ଭୋଗରାଇ ୧୪।୧୦ : ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଜୟରାମପୁର ଗାଁରେ ଅଭାବନୀୟ ଘଟଣା । ଜଣେ ବୃଦ୍ଧାଙ୍କୁ ଝୁଣି ଝୁଣି ମାରିଦେଲା ପାଗଳା କୁକୁର । ପରେ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ କୁକୁରକୁ ପିଟି ପିଟି ମାରିଦେଲେ ପଡୋଶୀ ଲୋକେ ।
ଖବର ଅନୁଯାୟୀ, ଗୁରୁବାର ସକାଳ ସମୟରେ ଘରର ସମସ୍ତ ଲୋକ ପଞ୍ଚୁକ ବ୍ରତ ଲାଗି ବାହାରକୁ ଯାଇଥିଲେ । ଏହି ସମୟରେ ଘରେ ଭିତରେ ଏକ ପାଗଳା କୁକୁର ପଶିଯାଇଥିଲା । ଆଉ ଘରେ ଥିବା ବୃଦ୍ଧାଙ୍କୁ ଅତର୍କିତ ଭାବେ ଆକ୍ରମଣ କରିଥିଲା । ଯେଉଁଥିରେ ବୃଦ୍ଧା ଜଣଙ୍କ ଗୁରୁତର ହୋଇ ଚିତ୍କାର କରିଥିଲେ । ବୃଦ୍ଧାଙ୍କ ଚିତ୍କାର ଶୁଣି ପଡୋଶୀ ଲୋକ ଦୌଡି ଆସିଥିଲେ । ଆଉ ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ଲୋକ । ବୃଦ୍ଧାଙ୍କୁ ଉଦ୍ଧାର କରିବାକୁ ଯାଇ ଶେଷରେ ପାଗଳା କୁକୁରକୁ ପିଟି ପିଟି ମାରିଥିଲେ । ମୃତ ବୃଦ୍ଧାଙ୍କ ନାମ ବାସନ୍ତୀ ସାହୁ ବୋଲି ଜଣାପଡିଛି ।