ଅପରାଧ ରାଜ୍ୟ

ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ, ଝିଅକୁ ଗାଳି କରୁଥିବା ବେଳେ କରିଥିଲେ ବିରୋଧ

କାମାକ୍ଷାନଗର ୨୩।୦୭ : ଜ୍ୱାଇଁର ଟାଙ୍ଗିଆ ଚୋଟରେ ଶ୍ୱଶୁର ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ପଙ୍ଗାତିରା ଗାଁରେ ଘଟଣା । ସାମାନ୍ୟ ବଚସାରୁ ଏପରି ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି । ମୃତକଙ୍କ ନାମ ପର୍ଶୁରାମ ବାରିକ ବୋଲି ଜଣାପଡିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ପର୍ଶୁରାମଙ୍କ ସାନ ଝିଅ ସୁଲୋଚନା ବେହେରା, ସେହି ଗାଁର ରମଣ ବେହେରାଙ୍କୁ ୧୦ ବର୍ଷ ତଳେ ପ୍ରେମ ବିବାହ କରିଥିଲେ । ତେବେ ଶୁକ୍ରବାର ବିଳମ୍ବିତ ରାତିରେ ଜ୍ୱାଇଁ ରମଣ ବେହେରା ତାଙ୍କ ଝିଅକୁ ମଦ୍ୟପାନ କରି ଅସଭ୍ୟ ଭାଷାରେ ଗାଳିଗୁଲଜ କରୁଥିଲେ । ଯାହାକୁ ନେଇ ଶାଶୁ ଓ ଶ୍ୱଶୁର ମିଶି ଜ୍ୱାଇଁଙ୍କୁ ବୁଝାସୁଝା କରିବାକୁ ଘରକୁ ଯାଇଥିଲେ। କିନ୍ତୁ ଜ୍ୱାଇଁ ରମଣ ବେହେରା ତାଙ୍କୁ ମଧ୍ୟ ଅସଭ୍ୟ ଭାଷାରେ ଗାଳି କରିବା ସହ ଅତର୍କିତ ଭାବେ ଏକ ଟାଙ୍କିଆରେ ଆକ୍ରମଣ କରିଥିଲେ । ଯାହାଫଳରେ ତାଙ୍କୁ ବେକ ଓ ଜଙ୍ଘରେ ଗଭୀର କ୍ଷତ ହୋଇଥିଲା । ସଙ୍ଗେ ସଙ୍ଗେ ତାଙ୍କୁ ଗୁରୁତର ଭାବେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ହେଲେ ଡାକ୍ତର ସେଠାରେ ମୃତ୍ୟୁ ଘୋଷଣା କରିଛନ୍ତି । ସେପଟେ ହତ୍ୟାକାରୀ ଜ୍ୱାଇଁ ରମଣ ବେହେରା ଘଟଣାସ୍ଥଳରୁ ଫେରାର ଥିବା ବେଳେ ପରଜଙ୍ଗ ପୋଲିସ ତଦନ୍ତ ଚଳାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।