ଖେଳ ଦେଶ ବିଦେଶ

ଜୋଶ୍ ଏବେ ବି ଅଛି : ଆଇପିଏଲରେ ମାହିଙ୍କ ମାଇଲଷ୍ଟୋନ୍, ବିରାଟ-ରୋହିତଙ୍କ କ୍ଲବରେ ହେଲେ ସାମିଲ

ନୂଆଦିଲ୍ଲୀ, ୦୧।୦୪ : ସାରା ବିଶ୍ୱରେ ମହେନ୍ଦ୍ର ସିଂ ଧୋନୀଙ୍କ କୋଟି କୋଟି ଫ୍ୟାନ୍ ରହିଛନ୍ତି । ତାଙ୍କ ବିସ୍ଫୋରକ ବ୍ୟାଟିଂ ସମସ୍ତଙ୍କୁ ପସନ୍ଦ । ତେବେ ଗୁରୁବାର ଲକ୍ଷ୍ନୌ ବିପକ୍ଷ ଏକ ମୁକାବିଲାରେ ଧୋନୀ ମାତ୍ର ୧୬ ରନ୍ କରି ଏକ ବଡ ଉପଲବ୍ଧି ହାସଲ କରିଛନ୍ତି ।

ଲକ୍ଷ୍ନୌ ବିପକ୍ଷରେ ଧୋନୀ ୬ ବଲରୁ ୧୬ ରନ୍ କରିଥିଲେ । ସେ କ୍ରିଜକୁ ଆସିବା ପରେ ପ୍ରଥମ ବଲରୁ ଛକା ମାରିଥିଲେ । ନିଜ ପୁରୁଣା ଅନ୍ଦାଜରେ ଧୋନୀ ବ୍ୟାଟିଂ କରିଥିଲେ । ଏହାସହ ସେ ଅନ୍ତର୍ଜାତୀୟ, ଘରୋଇ ଓ ଆଇପିଏଲ ଟି୨୦ ଫର୍ମାଟରେ ୭୦୦୦ ରନ୍ ପୂରଣ କରିଛନ୍ତି । ସେ ମୋଟ୍ ୩୪୯ ଟି୨୦ ମ୍ୟାଚ୍ ଖେଳି ଏହି କୀର୍ତ୍ତିମାନ ପ୍ରତିଷ୍ଠା କରିଛନ୍ତି । ଏପରି ରେକର୍ଡ କରିଥିବା ସେ ହେଉଛନ୍ତି ପ୍ରଥମ ଓ୍ୱିକେଟ୍ କିପର ।

୭୦୦୦ ରନ୍ ପୂରଣ କରିବା ପରେ ଧୋନୀ ଷଷ୍ଠ ବ୍ୟାଟର ଭାବେ ଏହି ମାଇଲଷ୍ଟୋନ୍ ପ୍ରତିଷ୍ଠା କରିଛନ୍ତି । ଏହାପୂର୍ବରୁ ବିରାଟ କୋହଲି, ରୋହିତ ଶର୍ମା, ଶିଖର ଧାଓ୍ୱନ, ସୁରେଶ ରାଇନା ଓ ରବିନ ଉଥାପ୍ପା ଏହି କାରନାମା କରିଛନ୍ତି ।

ସୂଚନାଯୋଗ୍ୟ, ୨୦୨୨ ଆଇପିଏଲ ପୂର୍ବରୁ ସେ ସିଏସକେର ନେତୃତ୍ୱ ଛାଡିଥିଲେ । ତାଙ୍କ ବଦଳରେ ରବୀନ୍ଦ୍ର ଜାଡେଜାଙ୍କୁ ଅଧିନାୟକ ଭାର ମିଳିଥିଲା ।ତେବେ ଧୋନୀ ସିଏସକେକୁ ଏବେସୁଦ୍ଧା ୪ଥର ଚାମ୍ପିଅନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ