ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜୈନ ମୁନିଙ୍କ ହତ୍ୟା ମାମଲାକୁ ବିଜେପି ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚାହୁଛି: କର୍ଣ୍ଣାଟକ ସରକାର

ବେଙ୍ଗାଲୁରୁ : କର୍ଣ୍ଣାଟକର ବେଲଗାବି ଜିଲ୍ଲାରେ ଜୈନମୁନି ଆଚାର୍ଯ୍ୟ ଶ୍ରୀ କାମକୁମାର ନନ୍ଦୀ ମହାରାଜଙ୍କ ହତ୍ୟା ଘଟଣାର ବିଧିବଦ୍ଧ ତଦନ୍ତ ପାଇଁ ବିଜେପି ଦାବି କରିଥିବା ବେଳେ କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ସୋମବାର ଅଭିଯୋଗ କରିଛନ୍ତି ଯେ, ବିଜେପି ଏହାକୁ ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚାହୁଛି।
ଗଣମାଧ୍ୟମକୁ ସୂଚନା ଦେଇ ଖଡ଼ଗେ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ତଦନ୍ତରେ ଜୈନ ସମ୍ପ୍ରଦାୟ ଖୁସି ଅଛନ୍ତି। ସେ ପୁଣି କହିଛନ୍ତି ଯେ, ବ୍ୟକ୍ତିଗତ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି ଏବଂ ଏହା ସାମ୍ପ୍ରଦାୟିକ ମାମଲା ନୁହେଁ। ବିଜେପି ହାତରେ ବର୍ତ୍ତମାନ କିଛି ପ୍ରସଙ୍ଗ ନାହିଁ, ତେଣୁ ସେମାନେ ଏହି ପ୍ରସଙ୍ଗକୁ ସାମ୍ପ୍ରଦାୟିକ ରୂପ ଦେବାକୁ ଚେଷ୍ଟା କରୁଛନ୍ତି।

ଖଡ଼ଗେଙ୍କ ମନ୍ତବ୍ୟ ଉପରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ଜୈନମୁନି କିଛି ଆର୍ଥିକ କାରବାରରେ ଜଡ଼ିତ ଥିଲେ ବୋଲି ସ୍ଥାନୀୟ ଲୋକଙ୍କୁ ବିବୃତି ଦେବାକୁ ଶାସକ କଂଗ୍ରେସ ବାଧ୍ୟ କରୁଛି। ହତ୍ୟାକାରୀମାନଙ୍କୁ ସୁରକ୍ଷା ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି। ରାଜ୍ୟ ବିଜେପି ମୁଖ୍ୟ ନଳିନ କୁମାର କାଟିଲ ରବିବାର ହତ୍ୟା ଘଟଣାର ନିନ୍ଦା କରିବା ସହ ଏହାର ବିଧିବଦ୍ଧ ତଦନ୍ତ କରାଯିବାକୁ ଦାବି କରିଛନ୍ତି।

ଗତ ଜୁଲାଇ ୫ ତାରିଖ (ବୁଧବାର) ଜୈନମୁନି ତାଙ୍କ ଆଶ୍ରମରୁ ନିଖୋଜ ହୋଇଯାଇଥିଲେ। ଶନିବାର ତାଙ୍କର ଖଣ୍ଡଖଣ୍ଡ ହୋଇ କଟା ହୋଇଥିବା ଶରୀର ଚିକୋଡ଼ି ତାଲୁକ ଅନ୍ତର୍ଗତ ହିରେକୋଡ଼ି ଗାଁରେ ଥିବା ଏକ ଅଚଳ ବୋର୍‌ୱେଲ୍‌ରୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ପୁଲିସ ନାରାୟଣ ବସପ୍ପା ମାଦି ଓ ହସନ ଦଲାୟାତ ନାମକ ଦୁଇଜଣ ଲୋକଙ୍କୁ ଗିରଫ କରିଛି। ଏକ ଆର୍ଥିକ କାରବାରକୁ ନେଇ ହତ୍ୟାକାଣ୍ଡ ଘଟିଛି ବୋଲି ସେମାନେ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ