁ ମନ୍ତବ୍ୟ ସହ୍ୟ କରିବାକୁ ପଡ଼େ। ଏହା କିଛି ନୂଆ କଥା ନୁହେଁ। ଅତୀତରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ସ୍ବର୍ଗତା ଜୟଲଲିତା ଓ ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ ପର୍ଯ୍ୟନ୍ତ ଏଥିରୁ ବାଦ୍ ପଡ଼ିନାହାନ୍ତି। ନିକଟରେ ଇରାନୀଙ୍କ ପ୍ରତି କଂଗ୍ରେସ ନେତା ଅଜୟ ରାୟ ଅପମାନସୂଚକ, ଯୌନବାଦୀ ଓ ନାରୀବିଦ୍ବେଷୀ ମନ୍ତବ୍ୟ ଦେଇଥିଲେ। ସେ ମଝିରେ ମଝିରେ ତାଙ୍କ ନିର୍ବାଚନମଣ୍ଡଳୀକୁ କେବଳ ଲଟକା-ଝଟକା (ନାଚ) ଦେଖାଇବାକୁ ଆସୁଛନ୍ତି ବୋଲି ରାୟ କହିଥିଲେ।

ଅତୀତରେ ଜୟଲିଳିତାଙ୍କ ପ୍ରତି ତାଙ୍କ ରାଜନୈତିକ କ୍ୟାରିୟର ଆରମ୍ଭ ସମୟରେ ‘ଟେମ୍ପଟ୍ରେସ୍’ (ଯୌନ ଉତ୍ତେଜନା ସୃଷ୍ଟିକାରିଣୀ), ‘ମାଈ କୋକିଶିଆଳୀ’, ‘ଅସତୀ ନାରୀ’ ଆଦି ମନ୍ତବ୍ୟ ଦିଆଯାଇଥିଲା। ଏଆଇଏଡିଏମ୍‌କେ ପ୍ରତିଷ୍ଠାତା ଏମ୍‌ଜି ରାମଚନ୍ଦ୍ରନ୍‌ଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କକୁ ନେଇ କେତେ କଥା କୁହାଯାଇଥିଲା। କିନ୍ତୁ ତାମିଲ ସିନେମାର ରାଣୀ ଜୟଲଳିତା ତାଙ୍କ ରାଜନୈତିକ କ୍ୟାରିୟରରେ ସଫଳତାର ଶୀର୍ଷକୁ ଯାଇ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ।

ସେହିପରି ହେମା ମାଳିନୀ ୨୦୧୪ରେ ବିଜେପି ଟିକେଟରେ ଲୋକସଭାକୁ ନିର୍ବାଚିତ ହୋଇ ଆସିବା ପରେ ସେ ନାଚ ଦେଖାଇ ଭୋଟ ଛାଣୁଛନ୍ତି ବୋଲି କୁହାଯାଇଥିଲା। ନିକଟରେ ଆର୍‌ଏଲ୍‌ଡି ନେତା ଜୟନ୍ତ ଚୌଧରୀଙ୍କୁ ବିଜେପି ତାଙ୍କ ଦଳକୁ ଟାଣୁଥିବାର ଅଭିଯୋଗ ଉପରେ କହିଥିଲେ ଯେ ସେ ହେମା ମାଳିନୀଙ୍କ ପରି ହେବାକୁ ଚାହାନ୍ତି ନାହିଁ। ଆଉ ଏକ ଘଟଣାରେ ଜଣେ ନେତା କହିଥିଲେ ଯେ ମହାରାଷ୍ଟ୍ରର ରାସ୍ତା ହେମା ମାଳିନୀଙ୍କ ଗାଲ ପରି ଚିକ୍କଣ। ଅନ୍ୟ ଜଣେ ଖ୍ୟାତନାମା ଅଭିନେତ୍ରୀ ଜୟାପ୍ରଦା ୨୦୧୯ରେ ବିଜେପିରେ ଯୋଗ ଦେବା ପରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍ ଏକ ପବ୍ଲିକ୍ ରୢାଲିରେ କହିଥିଲେ ଯେ ସେ ଏବେ ଖାକି ଅନ୍ତର୍ବାସ ପିନ୍ଧୁଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ