ବି-ଟାଉନ୍ର ଜଣକ ପରେ ଜଣେ ଅଭିନେତା କରୋନାରେ ସଂକ୍ରମିତ ହେଉଥିବା ବେଳେ ଅନେକ କଳାକାର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିବା କାରଣରୁ ନିଜକୁ ସଙ୍ଗରୋଧରେ ରଖି କୋଭିଡ୍ ଟେଷ୍ଟ କରାଉଛନ୍ତି। ଗତ ରବିବାର ଚଳଚ୍ଚିତ୍ର ‘ରାମସେତୁ’ର ସୁଟିଂ ବେଳେ କରୋନା ଆକ୍ରାନ୍ତ ହୋଇଥିବା ଅଭିନେତା ଅକ୍ଷୟ କୁମାର ଏବେ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଓ ନୁରସତ୍ ଭରୁଚା ନିଜକୁ ଗୃହ ସଙ୍ଗରୋଧରେ ରଖିବା ସହ କରୋନା ପରୀକ୍ଷଣ କରାଇଥିଲେ। ତେବେ ଆର୍ଟି-ପିସିଆର୍ ଟେଷ୍ଟ୍ କରାଇଥିବା ଜ୍ୟାକ୍ଲିନ୍ଙ୍କର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏଥିରେ ସନ୍ତୁଷ୍ଟ ନ ହୋଇ ଜ୍ୟାକଲିନ୍ ପୁନର୍ବାର ଟେଷ୍ଟିଂ କରାଇଥିଲେ ଏବଂ ସେଥିରେ ମଧ୍ୟ ନେଗେଟିଭ୍ ରିପୋର୍ଟ ଆସିଥିଲା। ଏହା ପରେ ଜ୍ୟାକଲିନ୍ ଆଶ୍ବସ୍ତ ଥିବା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖକରିଛନ୍ତି। ମାତ୍ର ସାଥୀ ଅଭିନେତ୍ରୀ ନୁସରତ୍ଙ୍କ କରୋନା ଟେଷ୍ଟିଂ ସମ୍ବନ୍ଧରେ କୌଣସି ଖବର ମିଳିନାହିଁ।
Trending
- ଜ୍ବରରେ କମ୍ପୁଛି ଗୁହିଆଶାଳ: ରୋଗୀଙ୍କୁ ଡାକ୍ତରଖାନା ନେବାକୁ ନାକେଦମ୍ ହେଲେ ଡାକ୍ତରୀ ଦଳ,ଜଣେ ରୋଗୀ ପାଇଁ ୧୩ଜଣ ଅଟକି ରହିଲେ
- ଆସନ୍ତା ଜୁଲାଇ 7ତାରିଖରେ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା
- ଜାଣନ୍ତୁ ଆଜିର ରାଶିଫଳ
- ହଜିବାକୁ ବସିଲାଣି ଅଂଶୁପା ହ୍ରଦ
- ସ୍କୁଲର ପାଣିଟାଙ୍କି ଭୁଶୁଡ଼ି ଅନ୍ତେବାସୀ ଛାତ୍ର ମୃତ
- ଜାଣନ୍ତୁ ଆଜିର ରାଶିଫଳ
- ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଜାରି
- ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ
Monday, July 8