ରାଜ୍ୟ ସ୍ପେଶାଲ ରିପୋର୍ଟ

ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି, ରାଷ୍ଟ୍ରପତି ଏବଂ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ଅନୁଗୁଳ ୨୮।୧୧ : ଜୋର ଧରିଲା ତାଳଚେରକୁ ଜିଲ୍ଲା ଘୋଷଣା ଦାବି । ପାଲଲହଡ଼ା ଏବଂ ତାଳଚେର ଉପଖଣ୍ଡକୁ ନେଇ ତାଳଚେରକୁ ଜିଲ୍ଲା ଘୋଷଣା କରାଯାଉ। ଯଦି ଏହି ଦାବି ପୂରଣ ନହୁଏ । ତେବେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ବିଭିନ୍ନ ସଂଗଠନ ପକ୍ଷରୁ ପ୍ରଶାସନକୁ ଚେତାବନୀ ଦିଆଯାଇଛି ।

ଖବର ଅନୁଯାୟୀ, ୧୯୯୩ ମସିହାରୁ ତାଳଚେରକୁ ଜିଲ୍ଲା ଘୋଷଣା କରିବା ଦାବି ହୋଇଆସୁଛି । ଏହାସହିତ ପାଲଲହଡ଼ା ନଗିରା ଉପାନ୍ତ ଅଞ୍ଚଳରୁ ଅନୁଗୁଳ ୧୧୦ କିମି ଦୂର ହେଉଛି । ତେଣୁ ନ୍ୟାୟ ହେଉ ଅବା ଅନ୍ୟାନ୍ୟ ପ୍ରଶାସନିକ ସେବା ପାଇଁ ସାଧାରଣ ଲୋକଟି ଅନେକ ହଇରାଣ ହେଉଛି । ତେଣୁ ସୋମବାର ତାଳଚେର ଏବଂ ପାଲଲହଡ଼ା ଉପଖଣ୍ଡର ସରପଞ୍ଚ, ସମିତି ସଭ୍ୟ ଏବଂ ଜିଲ୍ଲା ପରିଷଦ ସଦସ୍ୟାମାନେ ମିଶି ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ରାଷ୍ଟ୍ରପତି ଏବ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦେଇଛନ୍ତି ।
ସେହିପରି ତାଳଚେର ସୁରକ୍ଷା ମଞ୍ଚ ପକ୍ଷରୁ ମଧ୍ୟ ଏସଂପର୍କିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦିଆଯାଇଛି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଜୋରଦାର କରାଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ତେବେ ସୁରକ୍ଷାକୁ ଦୃଷ୍ଟିରେ ରେଖି ଅନୁଗୁଳ ଜିଲ୍ଲାପାଳଙ୍କ ଅଫିସରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।